Home ଜିଲ୍ଲା ପରିକ୍ରମା ମହାତ୍ମା ଗାନ୍ଧି ବିଚାର ମଞ୍ଚ ତରଫରୁ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ମହାତ୍ମା ଗାନ୍ଧି ବିଚାର ମଞ୍ଚ ତରଫରୁ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

31

ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ଥାନୀୟ ଭାଗବତ କଲ୍ୟାଣ ମଣ୍ଡପ ପରିସରରେ ଅହିଂସା ପୁରୁଷ ମହାତ୍ମା ଗାନ୍ଧିଙ୍କର ୧୫୨ତମ ତଥା ଶାନ୍ତିଦୂତ ଲାଲ ବାହାଦୂର ଶାସ୍ତ୍ରୀଙ୍କର ୧୧୭ତମ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇ ଯାଇଛି । ପ୍ରାରମ୍ଭରେ ସକାଳ ୭ଘଟିକା ସମୟରେ ମହାତ୍ମା ବାପୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଗାନ୍ଧି ପଡ଼ିଆରେ ମଞ୍ଚର ସଦସ୍ୟମାନେ ସଫେଇ କାର୍ଯ୍ୟ କରିଥିଲେ । ପରେ ବିଶିଷ୍ଟ ଚିକିତ୍ସକ ତଥା ସମାଜସେବୀ ଡାକ୍ତର ହରେକୃଷ୍ଣ ନାୟକଙ୍କ ପୌରୋହିତ୍ୟରେ ଜୟନ୍ତୀ ସମାରୋହ ଆରମ୍ଭ କରାଯାଇଥିଲା । ଗରଦପୁରସ୍ଥ ଗାନ୍ଧି ବାଳାଶ୍ରମର ପିଲାମାନଙ୍କର ରାମଧୂନ ଗାନ ଓ ଗାନ୍ଧିଙ୍କ ପ୍ରିୟ ଭଜନ ‘ବୈଷ୍ଣବ ଜନତୋ’ ପରିବେଶଣ ପରେ ବିଶିଷ୍ଟ ସମାଜସେବୀ ସୁଧାକର ରାଉତ ଅତିଥିମାନଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିଲେ । ପ୍ରାକ୍ତନ ସଭାପତି ସ୍ୱର୍ଗତ ସନାତନ ମହାନ୍ତିଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା ।

ପ୍ରାଧ୍ୟାପିକା ପ୍ରଭାତ ନଳିନୀ ମହାପାତ୍ରଙ୍କ ସ୍ୱାଗତ ଭାଷଣ ଓ କବି ଗୌତମ ମହାରଣାଙ୍କ ଅତିଥି ପରିଚୟ ପରେ ସମ୍ପାଦକ ଶାନ୍ତନୁ କୁମାର ରାଉତ ସମାଜର ଅବହେଳିତ ବର୍ଗର ଉନ୍ନତି ପାଇଁ ସମସ୍ତଙ୍କର ସହଯୋଗ କାମନା କରି ଦୁଇଟି ପ୍ରସ୍ତାବ ଉପସ୍ଥାପନ କରିଥିଲେ । ବିଶିଷ୍ଟ ଶିଶୁ ସାହିତ୍ୟିକ ଡ. ମନିନ୍ଦ୍ର ମହାନ୍ତି ତଥା ଶିକ୍ଷାବିତ ପଦ୍ମନାଭ ପାଢୀଙ୍କୁ ସେମାନଙ୍କର ସେବା ସମର୍ପଣ ପାଇଁ ସମ୍ବର୍ଦ୍ଧିତ କାଯାଇଥିଲା । ମାନପତ୍ର ପାଠ କରିଥିଲେ ସାହିତ୍ୟପ୍ରାଣ ବୈଲୋଚନ ବେହୁରିଆ ଓ ବାବୁଲାଲ ଦାସ । ପରେ ପରେ କବି ଶାନ୍ତନୁ କୁମାର ରାଉତଙ୍କ ଇଂରାଜୀ କବିତା ବହି ‘ୱେଲକମ୍ ସାଇଲେନ୍ସ’ର ଲୋକାର୍ପଣ କରାଯାଇଥିଲା । ଏହାକୁ ସମୀକ୍ଷା କରିଥିଲେ ଡ. ଗୋଲକ ବିହାରୀ ସାହୁ । ମୁଖ୍ୟଅତିଥି ବିଧିବକ୍ତା ନିରାକାର ଜେନା, ଅନ୍ୟତମ ଅତିଥି ଗାଳ୍ପିକ ପବିତ୍ର ପାଣିଗ୍ରାହୀ, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଏସ୍‌ଏମ୍ ଫାରୁକ୍ ପ୍ରମୁଖ ଗାନ୍ଧି ଜୀବନାଦର୍ଶକୁ ଆଲୋଚନା କରିଥିଲେ । ଗାନ୍ଧି ଚିନ୍ତନ ସମାଜର ଉତ୍‌ଥାନ ପାଇଁ ଉଦ୍ଦିଷ୍ଟ ବୋଲି ବକ୍ତାମାନେ ମତ ରଖିଥିଲେ । ଗାନ୍ଧି ବାଳାଶ୍ରମର ସମ୍ପାଦକ ଅଶୋକ ଦାସ ଅନୁଷ୍ଠାନ ତରଫରୁ ଅଭିମତ ରଖିଥିଲେ । ସଭାକୁ କ୍ଷୀରୋଦ କୁମାର ମିଶ୍ର, ଅଜିତ ନାୟକ, ବାମଦେବ ମିଶ୍ର, ପରମାନନ୍ଦ ସାହୁ, ବିନୟ ପଣ୍ଡା, ଲକ୍ଷ୍ମୀକାନ୍ତ ବାରିକ, ଗୀତାରାଣି ଆଇଚ, ହରମୋହନ କୁଅଁର ପ୍ରମୁଖ ପରିଚାଳନା କରିଥିବା ବେଳେ ଶିକ୍ଷାବିତ୍ କରୁଣାକର ଉପାଧ୍ୟାୟ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.