Home ଜିଲ୍ଲା ପରିକ୍ରମା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଯୁବକ ମୃତ୍ୟୁ

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଯୁବକ ମୃତ୍ୟୁ

42

ଭଦ୍ରକ, ୨୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟୁ ଘଟିଛି । ପୁଲିସ୍ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ଏହି ଜିଲାର ସାବରଙ୍ଗ ଥାନା ଅଂଚଳର ମଧୁସୂଦନ ବେହେରାଙ୍କ ପୁତ୍ର ପ୍ରଫୁଲ୍ଲ ବାଇକ୍ ଯୋଗେ କୌଣସି ଏକ କାମରେ ଭଦ୍ରକ ଆସୁଥିବାବେଳେ ସହରାଞ୍ଚଳ ଥାନା ଅଧୀନସ୍ଥ ଭଦ୍ରକ ହଳଦିଡିହ ବାଇପାସ ନିକଟରେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ବାଇକ୍ ସହ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ପ୍ରଫୁଲ୍ଲଙ୍କର ମୁଣ୍ଡର ପଛଭାଗରେ ଗଭୀର ଆଘାତ ଲାଗିଥିଲା । ଫଳରେ ପ୍ରଚୁର ରକ୍ତସ୍ରାବ ହୋଇଥିବାବେଳେ ସ୍ଥାନୀୟ ଲୋକଙ୍କ ସହଯୋଗରେ ତାଙ୍କୁ ତୁରନ୍ତ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । କିନ୍ତୁ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତରମାନେ ତାକୁ ମୃତ ଘୋଷଣା କରିଥିଲେ । ପ୍ରଫୁଲ୍ଲଙ୍କର ଦୁଇଟି ଛୋଟ ଛୋଟ ପୁଅ-ଝିଅ ଅଛନ୍ତି । ତାଙ୍କର ଏଭଳି ମୃତ୍ୟୁରେ ଡାକ୍ତରଖାନା ପରିସର ତାଙ୍କ ପତ୍ନୀ, ଦୁଇ ପିଲା ଓ ପରିବାର ଲୋକଙ୍କ କାନ୍ଦ ବୋବାଳିରେ ଫାଟି ପଡିଥିଲା । ଏହି ଘଟଣାରେ ଭଦ୍ରକ ସହରାଞ୍ଚଳ ଥାନା ଦୁର୍ଘଟଣା ଘଟାଇଥିବା ଦୁଇ ବାଇକ୍‌କୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.