Home ଜିଲ୍ଲା ପରିକ୍ରମା ମରୁଡି ପରିସ୍ଥିତି ରେ ପ୍ରଶାସନ ନିରବ ଦ୍ରଷ୍ଟା ସାଯିବା ନେଇ କୃଷି ଅଧିକାରୀ ଙ୍କ କାର୍ଯ୍ୟାଳୟ...

ମରୁଡି ପରିସ୍ଥିତି ରେ ପ୍ରଶାସନ ନିରବ ଦ୍ରଷ୍ଟା ସାଯିବା ନେଇ କୃଷି ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ତାଲା ପକାଇଲେ ଗ୍ରାମବାସୀ

47

ବଲାଙ୍ଗୀର, ୦୨-୧୨ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) : ବଲାଙ୍ଗିର ଜିଲ୍ଲାରେ ପ୍ରତ୍ୟେକ ବର୍ଷ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଆସୁଥିବା ବେଳେ ଚଳିତ ବର୍ଷ ମଧ୍ୟ ଅଦିନିଆ ବର୍ଷା ଯୋଗୁଁ ଅନେକ ପଞ୍ଚାୟତରେ ଗଜା ମରୁଡ଼ି ଦେଖା ଦେଇଛି। ଫଳରେ ଏହି ଗଜା ମରୁଡ଼ିର ରିପୋର୍ଟ ସଂଗ୍ରହ କରିବା ସହିତ କ୍ଷତିପୂରଣ ଦାବିରେ କୃଷି ଅଧିକାରୀ ଚିତ୍ତରଞ୍ଜନ ଶତପଥୀ ଓ ସ୍ଥାନୀୟ ତହସିଲଦାର ସୁରେନ୍ଦ୍ର ମେହେରଙ୍କୁ ଶିଷକେଲା ଓ ବେଲଗା ପଞ୍ଚାୟତର ଚାଷୀମାନେ ବହୁବାର ଅଭିଯୋଗ କରିଛନ୍ତି। ହେଲେ ଚାଷୀଙ୍କ କଥାକୁ କେହି ନ ଶୁଣିବାରୁ ଶେଷରେ ଆଜି ବାଧ୍ୟହୋଇ ଶିଷକେଲା ପଞ୍ଚାୟତ ସରପଞ୍ଚ ଉମାକାନ୍ତ ରଣାଙ୍କ ନେତୃତ୍ୱରେ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଆଗରେ ଶତାଧିକ ଚାଷୀ ଧାରଣା ଦେବାସହ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇଦେଇଥିଲେ। ଅନ୍ୟପଟେ କୃଷି ଅଧିକାରୀଙ୍କ ଅନୁପସ୍ଥିତି ଯୋଗୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ଏବଂ କ୍ଷତିପୂରଣ ନଦେଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.