Home କେନ୍ଦୁଝର ମରୈଗାଁରେ ଲକ୍ଷ୍ମୀନାରାୟଣ ସାହିତ୍ୟ ସଂସଦ ଗଠିତ

ମରୈଗାଁରେ ଲକ୍ଷ୍ମୀନାରାୟଣ ସାହିତ୍ୟ ସଂସଦ ଗଠିତ

71

ହାଟଡିହି- ୧୧ / ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ମରୈଗାଁରେ ନୁତନକରି ଲକ୍ଷ୍ମୀନାରାୟଣ ସାହିତ୍ୟ ସଂସଦ ଗଠନ କରାଯାଇଛି । ଏହା ହାଟଡିହି ବ୍ଲକର ୭ମ ସାହିତ୍ୟ ସଂସଦ ଭାବେ ପରିଗଣିତ ହୋଇଛି । ପୁର୍ବତନ ସରପଞ୍ଚ ସୁଦାମ ଚରଣ ଜେନାଙ୍କ ଆବାହକତ୍ୱରେ ଓ ବରିଷ୍ଠ ସାହିତ୍ୟିକ ତଥା ସ୍ତମ୍ବକାର ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ସଭାରେ ଅଞ୍ଚଳର ବହୁ ସାହିତ୍ୟିକ ଓ କବିମାନେ ଯୋଗଦେଇଥିଲେ । ଏହି ଅବସରରେ ନୁତନକରି ଲକ୍ଷ୍ମୀନାରାୟଣ ସାହିତ୍ୟ ସଂସଦ ମରୈଗାଁ ନାମରେ ଏକ ସାହିତ୍ୟ ସଂସଦ ପ୍ରତିଷ୍ଠା କରାଯାଇ ଏହାର କର୍ମକର୍ତ୍ତା ଚୟନ କରାଯାଇଥିଲା । ଏଥିରେ ସଭାପତି ଭାବେ ପ୍ରତିଭା ସ୍ୱାଇଁ, ଉପସଭାପତି ଭାବେ ନିର୍ମଳ ଚନ୍ଦ୍ର ବାରିକ, ସମ୍ପାଦକ ଭାବେ ସୁଦାମ ଚରଣ ଜେନା, ଯୁଗ୍ମ ସଂପାଦକ ଭାବେ ଧ୍ରୁବାନନ୍ଦ ସେଠୀ, ବଳରାମ ଜେନା, ସନ୍ତୋଷ କୁମାର ସା, ସଂଗଠନ ସମ୍ପାଦକ ଭାବେ ଶରତ କୁମାର ସେଠୀ, କୋଷାଧକ୍ଷ ଭାବେ ନିର୍ମଳ ଚନ୍ଦ୍ର ମଲ୍ଲିକ, ସାଂସ୍କୃତିକ ସଂପାଦକ ଭାବେ ହେମନ୍ତ କୁମାର ନାୟକ ମନୋନୀତ ହୋଇଥିବାବେଳେ କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବେ ଅନନ୍ତ ଚରଣ ମୁଦୁଲି, ସୁରେନ୍ଦ୍ର ପରିଡା, ବନମାଳୀ ଜେନା, ବସନ୍ତ କୁମାର ଜେନା, ଗୋପାଳ କୃଷ୍ଣ ରାଉତ, କିଶୋର ଆଚାର୍ଯ୍ୟ, ନୀଳାଦ୍ରୀ ଶଙ୍ଖୁଆ, ସାବିତ୍ରୀ ଜେନା, ପ୍ରେମାନନ୍ଦ ମହାରଣା, ସ୍ନିଗ୍ଧାରାଣୀ ଘଡେଇଙ୍କୁ ମନୋନୀତ କରାଯାଇଥିଲା । ସେହିପରି ଉପଦ୍ଦେଷ୍ଟା ମଣ୍ଡଳୀରେ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ରତ୍ନାକର ଦାସ, ମୁରଲୀଧର ବେହେରା, ଅଧିକାରୀ ନାୟକ, ତୈଲୋକ୍ୟନାଥ ଜେନା, ନରେନ୍ଦ୍ର ପ୍ରସାଦ ବେହେରା, ହରିହର ସାମଲ, ଶ୍ରୀକାନ୍ତ ପଟ୍ଟନାୟକ, ଗୌରାଙ୍ଗ ଆଇଚ, କିର୍ତ୍ତନ ସାହୁ, ଗଣେଶ୍ୱର ମହାନ୍ତି ଓ ବାଇଧର ମୁନୀଙ୍କୁ ମନୋନିତ କରାଯାଇଥିଲା । ମରୈଗାଁ ଅଞ୍ଚଳରେ ନୁତନ କରି ଏପରି ଏକ ସାହିତ୍ୟ ଅନୁଷ୍ଠାନ ଗଠନ କରାଯାଇ ଥିବାରୁ ସବୁସ୍ତରରୁ ଏହାକୁ ସ୍ୱାଗତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.