Home Top News କଟକରେ ନକଲି ଔଷଧ କାରବାର ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୋଲିସ

କଟକରେ ନକଲି ଔଷଧ କାରବାର ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୋଲିସ

30

କଟକ, ୧୧/୯ (ଓଡ଼ିଆ ପୁଅ /ଅଭୟ ଜେନା) ରାଜ୍ୟରେ ବୃଦ୍ଧି ପାଉଥିବା ନକଲି ଔଷଧ କାରବାର ଏବେ ମୁଣ୍ଡବିନ୍ଧାର କାରଣ ହୋଇଛି। ଖୋଳ ଅସଲି କିନ୍ତୁ ଔଷଧ ନକଲି। ନାମିଦାମୀ କମ୍ପାନୀର ଲୋଗୋ ଏବଂ ପ୍ୟାକେଟକୁ ବ୍ୟବହାର କରି ଚାଲୁଥିଲା ସାଧାରଣ ରୋଗୀଙ୍କ ଜୀବନ ସହିତ ଖେଳ। ଲାଭଖୋର ବ୍ୟବସାୟୀ ଅଧିକ ମୁନାଫା କମାଇବା ପାଇଁ ଭୁଲିଯାଉଛନ୍ତି ମାନବିକତା। ଏଭଳି ଏକ ସାଙ୍ଘାତିକ ଘଟଣା ଦେଖିବାକୁ ମିଳିଛି କଟକ ସହରରେ। ନକଲି ଔଷଧ କାରବାରରେ ଡ୍ରଗ୍ସ କଂଟ୍ରୋଲର ଦୁଇଟି ଔଷଧ ଗୋଦାମକୁ ସିଲ କରିବା ସହିତ ବ୍ୟବସାୟୀ ଙ୍କ ନାମରେ ଏତାଲା ଦେଇଛନ୍ତି।

ରାଜ୍ୟରେ ଚିନ୍ତା ବଢେଇ ଚାଲିଛି ନକଲି ବିପି ମେଡ଼ିସିନ। ବିଶେଷ କରି କଟକରୁ ନକଲି ଔଷଧ ରାଜ୍ୟ ତଥା ରାଜ୍ୟ ବାହାରକୁ କାରବାର ଚେର ଲମ୍ବି ଥିବା କଥା ଏବେ ସମ୍ନା କୁ ଆସିବା ପରେ ଡ୍ରଗ୍ସ କଂଟ୍ରୋଲର ବିଭାଗ ଗ୍ଲେନ ମାର୍କ କମ୍ପାନୀକୁ ଚିଠି ଲେଖିଥିଲେ। ଚିଠି ର ଉତ୍ତର ରଖି ଗ୍ଲେନ ମାର୍କ କମ୍ପାନୀ ଜବତ ହୋଇଥିବା ଟେଲମା ୪୦ ଏବଂ ଟେଲମା ଏ ଏମ ନକଲି ଏବଂ ଏହା ଗ୍ଲେନ ମାର୍କ ଦ୍ୱରା ପ୍ରସ୍ତୁତ ନୁହଁ ବୋଲି ସ୍ପଷ୍ଟ କରିଛି। ଏହା ପରେ କଟକର ଦୁଇଟି ହୋଲସେଲର ଭି ଆର ଡ୍ରଗ୍ସ ଏଜେନ୍ସି ଏବଂ ପୂଜା ଏଣ୍ଟରପ୍ରାଇଜର୍ସର ଲାଇସେନ୍ସ ରଦ୍ଦ କରି କଳା ତାଲିକା ଭୁକ୍ତ କରିଛି ଏବଂ ପୁରୀଘାଟ ଥାନାରେ ଏତଲା ଦେବା ସହ କୋର୍ଟରେ ମାମଲା ରୁଜୁ କରି ଆଇନ ଅନୁଯାୟୀ ଅନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ନକଲି ମେଡିସିନ ବିକୁଥିବା ଦୁଇ ହୋଲସେଲରଙ୍କ ବିରୁଦ୍ଧରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିଛି କଟକ ଜିଲ୍ଲା କେମିଷ୍ଟ ଆଣ୍ଡ ଡ୍ରାଗିଷ୍ଟି ଆସୋସିଏସନ। ଉଭୟ ବ୍ୟବସାୟୀଙ୍କର ସଦସ୍ୟତା ରଦ୍ଦ କରିଛି ସଂଘ। ଏଥି ସହ ଏଭଳି ବ୍ୟବସାୟୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ସଂଘ। ଏଭଳି ଘଟଣାକୁ ସଂଘ ନିନ୍ଦା କରିବା ସହ ଏଭଳି ନକଲି ଔଷଧ ବିକ୍ରି କରି ଲୋକ ମାନଙ୍କ ଜୀବନ ସହ ଖେଳୁଥିବା ଅସାଧୁ ବ୍ୟବସାୟୀଙ୍କ ଉପରେ ସରକାର ଦୃଢ ରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି କଟକ ଜିଲ୍ଲା ଡ୍ରଗିଷ୍ଟ ଆଣ୍ଡ କେମିଷ୍ଟ ସଂଘ ସଭାପତି କହିଛନ୍ତି। ତେବେ ମେଡ଼ିସିନ ବିଶେଷଜ୍ଞ ଏଭଳି ଘଟଣାକୁ ନିନ୍ଦା କରିବା ସହିତ ସାଧାରଣ ଲୋକଙ୍କ ଭରଷା କୁ ନଭାଙ୍ଗିବାକୁ ଅନୁରୋଧ କରିଛନ୍ତି ସମସ୍ତ ଔଷଧ ବ୍ୟବସାୟୀମାନଙ୍କ ଦୁଇ ଔଷଧ ହୋଲସେଲରଙ୍କ ନାମରେ ପୃଥକ ଭାବରେ ଦୁଇଟି ମାମଲା ରୁଜୁ କରାଯାଇ ଅନୁସନ୍ଧାନ ଆରମ୍ଭ କରାଯାଇଛି। ମାତ୍ର ଉଭୟ ଔଷଧ ହୋଲସେଲର ପୋଲିସ କଯ୍ୟାନୁଷ୍ଠାନ ହେବା ପୂର୍ବରୁ ଫେରାର ହୋଇଯାଇଛନ୍ତି। ତେବେ କମିଶନରେଟ ପୋଲିସ ମାମଲାକୁ ଗୁରୁତର ସହ ନେଇ ସ୍ୱତନ୍ତ୍ର ଅଫିସର ମାନଙ୍କୁ ନିଯୁକ୍ତ କରାଯାଇଛି। ଫେରାର ଅଭିଯୁକ୍ତ ମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଡିସିପି। ଅଭିଯୁକ୍ତ ଗିରଫଦାରୀ ପରେ ଅଭିଯୁକ୍ତ ମାନଙ୍କ ଛଡା କେଉଁ ମାନେ ଏଥିରେ ସଂପୃକ୍ତ ଅଛନ୍ତି, ଏବଂ ରାଜ୍ୟ ବାହାର ଲିଙ୍କ ରହିଛି କି ନାହିଁ ସେ ଉପରେ ଅଧିକ ତଦନ୍ତ କରାଯିବ। ଏହାଛଡ଼ା ଏଥିରେ ଅର୍ଥନୈତିକ କାରବାର ଥିବାରୁ ଆବଶ୍ୟକ ହେଲେ ତାଙ୍କର ଏଜେନ୍ସି ରଦ୍ଧ କରିବା ସହିତ ସମସ୍ତ କାଗଜପତ୍ର କୁ ଯାଞ୍ଚ କରିବ କମିଶନରେଟ ପୋଲିସ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.