ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସୌର ପ୍ରକଳ୍ପଗୁଡିକର ପରିଚାଳନା କରିବା କ୍ଷେତ୍ରରେ ଆଦାନୀ ଗ୍ରୁପ୍ ବିଶ୍ୱର ସର୍ବବୃହତ ସୌରଶକ୍ତି ଉତ୍ପାଦନ କମ୍ପାନୀ । ମର୍କମ କ୍ୟାପିଟାଲ ପକ୍ଷରୁ ପ୍ରକାଶିତ ବିଶ୍ୱର ବୃହତ ସୌରଶକ୍ତି କମ୍ପାନୀ ତାଲିକାରେ ଆଦାନୀ ଗ୍ରୁପ୍ ଶୀର୍ଷରେ ରହିଛି । ଆଦାନୀ ଗ୍ରୁପ୍ର ଅକ୍ଷୟ ଶକ୍ତି ପୋର୍ଟଫୋଲିଓ ୨୦୧୯ରେ ସମଗ୍ର ଯୁକ୍ତରାଷ୍ଟ୍ରର ସୌର ଶିଳ୍ପ ଦ୍ୱାରା ସ୍ଥାପିତ ହୋଇଥିବା ମୋଟ କ୍ଷମତାକୁ ଅତିକ୍ରମ କରିଛି ଏବଂ ୧.୪ ବିଲିୟନ ଟନ୍ ଅଙ୍ଗାରକାମ୍ଳକୁ ସ୍ଥାନାନ୍ତର କରୁଛି । ସୌର କୋଷ ଓ ମଡ୍ୟୁଲ୍ ଉତ୍ପାଦନ, ପ୍ରକଳ୍ପ ବିକାଶ, ନିର୍ମାଣ, ଆର୍ଥିକ ସଂରଚନା ଏବଂ ଏହାର ଅନ୍ତରୀଣ ପରିସମ୍ପତ୍ତି ପ୍ରବନ୍ଧନ ପ୍ଲାଟଫର୍ମ ମାଧ୍ୟମରେ ନିଜର ସମ୍ପତ୍ତିର ପରିଚାଳନା କରିବାରେ ଆଦାନୀ ଗ୍ରୁପ୍ ହେଉଛି ଦୁନିଆର ସବୁଠାରୁ ସମ୍ପୂର୍ଣ୍ଣ ଏକୀକୃତ ସୌର କମ୍ପାନୀ । ଆଦାନୀ ଗ୍ରୀନ୍ ଏନର୍ଜି ଲିମିଟେଡ୍ ୨୦୧୫ରେ ଏହାର ପ୍ରଥମ ସୌର ପ୍ରକଳ୍ପ ପ୍ରତିଷ୍ଠା କରିଥିଲା ଏବଂ ୨୦୧୭ ସୁଦ୍ଧା କମ୍ପାନୀ କେବଳ ଦୁଇଟି ସୌର ପ୍ରକଳ୍ପ ଶେଷ କରିଥିଲା । ୨୦୧୮ରେ କମ୍ପାନୀ ସାର୍ବଜନୀନ ହୋଇଥିଲା ଏବଂ ଏହାର ଉପସ୍ଥିତିକୁ ତ୍ୱରାନ୍ୱିତ କରି ବର୍ତ୍ତମାନ ୫ବର୍ଷ ମଧ୍ୟରେ ଦୁନିଆର ସର୍ବବୃହତ ସୌରଶକ୍ତି କମ୍ପାନୀ ହେବାର ମାଇଲଖୁଂଟ ସ୍ଥାପନ କରିଛି । ଏଥିସହିତ ୨୦୨୫ ସୁଦ୍ଧା ୨୫ ଗିଗା ୱାଟ୍ ନବୀକରଣ ଯୋଗ୍ୟ ଶକ୍ତିର ସ୍ଥାପିତ ଉତ୍ପାଦନ କ୍ଷମତା ହାସଲ କରିବାକୁ ଲକ୍ଷ୍ୟ ରଖିଛି । ଏନେଇ ଆଦାନୀ ଗ୍ରୁପ୍ର ଅଧ୍ୟକ୍ଷ ଗୌତମ ଆଦାନୀ କହିଛନ୍ତି, ଏହି ମାନ୍ୟତା ହାସଲ ହେଉଛି, ଭବିଷ୍ୟତରେ ଏକ ସ୍ୱଚ୍ଛ ଶକ୍ତି ପାଇଁ ଆବଶ୍ୟକ ଭିତ୍ତିଭୂମି ସୃଷ୍ଟି କରିବା ପାଇଁ ଆମର ପ୍ରତିବଦ୍ଧତାର ପ୍ରତ୍ୟେକ୍ଷ ଫଳାଫଳ । ଯେତେବେଳେ ଆମେ ଦୁନିଆର ସବୁଠୁ ବଡ ସୌର କମ୍ପାନୀ ଭାବରେ ସ୍ଥାନିତ ହୋଇ ଖୁସି, ତଥାପି ଆମେ ସ୍ୱୀକାର କରୁଛୁ ଯେ ଆହୁରି ଏନେକ କିଛି ଅଛି ଯାହାକି ଆମ ପାଇଁ କରିବାକୁ ବାକି ରହିଲା । ଆମେ ଆଶା କରୁଛୁ ଯେ ଆମର ନବାକରଣ ଯୋଗ୍ୟ ଶକ୍ତି ପ୍ଲାଟଫର୍ମ ଆମର ମୂଳ ବ୍ୟବସାୟ ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିବ ଏବଂ ସୁଲଭ ବିକେନ୍ଦ୍ରୀକରଣ ଶକ୍ତି, ବଣ୍ଟିତ ବିଶୁଦ୍ଧ ଜଳର ଉପଲବ୍ଧତା, ବିକଳ୍ପ ଇନ୍ଧନ ପରି ମାନବ ଜାତି ସମ୍ମୁଖୀନ ହୋଇଥିବା କେତେକ ଜଟିଳ ସମସ୍ୟାର ସମାଧାନ କରିବାରେ ସକ୍ଷମ ହେବୁ । ପାଂଚ ବର୍ଷ ପୂର୍ବେ ଆଦାନୀ ଗ୍ରୀନ୍ ଏନର୍ଜି ଲିମିଟେଡ୍ ଆରମ୍ଭ ହୋଇଥିଲା, ଆମର କାହାଣୀ କେବଳ ଆରମ୍ଭ ହୋଇଛି ।
Home ଜିଲ୍ଲା ପରିକ୍ରମା ମର୍କମ କ୍ୟାପିଟାଲ ପକ୍ଷରୁ ପ୍ରକାଶିତ ବୃହତ ସୌରଶକ୍ତି ତାଲିକା : ଆଦାନୀ ଗ୍ରୁପ୍ ବିଶ୍ୱର ସର୍ବବୃହତ...








