Home ଓଡ଼ିଶା କେନ୍ଦ୍ରାପଡା ଶ୍ରମିକ ସଂଗଠନ, ମିଳିତମଞ୍ଚ ପକ୍ଷରୁ କେନ୍ଦ୍ରାପଡାରେ ନଭେମ୍ବର ୨୬ରେ ବନ୍ଦଡାକରା

କେନ୍ଦ୍ରାପଡା ଶ୍ରମିକ ସଂଗଠନ, ମିଳିତମଞ୍ଚ ପକ୍ଷରୁ କେନ୍ଦ୍ରାପଡାରେ ନଭେମ୍ବର ୨୬ରେ ବନ୍ଦଡାକରା

30

କେନ୍ଦ୍ରାପଡା, ୧୮/୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ବିଗତ ୬୦ବର୍ଷ ଧରି ଗଢିଉଠିଥିବା ରାଷ୍ଟ୍ରିୟ ଅର୍ଥନିତୀକୁ ମାତ୍ର ୬ବର୍ଷରେ ଲୋପ କରିଦେଇଛି କେନ୍ଦ୍ରର ମୋଦି ସରକାର। ୪୪ଟି ଶ୍ରମ ଆଇନକୁ ବାତିଲ କରି ୪ଟି ଶ୍ରମ ବୋର୍ଡରେ ପରିଣତ କରିବା ଯୋଗୁ ଦେଶର ୯୦ ପ୍ରତିଶତ ଶ୍ରମିକ ଆଇନଗତ ସୁରକ୍ଷା ଓ ଅଧିକାରରୁ ବଞ୍ôଚତ ହେବେ। ଦେଶୀ, ବିଦେଶୀ ଓ ପୁଞ୍ଜିପତିଙ୍କ ମୁନାଫା ବଢାଇବା ସହିତ ଶ୍ରମିକମାନଙ୍କ ଅଧିକାରକୁ ଲୋପ କରିବା ହେଉଛି ଏହି ବୋର୍ଡର ଲକ୍ଷ। କେନ୍ଦ୍ର ସରକାର କୃଷକ ବିରୋଧି ୩ଟି ବିଲକୁ ପାସ କରାଇନେଇ କୃଷି ଓ କୃଷକଙ୍କର ପ୍ରଭୃତ କ୍ଷତି ଘଟାଇବାରେ ସହାୟକ ହୋଇଛି। କଣ୍ଟ୍ରାକ୍ଟ ଫାର୍ମଂ ବ୍ୟବସ୍ଥା ପ୍ରଚଳନ କରି ଚାଷିଙ୍କ ଜମିକୁ ଫାର୍ମ ମାଲିକମାନଙ୍କୁ ହସ୍ତାନ୍ତର ପାଇଁ ଚକ୍ରାନ୍ତ କରାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ୧୯୫୫କୁ ରଦ୍ଦ କରିଦେବା ଫଳରେ ମହଜୁଦକାରୀମାନେ ଖାଦ୍ୟ ସାମଗ୍ରୀକୁ ମହଜୁଦ କରି ରଖି ଏହାର ଦରକୁ ମର୍ଜିମୁତାବକ ନିୟନ୍ତ୍ରଣ କରିବେ। ଏହାର ପ୍ରତିବାଦରେ ଆସନ୍ତା ୨୬ ନଭେମ୍ବର ଦିନ ଦେଶବ୍ୟାପି ହରତାଳ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆଜି କେନ୍ଦ୍ରାପଡାଠାରେ ଆଇଏନଟିୟୁସି, ଏଆଇଟିୟୁସି, ଏଚଏମଏସ, ସିଆଇଟିୟୁ, ଏଆଇଟିୟୁସି, ଏଆଇୟୁଟିୟୁସି, ଏଆଇସିସିଟିୟୁ, ବ୍ୟାଙ୍କବୀମା, ରାଜ୍ୟ ଓ କେନ୍ଦ୍ର ସରକାରୀ ସଂଗଠନ ଓ ସ୍ୱାଧିନ ଫେଡେରେସନ ସମୁହର ଆହ୍ୱାନରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା କଂଗ୍ରେସ ଭବନରେ ଅନୁଷ୍ଠିତ ହୋଇଥିଲା। ଏହି ପ୍ରସ୍ତୁତି ବୈଠକରେ ଆଇଏନଟିୟୁସି କେନ୍ଦ୍ରାପଡା ଜିଲ୍ଲା ଶାଖାର ସଭାପତି ମୁକ୍ତାର ଖାଁ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥିଭାବେ ଅନ୍ତର୍ଜାତୀୟ ଶ୍ରମିକ ନେତା ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ରାଜ୍ୟ ସଭାପତି ଡଃ ରାମଚନ୍ଦ୍ର ଖୁଣ୍ଟିଆ ଯୋଗଦେଇଥିଲେ। ଏଆଇଟିୟୁସିର ରାଜ୍ୟ ସମ୍ପାଦକ ବିଜୟ କୁମାର ଜେନା, ଏଆଇସିସିଟିୟୁର ରାଜ୍ୟ ସମ୍ପାଦକ ରାଧାକାନ୍ତ ସେଠୀ, ଏଆଇଟିୟୁସିର