Home ଜିଲ୍ଲା ପରିକ୍ରମା ବନ୍ତ ବ୍ଲକ୍‌ରେ ମିଳିତ ଜନଶୁଣାଣି ଶିବିର

ବନ୍ତ ବ୍ଲକ୍‌ରେ ମିଳିତ ଜନଶୁଣାଣି ଶିବିର

22

ଭଦ୍ରକ, ୨୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ମିଳିତ ଜନାଭିଯୋଗ ଶୁଣାଣି ଶିବିର ଆଜି ବନ୍ତ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳ ସଦ୍ଧେଶ୍ୱର ବଳିରାମ ବୋନ୍ଦର ଓ ଏସ୍‌.ପି. ବରୁଣ ଗୁଣ୍ଟୁପାଲି ଏହି ଶିବିରରେ ଯୋଗ ଦେଇ ସମୁଦାୟ ୬୨ ଟି ଅଭିଯୋଗ ଶୁଣିଥିଲେ । ସେଥିମଧ୍ୟରେ ୫୮ ଟି ଅଭିଯୋଗ ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ଥିଲାବେଳେ ୪ ଟି ସାମୂହିକ ସମସ୍ୟା ମୂଳକ ଥିଲା । ଭଦ୍ରକ ଜିଲ୍ଲାପରିଷଦର ସଭାପତି ପ୍ରଫୁଲ୍ଲ କୁମାର ଜେନା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରତାପ ପ୍ରୀତିମୟ, ଉପଜିଲ୍ଲାପାଳ ମନୋଜ ପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ କୁମାର ପାତ୍ର, ବନ୍ତ ବ୍ଲକ୍‌, ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ, ବନ୍ତ ବି.ଡ଼ି.ଓ. ପି.କେ.ସେଠୀ, ତହସିଲଦାର ଅଙ୍କିତା ବାରିକ ପ୍ରମୁଖ ଏହି ଶିବିରରେ ଯୋଗଦେଇ ଅଭିଯୋଗ ଶୁଣାଣି କାର୍ଯ୍ୟରେ ଜିଲ୍ଲାପାଳଙ୍କୁ ସହଯୋଗ କରିଥିଲେ । ବନ୍ତ ବ୍ଲକ୍ ଓ ଭଦ୍ରକ ଜିଲ୍ଲା ସ୍ତରୀୟ ବିଭାଗୀୟ ମୁଖ୍ୟମାନେ ମଧ୍ୟ ଏହି ଶିବିରରେ ଉପସ୍ଥିତ ରହି ଆଗତ ଅଭିଯୋଗ ଭିତ୍ତିରେ ସମାଧାନ ପାଇଁ ଜିଲ୍ଲାପାଳଙ୍କ ଠାରେ ଆବଶ୍ୟକ ମତେ ଉତ୍ତର ରଖିଥିଲେ । ଏହି ଶିବିରରେ ସାମାଜିକ ସୁରକ୍ଷା ଯୋଜନାରେ ୨ ଜଣ ଦିବ୍ୟାଙ୍ଗକୁ ତିନିଚକିଆ ସାଇକେଲ୍ ପ୍ରଦାନ କରାଯାଇଥିଲା ।

ସେହିପରି ଜିଲ୍ଲା କୃଷି ବିଭାଗ ଦ୍ୱାରା ବଳରାମ ଯୋଜନାରେ ୧୪ଟି ମହିଳା ଗୋଷ୍ଠୀଙ୍କୁ ଜଏଣ୍ଟ ଲାଇଭ୍‌ଲିହୁଡ଼ ଗ୍ରୁପ୍ ଆଧାରରେ ଋଣ ମଞ୍ଜୁରୀ ପତ୍ର ବଣ୍ଟନ କରାଯାଇଥିଲା । ସୂଚନା ଯୋଗ୍ୟକି ଏଥିରେ କେତୋଟି ଦଳକୁ ୮୦ ହଜାର ଓ ଅନ୍ୟ କେତୋଟି ଦଳକୁ ଏକ ଲକ୍ଷ ଟଙ୍କାର ଋଣ ମଞ୍ଜୁର କରାଯାଇଛି । ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଦ୍ୱାରା ବନ୍ତବ୍ଲକ୍‌ରେ ୫୪ଟି ଅଙ୍ଗନବାଡ଼ିରେ ପ୍ରି ସ୍କୁଲ ଯୋଜନାରେ ପଢ଼ୁଥିବା ପିଲାଙ୍କ ବସିବା ପାଇଁ ଟେବୁଲ ଚୌକି ଓ ପାନୀୟ ଜଳ ପାଇଁ ୱାଟର ଫିଲଟର ମଧ୍ୟ ଆଜି ଏହି ଶିବିରରେ ବଣ୍ଟନ କରାଗଲା । ଏହି ଯୋଜନାରେ ବନ୍ତ ବ୍ଲକ୍ ପାଇଁ ୮୧୩ ଟି ଚୌକି, ୪୩୭ ଟି ଟେବୁଲ ଓ ୫୪ ଟି ଫିଲ୍‌ଟର ଯୋଗାଇ ଦିଆଯାଇଛି । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରାଙ୍କ ଠାରୁ ପ୍ରାପ୍ତ ସୂଚନା ଅନୁଯାୟୀ ଜିଲ୍ଲାର ସମସ୍ତ ବ୍ଲକ୍ ପାଇଁ ଏହି ଯୋଜନାରେ ଜେ.ଏମ୍‌. ପୋର୍ଟାଲ୍ ମାଧ୍ୟମରେ କ୍ରୟ କରାଯାଇ ଅଙ୍ଗନ ବାଡ଼ିକୁ ଯୋଗାଇବା ପାଇଁ ସମୁଦାୟ ୮,୩୨୦ ଟି ଚୌକି, ୪,୪୮୫ଟି ଟେବୁଲ ଓ ୫୮୪ଟି ୱାଟରଫିଲଟର ବ୍ୟବସ୍ଥା କରାଯାଇଛି । ସମସ୍ତ ବ୍ଲକରେ ଥିବା ଆଇ.ସି.ଡ଼ି.ଏସ୍‌.ଅଫିସରୁ ଏହି ସବୁ ଉପକରଣ ପ୍ରଦାନ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ଚୌକି, ଟେବୁଲ ଓ ଫିଲଟର ସଂଖ୍ୟା ଅନୁଯାୟୀ ଯଥାକ୍ରମେ ବାସୁଦେବପୁର କୁ ୧୪୪୧, ୭୫୫ ଓ ୯୬, ଭଦ୍ରକ କୁ ୧୫୩୮, ୮୦୧, ଓ ୧୧୯, ଭଣ୍ଡାରିପୋଖିରୀକୁ ୮୨୦, ୪୪୦ ଓ ୪୯ ଚାନ୍ଦବାଲି-୧ କୁ ୭୫୨, ୪୦୬ ଓ ୫୦ ଚାନ୍ଦବାଲି-୨ କୁ ୭୧୧, ୩୮୬ ଓ ୪୭ଟି ଧାମନଗରକୁ ୧୨୦୬, ୬୩୩ ଓ ୯୦ଟି ୬୮ ତିହିଡ଼ିକୁ ୧୦୩୯, ୫୫୦ ଓ ୭୯ ଟି ଯୋଗାଇ ଦିଆଯିବା ପାଇଁ କ୍ରୟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.