Home ଜିଲ୍ଲା ପରିକ୍ରମା ମନ୍ଦିର ମାଳିନୀ ରଣପୁର ଏବେବି ଅବହେଳିତ

ମନ୍ଦିର ମାଳିନୀ ରଣପୁର ଏବେବି ଅବହେଳିତ

57

ନୟାଗଡ଼ ୨୧/୦୫ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ରାଜା ରାଜୁଡା ଅମଳରୁ ମଠ ମନ୍ଦିର ମାଳିନୀ କହିଲେ ନୟାଗଡ ଜିଲ୍ଲା ରଣପୁରଗଡ଼କୁ ବୁଝାଏ। ଏଠାରେ ଥିବା ମଠ ମନ୍ଦିର ସହ ସନାତନ ଧର୍ମ ଅନୁଯାଇ ଶ୍ରୀକ୍ଷେତ୍ର ସହ ଅନେକ ସାମଜସ୍ୟ ରହିଅଛି। ରଣପୁରରେ ଥିବା ମଠ ମନ୍ଦିରର ପୁନରୁଦ୍ଧାର ନହେଲେ ଲୋପ ପାଇଯିବ ଅନେକ ପ୍ରାଚୀନ କିର୍ତ୍ତୀରାଜି। ଏ ନେଇ ଧର୍ମୀୟ ପ୍ରାଚୀନ ତତ୍ୱବିତ୍ ମାନେ ଦୁଃଖ ପ୍ରକାଶ କରୁଥିବା ଜଣାପଡିଛି। ରଣପୁର ଜଗନ୍ନାଥ ମନ୍ଦିର ଏକ ପ୍ରାଚୀନ କିର୍ତ୍ତୀରାଜିର ଅଂଶ ବିଶେଷ। ମନ୍ଦିର ପରିସରରେ ପାର୍ଶ୍ୱଦେବତା ଭାବେ ରହିଛି ମନ୍ଦିର ହରିହରେଶ୍ୱର, କୁଞ୍ଜବିହାରୀ, ରାଧାକାନ୍ତ ଦେବ, ଲକ୍ଷ୍ମୀ, ସରସ୍ୱତୀ ଓ ବିମଳା ମନ୍ଦିର। ଏଥିସହ ଯୋଡି ହୋଇଛି ରାଜବାଟୀର ରାଜାଙ୍କ ଠାକୁର। ଏଥିସହ ରଣପୁର ର ଚଣ୍ଡେଶ୍ୱରଦେବ ମନ୍ଦିର, ସ୍ୱପ୍ନେଶ୍ୱର ଦେବ ମନ୍ଦିର, ବଧିବାଲୁଙ୍କେଶ୍ୱର ମନ୍ଦିର, ଦଣ୍ଡାବାଲୁଙ୍କେଶ୍ୱର ମନ୍ଦିର, ମା ମଣିନାଗ ମନ୍ଦିର, ସାନଗଡ ନାରାୟଣୀ ମନ୍ଦିର ସହ ଗୋପାଳପୁର ବୁଢାଲିଙ୍ଗ, ମଝିଆଁଖଣ୍ଡ କମଳେଶ୍ୱର ଦେବ ମନ୍ଦିର ଓ ନରେନ୍ଦ୍ରପୁର ବାଲୁଙ୍କେଶ୍ୱରଙ୍କ ସର୍ମ୍ପକ ଅଙ୍ଗାଙ୍ଗିଭାବେ ଜଡିତ।

ଏଥିସହ ବଡ ମଠ, ଦଧିବାମନ ମଠ, ଶ୍ରୀ ଚୈତନ୍ୟ ମଠ, ନୃସିଂହ ମଠ, ଘରୋଇ ମଠ ଭାବରେ ରଘୁନାଥ ଦେବ ମଠ ଓ ସୁନ୍ଦରା ମଠ ଏକ ଧାର୍ମିକ ଭାବନାକୁ ଯୋଡି ରଖିଛି। ଏହିସବୁ ମଠ ମନ୍ଦିର ରେ ଅନେକ କିର୍ତ୍ତୀରାଜି ରହିଛି। ରାଜ୍ୟ ଏଣ୍ଡାଉମେଣ୍ଟ ବିଭାଗ ଦ୍ୱାରା ସମସ୍ତ ମଠ ମନ୍ଦିର ପରିଚାଳିତ ହେଉଅଛି। ରଣପୁର ତହସିଲଦାର ଯୁଗଳ ମିଶ୍ର ଓ ଜଗନ୍ନାଥ ମନ୍ଦିର ମ୍ୟାନେଜର ରମେଶ ଚନ୍ଦ୍ର ପ୍ରଧାନ ପରିଚାଳନା ଦାୟିତ୍ୱରେ ଅଛନ୍ତି। ବିଭାଗୀୟ ଅଧିକାରୀ ମାନଙ୍କ ସୂଚନା ଅନୁଯାଇ ପ୍ରତ୍ନତତ୍ୱ ବିଭାଗର ଅବହେଲା ଯୋଗୁଁ ମଠ ମନ୍ଦିରରେ ଥିବା ପ୍ରଚୀନ କିର୍ତ୍ତୀରାଜି ଲୋପ ହେବାକୁ ଯାଉଛି। ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ଅଧକ୍ଷା ରଙ୍ଗୀନ୍ ମହାନ୍ତି ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ଆଗାମୀ ବୈଠକ ରେ ମଠ ମନ୍ଦିର ର ପୁର୍ନଉର୍ଦ୍ଧାର ପାଇଁ ଏକ ରିଜୋଲିସନ୍ କରାଯାଇ ସରକାରଙ୍କ ପାଖକୁ ପ୍ରସ୍ତାବ ଦିଆଯିବ। ପ୍ରତ୍ନତତ୍ୱ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ରଣପୁର ଓ ଏଥିସହ ଜଡିତ ମଠ ମନ୍ଦିରର ପୁନରୁଦ୍ଧାର ପାଇଁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.