Home ଓଡ଼ିଶା ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ ୨ ଗୁରୁତର

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ ୨ ଗୁରୁତର

118

ମାହାଙ୍ଗା, ୪/୭ (ଓଡ଼ିଆ ପୁଅ /ଅଭୟ ଜେନା) କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୁଆଁପାଳ -ସାଲେପୁର ସଡକର ବଣୁଆପୀଠ ନିକଟ ଶିକ୍ଷକ ଭବନ ସାମ୍ନାରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି।

୨ ବାଇକ ଆରୋହୀଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ସ୍କୁଟିରେ ଆସୁଥିବା ମଧୁପୁର ଅଂଚଳର ଅବସରପ୍ରାପ୍ତ ଶିକ୍ଷକ ମୁକ୍ତାର ମହମ୍ମଦଙ୍କ ଘଟଣାସ୍ଥଳୀରେ ମୃତ୍ୟୁ ହୋଇଯାଇଛି।

ଅନ୍ୟପକ୍ଷରେ କାଳିଅଣ୍ଟି ଅଂଚଳର ପ୍ରକାଶ ଭୂୟାଁ ଓ ଗଗନ ସାମଲଙ୍କୁ ଅଗ୍ନିଶମ ବାହିନୀ ସହାୟତାରେ ମାହାଙ୍ଗା ମେଡିକାଲରେ ଭର୍ତ୍ତି କରାଯାଇଛି।

ପ୍ରକାଶ ଓ ଗଗନ ଏକ ବାଇକ ଯୋଗେ ଆସୁଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।

ଏମାନେ ଗୁରୁତର ଅବସ୍ଥାରେ ଚିକିତ୍ସା ହେଉଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.