Home ଜିଲ୍ଲା ପରିକ୍ରମା ପୌର ନିର୍ବାଚନ ପାଇଁ ଧାମନଗର ବିଜ୍ଞାପିତ ପରିଷଦ ପକ୍ଷରୁ ପ୍ରସ୍ତୁତି ଆରମ୍ଭ

ପୌର ନିର୍ବାଚନ ପାଇଁ ଧାମନଗର ବିଜ୍ଞାପିତ ପରିଷଦ ପକ୍ଷରୁ ପ୍ରସ୍ତୁତି ଆରମ୍ଭ

47

ଭଦ୍ରକ, ୧୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଏବେ ସାହିବସ୍ତିରେ ପ୍ରଚାର ସରଗରମ ହେଉଥିବାବେଳେ ପଂଚାୟତ ନିର୍ବାଚନ ପରେ ପୌର ନିର୍ବାଚନ ପାଇଁ ମଧ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯିବା ପରେ ଧାମନଗର ବିଜ୍ଞାପିତ ପରିଷଦର ପ୍ରଥମ ନିର୍ବାଚନପାଇଁ ଧାମନଗର ବିଜ୍ଞାପିତ ପରିଷଦ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଭୋଟର ସଂସୋଧନ ଓ ତାଲିକା ଏବଂ ବିଭିନ୍ନ ବୁଥ ଚିହ୍ନଟ କାର୍ଯ୍ୟ ଆରମ୍ଭ ହୋଇଗଲାଣି। ପ୍ରକାଶ ଥାଉକି ଗତ ୨୦୧୭ ମସିହାରେ ଧାମନଗର ବ୍ଲକର ୨ଟି ପଂଚାୟତ ଯଥା ଧାମନଗର ଓ ଜୟନଗର ଏବଂ ରାଧାବଲ୍ଲଭପୁର ପଂଚାୟତର ୨ଟି ୱାର୍ଡ଼କୁ ନେଇ ଧାମନଗର ବିଜ୍ଞାପିତ ଅଂଚଳ ପରିଷଦ ଗଠିତ। ମୋଟ ୱାର୍ଡ଼ ସଂଖ୍ୟା ୧୧ ଓ ବୁଥ ସଂଖ୍ୟା ୧୯। ୧ନମ୍ବର ୱାର୍ଡ଼ କାଙ୍କରା, ଭଣ୍ଡାରିପଦୀ, କୁଳିଆ ଗଢିଆକୁନେଇ ଗଠିତ ହୋଇଥିବାବେଳେ ଏହାର ଭୋଟର ସଂଖ୍ୟା ୧୨୦୦। ସେହିପରି ଗୁମୁଗଡ଼, ତାଳପଦା ହରିଜନସାହିକୁ ନେଇ ଗଠିତ ୨ନମ୍ବର ୱାର୍ଡ଼ ଭୋଟର ସଂଖ୍ୟା ୧୧୮୪ବେଳେ ଜୟନଗର, କଂଟାବଣିଆ, ହବିବିନଗର କୁ ନେଇ ୩ନମ୍ବର ୱାର୍ଡ଼ର ଭୋଟର ସଂଖ୍ୟା ୧୯୪୪। ମୁନୁସିପାଟଣା, ମଳିକସାହିକୁ ନେଇ ଗଠିତ ୪ନମ୍ବର ୱାର୍ଡ଼ ମୋଟ ଭୋଟର ସଂଖ୍ୟା ୧୨୨୦ ବେଳେ ଚିଲପଦୀ, ଶାମପୁର, ମେଡ଼ିକାଲ ବଜାର ପ୍ରମୁଖ ୫ନମ୍ବର ୱାର୍ଡ଼ ଅଧିନ ହୋଇଥିବାବେଳେ ଏଥିରେ ମତଦାତାଙ୍କ ସଂଖ୍ୟା ୧୭୭୧।

