Home ଜିଲ୍ଲା ପରିକ୍ରମା ମହରମ ପର୍ବ ପାଇଁ ପ୍ରଶାସନିକ ଶାନ୍ତି କମିଟି ବୈଠକ

ମହରମ ପର୍ବ ପାଇଁ ପ୍ରଶାସନିକ ଶାନ୍ତି କମିଟି ବୈଠକ

21

ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ଜୁଲାଇ ମାସ ୩୦ ତାରିଖରୁ ଅଗଷ୍ଟ ୯ ପର୍ଯ୍ୟନ୍ତ ଭଦ୍ରକରେ ପାଳିତ ହେବାକୁ ଥିବା ମହରମ୍ ପର୍ବ ପାଇଁ ଆଜି ସଦ୍‌ଭାବନା ସଭାଗୃହରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏସ୍‌.ପି. ଚରଣ ସିଂ ମୀନା, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ନୂତନ ଭାବେ ଗତକାଲି ଯୋଗ ଦେଇଥିବା ଅନ୍ୟତମ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ, ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଉପଜିଲ୍ଲାପାଳ ମନୋଜ ପାତ୍ର, ଡ଼େପୁଟି କଲେକ୍ଟର ଜୁଡ଼ିସିଆଲ କାର୍ତ୍ତିକ ମଣ୍ଡଳ ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ। ମହରମ ପର୍ବ ପାଳନ ନେଇ ଭଦ୍ରକ ମୁସଲିମ୍ ଜମାତ, ଭଦ୍ରକ ର ସଭାପତି ଅବଦୁଲବାରୀଙ୍କ ଦ୍ୱାରା ପ୍ରଦତ୍ତ ସୂଚନା କ୍ରମେ ୩୦ ତାରିଖ ସନ୍ଧ୍ୟାରେ ଚନ୍ଦ୍ର ଦର୍ଶନ ପର ଠାରୁ ଅଗଷ୍ଟ ୯ ତାରିଖ ରାତ୍ରିଯାଏ ପ୍ରତ୍ୟେକ ଦିନ ସାହି ମସଜିଦ୍‌ରେ ୭ଟା ରୁ ରାତ୍ରି ୧୧ଟା ମଧ୍ୟରେ ବିଶେଷ ପ୍ରାର୍ଥନା ସଭାମାନ ଅନୁଷ୍ଠିତ ହେବ। ଅଗଷ୍ଟ ୬, ୭, ୮ରେ ସକାଳ ୧୦ଟା ରୁ ସନ୍ଧ୍ୟା ୭ଟା ମଧ୍ୟରେ ମିର୍ଜାପୁର, ନଙ୍ଗାମହଲା, ଦର୍ଜିପଟି ଠାରେ ସ୍ୱତନ୍ତ୍ର ଫାତେହା ଅନୁଷ୍ଠିତ ହେବ ଏବଂ ସିରିଣୀ ବିତରଣ କରାଯିବ। ଅଗଷ୍ଟ ୮ କିମ୍ବା ୯ରେ ଦିବା ୨ଟା ରୁ ସନ୍ଧ୍ୟା ୭ଟା ମଧ୍ୟରେ କେତେକ ବସ୍ତି ସିରଣୀ ଫାତେହା କରିବା ପାଇଁ ଶୋଭାଯାତ୍ରାରେ ସରକାର ନଗର ପର୍ଯ୍ୟନ୍ତ ଯାଇ ଫେରିବେ। ସେହି ୮ କିମ୍ବା ୯ରେ ଅପରାହ୍ନ ୪ଟା ରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ପୁରୁଣା ବଜାର, ବାଙ୍କା ବଜାର ରୁଟ୍‌ରେ ୨୭ଟି, ଶଙ୍କରପୁର, ଚନ୍ଦନ ବଜାର ରୁଟ୍‌ରେ ୭ଟି ତାଜିଆ ବାହାରି ମଦିନା ମଇଦାନରେ ପହଞ୍ôଚ ଧର୍ମ ସଭାରେ ଯୋଗ ଦେଇ ପ୍ରତ୍ୟାବର୍ତ୍ତନ କରିବେ।

