Home ଓଡ଼ିଶା ମମିତା ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ପାଇଁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବରଖାସ୍ତ କର : ଏ.ଆଇ.ଏସ୍‌.ଏଫ୍‌.

ମମିତା ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ପାଇଁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବରଖାସ୍ତ କର : ଏ.ଆଇ.ଏସ୍‌.ଏଫ୍‌.

46

ଭୁବନେଶ୍ୱର ୨୦ା୧୦ (ଓଡ଼ିଆ ପୁଅ) : କଳାହାଣ୍ଡି ଜିଲ୍ଲା ସନ୍‌ସାଇନ୍ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେର ନିଖୋଜ, ଉକ୍ତ ଘରୋଇ ଶିକ୍ଷାନୁଷ୍ଠାନରେ ଅନେକ କେଳେଙ୍କାରୀ, ପରିବାରବର୍ଗଙ୍କ ଏତଲାକୁ ପୋଲିସ୍ ଗୁରୁତ୍ୱ ନଦେବା, ହତ୍ୟାକାରୀ ସହ ଗୃହରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ଘନିଷ୍ଠତା, ୧୧ ଦିନ ପରେ କଲେଜ ପରିସରରେ ୧୦ ଫୁଟ୍ ଗଭୀରରୁ ଗଳିତ ଶବ ଉଦ୍ଧାର ଘଟଣା ଓଡ଼ିଶାର ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଚାଲିଥିବା କେଳେଙ୍କାରୀର ଲମ୍ବା ଫର୍ଦ୍ଦ ବଢାଇ ଚାଲିଥିବା ବେଳେ ଏହି ଘଟଣାର ତଦନ୍ତ ନିରପେକ୍ଷତା ପାଇଁ ଗୃହ ରାଷ୍ଟ୍ରମନ୍ତ୍ରୀ ପଦରୁ କ୍ୟାପଟେଲ୍ ଦିବ୍ୟ ଶଙ୍କର ମିଶ୍ରଙ୍କୁ ଅବିଳମ୍ବେ ବରଖାସ୍ତ ପାଇଁ ଏ.ଆଇ.ଏସ୍‌.ଏଫ. ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ମୁଖ୍ୟମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଏହି ହତ୍ୟା ଘଟଣାରେ ଗୋଟିଏ ଘରୋଇ ଶିକ୍ଷାନୁଷ୍ଠାନର କେଳେଙ୍କାରୀ ଲୋକଲୋଚନକୁ ଆସିଥିବା ବେଳେ ଅନେକ କଲେଜର କେଳେଙ୍କାରୀକୁ ପ୍ରଭାବଶାଳୀ ରାଜନେତା, ଅଧିକାରୀ ଓ ପୋଲିସ୍ ଚପାଇ ଦେଉଛନ୍ତି। ରାଜ୍ୟରେ ମହିଳାମାନଙ୍କ ସୁରକ୍ଷାକୁ ନେଇ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ପୃଷ୍ଠଭୂମିରେ ନିହତ ଅଧ୍ୟାପିକାଙ୍କ ପରିବାରକୁ ଅନ୍ୟୁନ ୨ କୋଟି ଟଙ୍କାର କ୍ଷତିପୂରଣ ପ୍ରଦାନ ତାଙ୍କ ପରିବାରରୁ ଅନ୍ୟୁନ୍ ଜଣଙ୍କୁ ସରକାରୀ ଚାକିରୀ, ହତ୍ୟାକାରୀ ରାଜନୈତିକ ପୃଷ୍ଠପୋଷକତା ଘରୋଇ କଲେଜମାନଙ୍କରେ ଚାଲିଥିବା କେଳେଙ୍କାରୀ ଉପରେ ତଦନ୍ତ ସହ ଏହାର ପୁନରାବୃତ୍ତି ନ ହେବା ବ୍ୟବସ୍ଥା ପାଇଁ ବିଚାର ବିଭାଗୀୟ ତଦନ୍ତ ପାଇଁ ଏ.ଆଇ.ଏସ୍‌.ଏଫ୍‌. ପକ୍ଷରୁ ଦୃଢ ଦାବି କରିବା ସହ ଏ.ଆଇ.ଏସ୍‌.ଏଫ୍‌. ଏହି ଦାବି ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ବୋଲି ଏ.ଆଇ.ଏସ୍‌.ଏଫ୍‌. ପକ୍ଷରୁ ଚେତାବନୀ ଦିଆଯାଇଥିବାବେଳେ ଆଜି ଏହି ବିକ୍ଷୋଭ ଏ.ଆଇ.ଏସ୍‌.ଏଫ୍‌. ରାଜ୍ୟ ପରିଷଦ ସଦସ୍ୟ ବିବେକ କୃଷ୍ଣ, ମନୋରଂଜନ ରାଉତ, ରଶ୍ମିରଂଜନ ପଣ୍ଡା, ରାଜାରାମ ଡଙ୍ଗରୀ, ଜଗଦିଶ୍ ଦୁର୍ଗା, କବିତା ପଲକିଆଙ୍କ ସମେତ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.