Home ଖେଳ ମନୋଜ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ କେସିଏ ଚମ୍ପିୟାନ୍

ମନୋଜ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ କେସିଏ ଚମ୍ପିୟାନ୍

27

ଭଦ୍ରକ, ୧୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଳକ ଅନ୍ତର୍ଗତ ପଧାନୀ ସ୍କୁଲପଡ଼ିଆ ଠାରେ ମନୋଜ ମହାଳିକ ସ୍ମୃତି କମିଟି ପକ୍ଷରୁ ମନୋଜ ସ୍ମାରକୀ ଜିଲ୍ଲାସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍‌ଜାପିତ ହୋଇଯାଇଛି। ଆଜି ଆଇନାଲ ମ୍ୟାଚରେ କେସିଏ ଧାମନଗର ଓ ବିଏମ୍‌ଏସ୍‌ଏସ୍ ଝାଡ଼ଙ୍ଗ ଯାଜପୁର ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଟସ୍‌ଜିଣି ୨୦ଓଭରରେ ୪ଉଇକେଟ ହରାଇ ୨୫୩ରନ୍ କରିଥିବାବେଳେ ଯବାବରେ ବିଏମ୍‌ଏସ୍‌ଏସ୍ ଝାଡ଼ଙ୍ଗ ୨୦ଓଭରରେ ୯ଉଇକେଟ ହରାଇ ୧୯୦ରନ୍ କରି ପରାଜୟ ବରଣ କରିଥିଲେ। ପୁରସ୍କାର ବିତରଣ ଉତ୍ସବରେ ଅଧ୍ୟାପକ ବିଜୟ ଦାସଙ୍କ ସଭାପତିତ୍ୱରେ ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ, ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ବିନୋଦ କୁମାର ନାୟକ ପୂର୍ବତନ ସମିତିସଭ୍ୟ ପ୍ରତାପ କୁମାର ସାମଲ, ସମିତିସଭ୍ୟ ମାନସ କୁମାର ବାରିକ ଓ ଧାମନଗର ପ୍ରେସ୍ କ୍ଳବର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ମହାପାତ୍ର ଅତିଥିଭାବେ ଯୋଗଦେଇ ଚମ୍ପିଆନ୍ ଓ ରନସ୍ ଟିମ୍‌କୁ ଟ୍ରଫି ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ନିରାକାର ଧଳ, ଶରତ ସାହୁ, ହେମେନ୍ଦ୍ର ମହାନ୍ତି, ଶ୍ୟାମସୁନ୍ଦର ବାରିକ, ରବିନ୍ଦ୍ର ଜେନା, ସରୋଜ ଧଳ ଓ ଲଲାଟେନ୍ଦୁ ପୁହାଣ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଖେଳରେ ପ୍ଲେୟର ଅପ୍‌ଦ ମ୍ୟାଚ ସତ୍ୟକାନ୍ତ ଭରଦୱାଜ ପ୍ଲୋୟାର ଅପ୍‌ଦ ସିରିଜ କ୍ଷମାସାଗର ବଳ ମନୋନୀତ ହୋଇଥିଲେ। ଅମୀୟ ସାହୁ ଓ ସ୍ମୃତି ରଂଜନ ଧଳ ଅମ୍ପେୟାର ଥିବାବେଳେ ସନ୍ତୋଷ କୁମାର ଜେନା ଧାରାବିବରଣୀ ପ୍ରଦାନ କରିଥିଲେ। ଶେଷରେ ମାନସ ମହାଳିକ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.