Home ଜିଲ୍ଲା ପରିକ୍ରମା ଆଦାନୀ ଫାଉଣ୍ଡେସନ ପକ୍ଷରୁ ଖରିଫ ଧାନ ଉପରେ କୃଷକ କ୍ଷେତ୍ର ତାଲିମ

ଆଦାନୀ ଫାଉଣ୍ଡେସନ ପକ୍ଷରୁ ଖରିଫ ଧାନ ଉପରେ କୃଷକ କ୍ଷେତ୍ର ତାଲିମ

43

ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୃଷକଙ୍କ ଉତ୍ପାଦନ ଓ ଆୟ ବୃଦ୍ଧି ଉଦ୍ଦେଶ୍ୟରେ ଆଦାନୀ ଫାଉଣ୍ଡେସନ ପକ୍ଷରୁ ଦୋସିଙ୍ଗା ଓ କରଂଜମାଳ ଗ୍ରାମପଂଚାୟତର ୯ଟି ଗ୍ରାମରେ କୃଷି ବିଜ୍ଞାନ କେନ୍ଦ୍ର ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଭଦ୍ରକର ବୈଷୟିକ ମାର୍ଗଦର୍ଶନ ଅନୁଯାୟୀ ୧୫ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ୧୫ ଏକର ଜମିରେ ଶଙ୍କର କିସମ ଅଜୟ ଧାନ କ୍ଷେତ୍ର ପ୍ରଦର୍ଶନୀ କରାଯାଇଥିଲା । ତୃତୀୟ କୃଷକ କ୍ଷେତ୍ର ପ୍ରଶିକ୍ଷଣର କ୍ଷେତ୍ର ଦିବସ ଓ ଫସଲ ଅମଳ କାର୍ଯ୍ୟକ୍ରମ କରଂଜମାଳ ଗ୍ରାମପଂଚାୟତର ନରେନ୍ଦ୍ରପୁରରେ ଆୟୋଜିତ ହୋଇଥିଲା । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ନରେନ୍ଦ୍ରପୁର, କରଂଜମାଳ, ବାଇଂଚା ଏବଂ ଧାନକୁଟା ଗ୍ରାମର ୪୧ ଜଣ କୃଷକ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ । ଗୋବିନ୍ଦ କୃଷକ କ୍ଲବର ସଭାପତି ହୃଷିକେଶ ମଣ୍ଡଳ ଏବଂ ପ୍ରଗତିଶୀଳ କୃଷକ ଉମେଶ ଚନ୍ଦ୍ର ନାୟକ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅ୍ମକ୍ଷତା କରିଥିଲେ । ପ୍ରାରମ୍ଭରେ ଧାନ ଉତ୍ପାଦନକାରୀ କୃଷକମାନେ ୧୩୫ ଦିନ ଅବଧି ବିଶିଷ୍ଟ ହାଇବ୍ରିଡ ଫସଲ ଅଜୟ ଓ ଏହାର କାଣ୍ଡବିନ୍ଧା ପୋକ ପ୍ରତିରୋଧକ, ଚାରା ହେବା ଓ ପ୍ରତିରୋପଣର ଉପଯୁକ୍ତ ସମୟ, ତିନି ଭାଗରେ ସନ୍ତୁଳିତ ସାର ବ୍ୟବହାର, ପ୍ରତିରୋପଣ ପୂର୍ବରୁ ଜୈବିକ ସାର ବ୍ୟବହାର ନେଇ ନିଜର ଅଭିଜ୍ଞତା ରଖିଥିଲେ । ଆଶା ଅନୁଯାୟୀ ଅମଳ ବିଷୟରେ ଜାଣିବା ପାଇଁ ସହଦେବ ମଣ୍ଡଳଙ୍କ ୨୫ ବର୍ଗ ମିଟର ଜମିରେ ଫସଲ ଅମଳ କାର୍ଯ୍ୟକ୍ରମ କରାଯାଇଥିଲା । କୃଷକମାନଙ୍କ ଉପସ୍ଥିତିରେ ହିଁ ଫସଲ ଅମଳ, ସଫା ଓ ମାପ କରାଯାଇଥିଲା । ୨୫ ବର୍ଗ ମିଟର ଜମିରୁ ୧୮.୨ କିଲୋଗ୍ରାମ ଫସଲ ଅମଳ ହୋଇଥିଲା ଏବଂ ଏକର ପିଛା ଅମଳର ମୂଲ୍ୟାୟନ ୨୬ କ୍ୱିଣ୍ଟାଲ ହେବ । ଫସଲ ଅମଳ ପରେ କୃଷକମାନେ ଅନୁଭବ କଲେ କି, ସେମାନଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ପାରମ୍ପରିକ ପଦ୍ଧତି ତୁଳନାରେ ପ୍ରାୟ ୪୫ପ୍ରତିଶତ ଅମଳ ବୃଦ୍ଧି ପାଇଛି । ପରବର୍ତ୍ତୀ ଖରିଫ୍ କୃଷକମାନେ ଅଜୟ କିସନ କିଣିବାକୁ ନିଷ୍ପତ୍ତି ନେଇଛନ୍ତି । ଗୋବିନ୍ଦ କୃଷକ କ୍ଲବ ଦ୍ୱାରା ଅଂଶଗ୍ରହଣକାରୀ ଓ ପାରସ୍ପରିକ ଆଭିମୁଖ୍ୟ ସହିତ ଏହି ପ୍ରଶିକ୍ଷଣ ଅଧିବେଶନ ଏବଂ କ୍ଷେତ୍ରଭିତ୍ତିକ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.