Home କେନ୍ଦୁଝର ମରୈଗାଁ ପଞ୍ଚାୟତ ଦୁନ୍ନୀତି ଅଭିଯୋଗର ତଦନ୍ତ

ମରୈଗାଁ ପଞ୍ଚାୟତ ଦୁନ୍ନୀତି ଅଭିଯୋଗର ତଦନ୍ତ

27

ହାଟଡିହି-୧୨ /୧ (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ମରୈଗାଁ ପଞ୍ଚାୟତରେ ହୋଇଥିବା ଦୁନ୍ନୀତି ଅଭିଯୋଗକୁ ନେଇ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇଛି । ମରୈଗାଁ ପଞ୍ଚାୟତର ସରପଞ୍ଚ ନକୁଳ ଦାସ ତାଙ୍କ ପଞ୍ଚାୟତରେ ଗ୍ରାମସଭା, ପଲ୍ଲୀସଭା କରାନଯାଇ ନଥିବା ପ୍ରକଳ୍ପର କାର୍ଯ୍ୟ କରାଯାଉଛି, ପଞ୍ଚାୟତ ସେୟାର କାମ କରାନଯାଇ ପଞ୍ଚାୟତ ସମିତି ସେୟାରରେ କାମ କରାଯାଉଛି ବୋଲି ସେ ଅଭିଯୋଗ କରିଥିଲେ । ଏପରିକି କିଛି ଗ୍ରାମରେ ଅତିନିମ୍ନମାନର କାମ କରାଯାଇ ଅନୁଦାନ ହଡପ କରାଯାଉଛି ବୋଲି ସେ ଅଭିଯୋଗ କରିଥିଲେ । ଅଭିଯୋଗର ତଦନ୍ତ କରିବାପାଇଁ ଏପିଡି ଜୟଶ୍ରୀ ବେଉରା, ପ୍ରୋଗ୍ରାମ ଅଫିସର ଶିବାନନ୍ଦ ତ୍ରିପାଠୀ, ବିଏସଓ ଚନ୍ଦନ କୁମାର ଆୟଚ ପ୍ରମୁଖ ଉକ୍ତ ପଞ୍ଚାୟତରେ ପହଞ୍ଚି ସରପଞ୍ଚଙ୍କ ଅଭିଯୋଗର ତଦନ୍ତ କରିଥିଲେ । ଏହି ସମୟରେ ପଞ୍ଚାୟତର କେତେକ ଗ୍ରାମରେ ଟିଏଫସି. ସିଏଫସି ଅନୁଦାନରେ ବର୍ଷେ ପୁର୍ବରୁ କାମ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବିଲ କରାଯାଉ ନଥିବା କିଛି ଠିକାଦାର ଅଭିଯୋଗ କରିଥିଲେ । ସେହିପରି ପଞ୍ଚାୟତରେ ୫ଲକ୍ଷରୁ ଉର୍ଦ୍ଧ ଟଙ୍କା ଅଗ୍ରୀମ ଉଠାଇ ନିଆଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହାକୁ ପଞ୍ଚାୟତକୁ ଫେରସ୍ତ କରାଯାଉ ନଥିବା ୱାର୍ଡସଭ୍ୟ ମାନେ ଅଭିଯୋଗ କରିଛନ୍ତି । ଆଜି ଏହି ତଦନ୍ତ ସମୟରେ ସହକାରୀଯନ୍ତ୍ରୀ ନୀଳାଦ୍ରୀ ନାୟକ, କନିଷ୍ଠଯନ୍ତ୍ରୀ ସୁପ୍ରଭା ପ୍ରଧାନ, ପିଇଓ ହରିହର ସେଠୀ, ଜିଆରଏସ ରଞ୍ଜନ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.