Home ଓଡ଼ିଶା ଗେଲଟୁଆ ଚର୍ଚ୍ଚ ପରିସରରେ ୧୪୪ ଧାରା ଜାରି

ଗେଲଟୁଆ ଚର୍ଚ୍ଚ ପରିସରରେ ୧୪୪ ଧାରା ଜାରି

42

ଭଦ୍ରକ, ୨୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ୍‌ର ଗେଲଟୁଆ ଠାରେ ନିର୍ମାଣ କରାଯାଇଥିବା ଚର୍ଚ୍ଚକୁ ନେଇ ଅଧିକାଂଶ ସମୟରେ ଗୋଷ୍ଠୀ ବିବାଦ ଲାଗି ରହୁଥିବାରୁ ସମ୍ଭାବ୍ୟ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବାକୁ ଦୃଷ୍ଟିରେ ରଖି ଆଜି ପ୍ରଶାସନ ତରଫରୁ ସେଠାରେ ୧୪୪ ଧାରା ଜାରି କରାଯାଇଛି। ଉପଖଣ୍ଡ ମାଜିଷ୍ଟ୍ରେଟ୍ ତଥା ଉପଜିଲ୍ଲାପାଳଙ୍କ ଦ୍ୱାରା ଜାରି କରାଯାଇଥିବା ୧୪୪ ଧାରାକୁ ଆଜି ପୂର୍ବାହ୍ନରେ ଭଦ୍ରକ ତହସିଲଦାରଙ୍କ କାର୍ଯାଳୟ ଦ୍ୱାରା ପୋଲିସଙ୍କ ଉପସ୍ଥିତିରେ କାର୍ଯ୍ୟକାରୀ କରାଯାଇଛି। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସେଠାରେ ଜନସମାଗମକୁ ନିଷିଦ୍ଧ କରାଯିବା ସହିତ ଚର୍ଚ୍ଚ ପରିସର ଓ ଆଖପାଖରେ ୩ଜଣ ରୁ ଅଧିକ ଲୋକ ଏକାଠି ହେବାକୁ ବାରଣ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.