ରାଜ୍ୟ ସମ୍ପାଦକ ଜୟସେନ ମେହେର ସମ୍ମାନିତ ଅତିଥି ରୂପେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଉକ୍ତ କନଭେସନରେ ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ ଆଇଏନଟିୟୁସିର ମୁକ୍ତାର ଖାଁ, ଏଆଇଟିୟୁସିର ବାବାଜୀ ଧଳ, ଏସଏମଏସର ଗୁଣନିଧି ବଳ, ସିଆଇଟିୟୁର ଜଗତଜୀବନ ଦାସ, ଏଆଇଟିୟୁସିର ଏଲିନା ସାମନ୍ତରାୟ, ଏଆଇସିସିଟିୟୁର ବସନ୍ତ ମଲ୍ଲିକଙ୍କୁ ନେଇ ଏକ ସଭାପତି ମଣ୍ଡଳୀ ଗଠନ କରାଯାଇଥିଲା। ସମସ୍ତ ଶ୍ରମିକ, ପରିବହନ, ବାଣିଜ୍ୟ କର୍ମଚାରୀ, ବିଦ୍ୟୁତ, ଟେଲି ଯୋଗାଯୋଗ, କଳକାରଖାନା, ଖଣି ଖାଦାନ, ବ୍ୟାଙ୍କ, ବୀମା, ଔଷଧଶିଳ୍ପର ଶ୍ରମିକ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀଗଣ ଆସନ୍ତା ନଭେମ୍ବର ୨୬ ହରତାଳକୁ ସଂପୂର୍ଣ୍ଣ ସଫଳ କରିବା ପାଇଁ ଡାକରା ଦେଇଛନ୍ତି। କନଭେସନର ସଭାପତି ମଣ୍ଡଳୀ କରୋନା ପ୍ରପିଡିତଙ୍କୁ କେନ୍ଦ୍ରସରକାର ଓ ରାଜ୍ୟ ସରକାରଙ୍କ ଅବହେଳାର ପ୍ରତିବାଦରେ କ୍ଷୋଭ ପ୍ରକାଶ କରିଥିଲେ। ଅନ୍ୟ ରାଜ୍ୟମାନଙ୍କରେ କରୋନା ସହୟତା ରାଶି ୧୦ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିବା ବେଳେ ଓଡିଶା ନିର୍ମାଣ ଶ୍ରମିକମାନଙ୍କୁ ସମୁଦ୍ରକୁ ଶଙ୍ଖେ ଭଳି ମାତ୍ର ୧୫ଶହ ଟଙ୍କା ଦିଆଯାଉଛି। ଅଦ୍ୟାବଧି ଏହାର ୫୦ପ୍ରତିଶତ ନିର୍ମାଣ ଶ୍ରମିକଙ୍କୁ ପ୍ରଦାନ କରାଯାଇନାହିଁ। ତୁରନ୍ତ ବାକିଆ ଅର୍ଥକୁ ପ୍ରଦାନ ନିମନ୍ତେ ଆଜିର କନଭେସନରେ ଦାବି କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଆଇଏନଟିୟୁସିର ରାଜ୍ୟ ଉପସଭାପତି କୃଷ୍ଣଚନ୍ଦ୍ର ରାଉତ, ବିଧୂଭୂଷଣ ମହାପାତ୍ର, ଏଆଇଟିୟୁସିର ବିକାଶ ଚନ୍ଦ୍ର ବେହେରା, ଏଚଏମଏସର ଗଦାଧର ମଲ୍ଲିକ, ସିଆଇଟିୟୁସିର ଧନେଶ୍ୱର ରାଉତ, ଏଆଇଟିୟୁସିର ପ୍ରଗତିବାଳା ନାୟକ, ଏଆଇସିସିଟିୟୁର ପ୍ରକାଶ ଚନ୍ଦ୍ର ମଲ୍ଲିକ, ଆଇଏନଟିୟୁସିର ବସନ୍ତ କୁମାର ସେଠୀ, ସୁହାନା ବେଗମ, କାଳିପ୍ରସାଦ ନାୟକ, ଜସ୍ମିନ ପରବିନ ପ୍ରମୁଖ ଆଲୋଚନା କାଳରେ ସମସ୍ତ ବର୍ଗର କୃଷକ, ଦିନମଜୁରିଆ, ସଂଗଠିତ ଓ ଅଣସଂଗଠିତ କ୍ଷେତ୍ରର ଶ୍ରମିକ ବୁଦ୍ଧିଜୀବି, ବ୍ୟବସାୟୀ, ବେକାର ଯୁବକ ଯୁବତୀଙ୍କୁ ନଭେମ୍ବର୨୬ ଦେଶବ୍ୟାପି ହରତାଳରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ। ସର୍ବଶେଷରେ ଆଇଏନଟିୟୁସିର ଜିଲ୍ଲା ସମ୍ପାଦକ ମହେନ୍ଦ୍ର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.