Home ଖେଳ ସର୍ବ ଭାରତୀୟ ଓପନ କରାଟେ ଚାମ୍ପିଅନସିପରେ ଟିଟିଲାଗଡକୁ ୪୬ ପଦକ

ସର୍ବ ଭାରତୀୟ ଓପନ କରାଟେ ଚାମ୍ପିଅନସିପରେ ଟିଟିଲାଗଡକୁ ୪୬ ପଦକ

84

ଟିଟିଲାଗଡ, ୨-୧୨ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) : ଓଡ଼ିଶାର ରାଜଧାନୀ ଭୁବନେଶ୍ବରର ଉତ୍କଳ କରାଟେ ସ୍କୁଲ ଠାରେ ସର୍ବ ଭାରତୀୟ କରାଟେ ଚାମ୍ପିୟନସିପ ତିନି ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତା ରେ ବିଭିନ୍ନ ରାଜ୍ୟରୁ ବାଳକ ଓ ବାଳିକା ମିଶି ୬୦୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାକୁ ଉତ୍କଳ କରାଟେ ସ୍କୁଲର ପ୍ରତିଷ୍ଠାତା ହରି ପ୍ରସାଦ ପଟ୍ଟନାୟକ ଅନୁଷ୍ଠିତ କରିଥିଲେ। ଏହି ପ୍ରତିଯୋଗିତାରେ ଟିଟିଲାଗଡ ଉତ୍କଳ କରାଟେ ସ୍କୁଲ ର ୨୦ ଜଣ ବାଳିକା ଓ ୩୦ ଜଣ ବାଳକ ପ୍ରତିଯୋଗୀ ଅଂଶ ଗ୍ରହଣ କରି ୬ଗୋଟି ସ୍ଵର୍ଣ୍ଣ ପଦକ, ୧୧ଗୋଟି ରୋପ୍ୟ ଏବଂ ୨୯ ଗୋଟି ତାମ୍ର ପଦକ ସହ ମୋଟ ୪୬ ଗୋଟି ପଦକ ହାସଲ କରିଛନ୍ତି। ଏହି ପ୍ରତିଯୋଗୀ ମାନଙ୍କୁ ଟିଟିଲାଗଡ ଉତ୍କଳ କରାଟେ ସ୍କୁଲ ର ମୁଖ୍ୟ ପ୍ରଶିକ୍ଷକ ସେନ ସାଇ ସୁରେଶ ଜାଲ ଯାଦବ ତଥା ତିନିଜଣ ରେଫରି ସରୋଜକାନ୍ତ ବେହେରା, ଗୋପାଲ ଚନ୍ଦ୍ର ଦୀପ, ସୁରେଶ ଚନ୍ଦ୍ର ଜାଲ ଏବଂ ତିନିଜଣ କୋଚ ଶ୍ରଦ୍ଧାଞ୍ଜଳି ଜାଲ, ବ୍ୟୋମକେଶ ବେହେରା, ଓ ରାହୁଲ ଜାଲଙ୍କ ସହ ଦୁଇ ଜଣ ଟିମ୍ ମ୍ୟାନେଜର କୃଷ୍ଚ ଚନ୍ଦ୍ର ପାତ୍ର ଓ ସରୋଜ ଜାଲ ଙ୍କ ଆନୁକୁଲ୍ୟରେ ପ୍ରତିଯୋଗୀମାନେ ଅଂଶ ଗ୍ରହଣ କରି ପଦକ ହାସଲ କରିଛନ୍ତି। ବିଜୟୀ ପ୍ରତିଯୋଗୀମାନଙ୍କୁ ଟିଟିଲାଗଡ ସହରର ବିଭିନ୍ନ ଅନୁଷ୍ଠାନ ତରଫରୁ ସ୍ବାଗତ ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.