Home ଜିଲ୍ଲା ପରିକ୍ରମା ମରି ଗଲା ସମୁଦ୍ରରୁ ମତ୍ସଜୀବୀଙ୍କ ଜାଲରେ ପଡ଼ିଥିବା ବଡ଼ ମାଛ

ମରି ଗଲା ସମୁଦ୍ରରୁ ମତ୍ସଜୀବୀଙ୍କ ଜାଲରେ ପଡ଼ିଥିବା ବଡ଼ ମାଛ

127

ବାହାନଗା, ୬ା୩(ନିପ୍ର) : ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ରେମୁଣା ବ୍ଲକର ଜାମୁକା ମୁହାଣରୁ କିଛି ମତ୍ସଜୀବୀ ୨ଦିନ ତଳେ ମାଛ ମାରିବାକୁ ସମୁଦ୍ରକୁ ଯାଇ ଥିଲେ । ସେମାନେ ସମୁଦ୍ର ଭିତରେ ମାଛ ଧରିବାକୁ ଜାଲ ବିଛାଇ ଥିବା ବେଳେ ଜାଲରେ ଏକ ବଡ଼ ମାଛ ଲାଗିଥିଲା । ଯାହାର ଓଜନ ୩ଶହ କେଜିରୁ ଉର୍ଦ୍ଧ ହେବ ବୋଲି ଅନୁମାନ କରା ଯାଇଥିଲା । ଫଳରେ ମତ୍ସଜୀବୀ ମାନେ ମାଛ ଟିକୁ ଉଦ୍ଧାର କରି ଜାଲ ସହ ରସିରେ ବାନ୍ଧି କଣ୍ଟିଆଚିରା ମୁହାଣକୁ ଆଣି ଥିଲେ । ଲୋକେ ଦେଖି ତାହାକୁ ସାର୍କ ଜାତିର ମାଛ ବୋଲି କହି ଥିଲେ । ଧିରେ ଧିରେ ମାଛ ଦେଖିବାକୁ ସେଠାରେ ଭିଡ଼ ହେବାରୁ ତାହାକୁ ମତ୍ସଜୀବୀ ମାନେ ପୁଣି ଛାଡ଼ି ଦେଇଥିଲେ । ୨ ଦିନ ବିତି ଯିବା ପରେ ମାଛଟି ମରି ଯାଇବାର ଦେଖା ଯାଇଥିଲା ।ଏବାବଦଦରେ ମତ୍ସଅଧିକାରୀ ଗୋପାଳପୁର ଅନନ୍ତ ନାରାୟଣ ଜେନାଙ୍କୁ ପଚାରିବାରୁ ମରି ଯାଇ ଥିବାର ଖବର ମିଳିଛି । ଏ ବାବଦରେ ସେ ଅତିରିକ୍ତ ମତ୍ସ ଅଧିକାରୀ ବାଲେଶ୍ୱରକୁ ଜଣା ଇଛନ୍ତି । ସେ ଫରେଷ୍ଟ ବିଭାଗକୁ ଜଣାଇ ମାଛଟିକୁ ଉଦ୍ଧାର କରାଯିବାର ବ୍ୟବସ୍ଥା ହେବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.