Home ଆନ୍ତର୍ଜାତୀୟ ମନ୍ଦିରର ପୂଜକ ରୋଵଟ

ମନ୍ଦିରର ପୂଜକ ରୋଵଟ

740

ଜାପାନ,୦୧/୦୯,(ଓଡ଼ିଆ ପୁଅ ପି ନାଏକ): ମନ୍ଦିରରେ ପୁରୁଷ ବ୍ରାହ୍ମଣ ପୂଜା କରୁଥିବା ଦେଖିଥିବେ । କିଛି କିଛି ସ୍ଥାନରେ ମହିଳା ପୂଜକ ମଧ୍ୟ ପୂଜା କରୁଥିବାର ଦେଖିବାକୁ ମିଳେ । ହେଲେ କେବେ ରୋବଟ ମନ୍ଦିରରେ ପୂଜା କରିଥିବାର ଦେଖିଛନ୍ତି ? ଜାପାନରେ ଥିବା ଏକ ୪ଶହ ବର୍ଷ ପୁରୁଣା ବୌଦ୍ଧ ମନ୍ଦିରରେ ପୂଜା କରିବା ପାଇଁ ଏକ ରୋବଟକୁ ନିଯୁକ୍ତ କରାଯାଇଛି ।

ଏହି ରୋବଟର ନାଁ ହେଉଛି ଆଣ୍ଡ୍ରୋଏଡ୍ କେନନ୍ । ଏହି ରୋବଟ ମନ୍ଦିରରେ ହାତ ଯୋଡ଼ି ପ୍ରାର୍ଥନା କରୁଛି । ଏହା ସହ ଏଠାକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଦୟା ଓ କରୁଣାର ବାର୍ତ୍ତା ମଧ୍ୟ ଦେଉଛି । ମନ୍ଦିରରେ ଥିବା ଅନ୍ୟ ପୂଜାରୀମାନେ ରୋବଟକୁ ସହାୟତା କରୁଛନ୍ତି । ମନ୍ଦିରର ଜଣେ ପୂଜକ କହିଛନ୍ତି, ଏହି ରୋବଟ କେବେ ମରିବ ନାହିଁ । ସମୟ ଅନୁସାରେ ନିଜେ ନିଜକୁ ବିକଶିତ କରିବ । ବୌଦ୍ଧ ଧର୍ମର ପରିବର୍ତ୍ତନ ଅନୁସାରେ, ସେ ନିଜର ଜ୍ଞାନ ବୃଦ୍ଧି କରିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.