Home ଜିଲ୍ଲା ପରିକ୍ରମା ମନୋଜ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ବାବା ଚନ୍ଦ୍ରଶେଖର କ୍ରିକେଟ ଟିମ ବିଜୟୀ

ମନୋଜ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ବାବା ଚନ୍ଦ୍ରଶେଖର କ୍ରିକେଟ ଟିମ ବିଜୟୀ

23

ଭଦ୍ରକ, ୧୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକ ପଧାନୀ ପଂଚାୟତ ଦଶନ୍ଧିକୂଳସ୍ଥିତ ମନୋଜ ସ୍ମାରକୀ ତୃତୀୟ ବାର୍ଷିକୀ କ୍ରିକେଟ ଟୁର୍ଣ୍ଣାମେଟଂ ଆଜି ସ୍ଥାନୀୟ ସ୍କୁଲ ପଡିଆ ଠାରେ ଉଦଘାଟିତ ହୋଇଯାଇଛି । ମାନସରଂଜନ ମହାଳିକ ସଂଯୋଜନାରେ ମୁଖ୍ୟ ଅତିଥି ଭାବେ ଯୁବ ବିଜେଡି ବ୍ଲକ ସଭାପତି ଭାରତଭୂଷଣ ଦଳାଇ, ମୁଖ୍ୟବକ୍ତା ଗୀତିକାର ସରୋଜ ବିଶ୍ୱାଳ, ସମ୍ମାନିତ ଅତିଥି ଭାବେ ଧାମନଗର ପ୍ରେସ କ୍ଲବ ସାଧାରଣ ସଂପାଦକ ପ୍ରଦୀପ କୁମାର ମହାପାତ୍ର, ଯୁବ ବିଜେଡି ବ୍ଲକ ଉପସଭାପତି କୃଷ୍ଣଚନ୍ଦ୍ର ପତି, ସାମ୍ବାଦିକ ପ୍ରଶାନ୍ତ କୁମାର ସାହୁ ଓ ଜ୍ୟୋତିପ୍ରକାଶ ସାମଲ, ବିଜୁ ଯୁବ ବାହିନୀର ସଂପାଦକ ଲଲାଟକେଶରୀ ପୁହାଣ ଯୋଗଦେଇ ଟୁର୍ଣ୍ଣାମେଟଂକୁ ଉଦଘାଟନ କରିଥିଲେ । ଏହି ମ୍ୟାଚରେ ମଠଡିହର ଜୟ ଶ୍ରୀରାମ କ୍ରିକେଟ ଟିମକୁ ହରାଇ ଭଣ୍ଡାରିପୋଖରୀର ବାବା ଚନ୍ଦ୍ରଶେଖର କ୍ରିକେଟ ଟିମ ବିଜୟୀ ହୋଇଛି । ପ୍ରଥମେ ଜୟ ଶ୍ରୀରାମ କ୍ରିକେଟ ଟିମ ବ୍ୟାଟିଂ କରି ୧୭ ଓଭରରେ ୮ ୱିକେଟ ହରାଇ ୮୦ ରନ ସଂଗ୍ରହ କରିଥିଲା । ଜବାବରେ ବାବା ଚନ୍ଦ୍ରଶେଖର କ୍ରିକେଟ ଟିମ ୧୫.୩ ଓଭରରେ ୮ ୱିକେଟ ହରାଇ ୮୪ ରନ ସଂଗ୍ରହ କରି ବିଜୟୀ ହୋଇଛି । ସନ୍ଦିପ ପ୍ରଧାନଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ କରାଯାଇଥିଲା । ସୌମ୍ୟରଂଜନ ଧଳ ଓ ଅମିୟ ସାହୁ ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିଲେ । ଜୀବନ ବେହେରା ଓ ସତ୍ୟବ୍ରତ ଜେନା ସ୍କୋରର ଥିବା ବେଳେ ହିତାଂଶୁ ପୁହାଣ ରେଫରୀ ଏବଂ ସ୍ମୃତିରଂଜନ ଧଳ ଓ ସନ୍ତୋଷ ଜେନା ଧାରା ବିବରଣୀ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.