ହବିବିନଗର, ମୁନୁସିପାଟଣା ୬ନମ୍ବର ୱାର୍ଡ଼ ହୋଇଥିବାବେଳେ ଭୋଟର ସଂଖ୍ୟା ୧୩୫୦। ସେହିପରି ବଣିଆସାହି, ତାଳପଦା ୭ନମ୍ବର ୱାର୍ଡ଼ର ଭୋଟର ସଂଖ୍ୟା ୧୧୭୭ ବେଳେ ଜଗତୀ, ଶାମପୁର, ପାଇକ ସାହି, ମୁଲଣାସାହି ଓ ବାଉଁଶବାଡ଼ିକୁ ନେଇ ଗଠିତ ୮ନମ୍ବର ୱାର୍ଡ଼ର ମତଦାତାଙ୍କ ସଂଖ୍ୟା ୨୧୮୪। ବଜାରସାହି, କସାବମହଲା, ପଠାଣ ମହଲାକୁ ନେଇ ୯ନମ୍ବର ୱାର୍ଡ଼ରେ ମତଦାତାଙ୍କ ସଂଖ୍ୟା ୨୦୧୬ବେଳେ ମହାନ୍ତି ସାହି, ଗୋଖାଦିଗ୍ ଓ ଫକିରସାହି ପ୍ରମୁଖ ୧୦ନମ୍ବର ୱାର୍ଡ଼ର ମୋଟ ଭୋଟର ସଂଖ୍ୟା ୧୫୩୬। ୧୧ନମ୍ବର ୱାର୍ଡ଼ ଅନ୍ତର୍ଗତ ଦକ୍ଷିଣବାଡ଼ର ମୋଟ ଭୋଟର ସଂଖ୍ୟା ୧୬୧୫। ଏଭଳି ମୋଟ ୧୧ଟି ୱାର୍ଡ଼କୁ ନେଇ ଗଠିତ ଏହି ଏନ୍‌ଏସିରେ ବୁଥ ସଂଖ୍ୟା ୧୯ଟି ହୋଇଥିବାବେଳେ ମୋଟ ମତଦାତାଙ୍କ ସଂଖ୍ୟା ୧୭୧୯୭। ୫ନମ୍ବର ୱାର୍ଡ଼ଟି ଆଦିବାସୀ ମହିଳାଙ୍କ ପାଇଁ ସଂରକ୍ଷିତ ଥିବାବେଳେ ୨ନମ୍ବର ୱାର୍ଡ଼ଟି ହରିଜନ ମହିଳାଙ୍କ ପାଇଁ ଉଦ୍ଦିଷ୍ଠ ଅଟେ। ୱାର୍ଡ଼ ନମ୍ବର ୪, ୮ ଓ ୧୦ ଅଣସଂରକ୍ଷିତ ମହିଳାବେଳେ ୧, ୩, ୬, ୭ ଓ ୧୧ ୱାର୍ଡ଼ ଗୁଡ଼ିକ ଅସଂରକ୍ଷିତ ଅଟେ। ଗ୍ରାମାଂଚଳରେ ପଂଚାୟତ ନିର୍ବାଚନ ପାଇଁ ରାଜନୈତୀକ ପାଣିପାଗ ଉସ୍ମ ଥିବାବେଳେ ସହରାଂଚଳରେ ପ୍ରାକ୍ ପୌର ନିର୍ବାଚନ ବିଜ୍ଞପ୍ତିପରେ ନେତା ଓ କର୍ମୀମାନେ ଚଳ ଚଂଚଳ ହେବା ସହ ରାଜନୈତୀକ ମାହୋଲ ଉସ୍ମ ପରିଲକ୍ଷିତ ହେଲାଣି। ଏବେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଏହି ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ କର୍ମୀମାନେ ବ୍ଲକର ବିଭିନ୍ନ ପଂଚାୟତକୁ ଯାଇ ପ୍ରାର୍ଥୀମାନଙ୍କୁ ଜିତାଇବା ପାଇଁ ପ୍ରଚାର ଆରମ୍ଭ କରିଦେଇଛନ୍ତି। ପଂଚାୟତ ନିର୍ବାଚନ ପରେ ପୁଣି ଧାମନଗର ଏନ୍‌ଏସିର ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇଯିବ। ଏବେ ଠାରୁ ମଧ୍ୟ ଦଳର ବିଭିନ୍ନ ଅଘୋଷିତ ପ୍ରାର୍ଥୀମାନେ ବିଭିନ୍ନ ସାