Home ଜିଲ୍ଲା ପରିକ୍ରମା ମମିତା ମେହେର ହତ୍ୟା ଘଟଣା: ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବି କରି ସତ୍ୟବାଦୀ ବିଜେପି...

ମମିତା ମେହେର ହତ୍ୟା ଘଟଣା: ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବି କରି ସତ୍ୟବାଦୀ ବିଜେପି ତରଫରୁ କୁଶ ପୁତ୍ତଳିକା ଦାହ ଏବଂ ବିକ୍ଷୋଭ

54

ପୁରୀ ୮-୧୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାରେ ମମିତା ମେହେରଙ୍କୁ ନ୍ୟାୟ ଏବଂ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବି କରି ସତ୍ୟବାଦୀ ଭାରତୀୟ ଜନତା ପାର୍ଟି ତରଫରୁ ସତ୍ୟବାଦୀ ବ୍ଲକ ସମ୍ମୁଖରେ ରାଜ୍ୟ ସରକାରଙ୍କ କୁଶପୁତଳିକା ଯାହା ସହିତ ପ୍ରତିବାଦ କରାଯାଇଛି। ହତ୍ୟାକାଣ୍ଡ ଘଟଣା ରେ ଗୃହ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ କାର୍ଯ୍ୟ କଳାପ ସଂଦେହ ଜନକ ଥିବା ବେଳେ ପୋଲିସ ଏ ନେଇ ତଦନ୍ତ କରୁନାହିଁ। ଏହାର ପ୍ରତିବାଦରେ ସତ୍ୟବାଦୀ ବିଜେପି ଯୁବ ନେତା ଓମ୍ ପ୍ରକାଶ ମିଶ୍ର ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ମନ୍ତ୍ରୀ ଦିବ୍ୟ ଶଙ୍କର ଇସ୍ତଫା ଦାବି କରିଛି। ସେହିପରି ପିପିଲି, ଗୋପ, କାକଟପୁରରେ ମଧ୍ୟ ଭାରତୀୟ ଜନତା ପାର୍ଟି ତରଫରୁ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.