କଚେରୀ-ନଙ୍ଗା ମହଲା-କୁଆଁସ ରୁଟ୍‌ରେ ୬ଟି ତାଜିଆ ନଘାଂମହଲା ସ୍ଥିତ ଟ୍ରେନିଂ ସ୍କୁଲ ପଡ଼ିଆରେ ପହଞ୍ôଚ ଧର୍ମସଭାରେ ଯୋଗଦେଇ ନିଜ ନିଜ ସାହିକୁ ଫେରିଯିବେ। ଚରମ୍ପାରୁ ଗୋଟିଏ ଗଜିଆ ବାହାରି ଡ଼ଗରା ସାହି ଯିବେ ଓ ଫେରିବେ। ଏହି ଶୋଭଯାତ୍ରାର କିମ୍ବା ପର୍ବ ପାଳନର ୧୦ ଦିନ ଧରି କୌଣସି ଠାରେ ଢ଼ୋଲ ବାଜିବ ନାହିଁ କି ଆଖଡ଼ା ଖେଳ ହେବ ନାହିଁ। ଶୋଭାଯାତ୍ରାରେ ଡ଼ାକବାଜି ଯନ୍ତ୍ର ଦ୍ୱାରା ହଜରତ ଇମାମ୍ ହୋସେନ୍‌ଙ୍କ ଜୀବନୀ ଏବଂ କରବଲା ବିବରଣୀ ପାଠ କରାଯିବ। ବିଶେଷ କରି ଶାନ୍ତି ଶୃଙ୍ଖଳାର ସହିତ ଏହି ପର୍ବ ପାଳନ ତଥା ଶୋଭାଯାତ୍ରା ପରିଚାଳନା ପାଇଁ ଏସ୍‌.ପି. ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିବା ସହିତ କମିଟି ସଦସ୍ୟମାନଙ୍କ ମତାମତ ଆଧାରରେ ପୋଲିସ୍ ବ୍ୟବସ୍ଥା ସହ ଆନୁସଙ୍ଗିକ ସହଯୋଗ ପାଇଁ ପରାମର୍ଶ ପ୍ରଦାନ କରିଥିଲେ। ତାଜିଆ ଶୋଭାଯାତ୍ରାରେ ଟ୍ରାଜିଂକ୍ ବ୍ୟବସ୍ଥା, ଅଗ୍ନିଶମ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ। ଏହି ପର୍ବ ପାଳନ, ତାଜିଆ ଶୋଭାଯାତ୍ରା ଆଦି ନେଇ ଫେସ୍ ବୁକ୍‌, ଟ୍ୱିଟର, ସୋସିଆଲ ମିଡ଼ିଆ ସହ ମୁଦ୍ରିତ କି ବୈଦ୍ୟୁତିକ କି ୱେବ୍ ଗଣମାଧ୍ୟମର ଯେପରି ଦୂରୁପଯୋଗ ନହୁଏ ସେଥିନେଇ କମିଟି ସଦସ୍ୟ, ମୁସଲିମ୍‌୍ ଜମାତ ପ୍ରଶାସନ ଆଦି ତରଫରୁ ସଚେତନ କରାଇବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସେପରି କୌଣସି ଅପ୍ରିତୀକର ଘଟଣା ଘଟିଲେ ପୋଲିସ ଆଇନର ଆଶ୍ରୟ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ ବୋଲି ମଧ୍ୟ ସେ ଚେତାଇ ଦେଇଥିଲେ। ସଦସ୍ୟମାନଙ୍କ ମତାମତ ଆଧାରରେ ଜିଲ୍ଲାପାଳ ରାସ୍ତା ମରାମତି, ସଫେଇ, ଆମ୍ବୁଲାନସ୍ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଆଦି ଦିଗରେ ସଂପୃକ୍ତ ଅଧିକାରୀ ମାନଙ୍କୁ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଶୋଭାଯାତ୍ରା ପାଇଁ ଉଦ୍ଦିଷ୍ଟ ରାସ୍ତା ଉପରେ ବ୍ୟାବସାୟ କରୁଥିବା ଦୋକାନୀ, ଠେଲାଗାଡ଼ି ଆଦିକୁ ୨ଦିନ ପୂର୍ବରୁ ଉଠାଇ ଦିଆଯିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ସଂପୃକ୍ତ ପୋଲିସ ଅଧିକାରୀମାନଙ୍କ ସହ ବିଭାଗୀୟ ଅଧିକାରୀ ମୁସଲିମ୍ ଜମାତ ର ସଦସ୍ୟ ଶାନ୍ତି କମିଟର ସଦସ୍ୟ ଏହି ବୈଠକରେ ଯୋଗ ଦେଇଥିଲେ। ହିନ୍ଦୁ ସୁରକ୍ଷା ସମିତିର ସଦସ୍ୟ ବିଦ୍ୟାଧର ସାହୁ, ବରିଷ୍ଠ ଆଇନଜୀବି ନିରାକାର ଜେନା, ରୋଟାରିଆନ୍ ତଥା ଆଇନ୍‌ଜୀବି ଅତିସ୍ ବେହେରା ପ୍ରମୁଖ ଏହି ଆଲୋଚନାରେ ମତାମତ ରଖିଥିଲେ। ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.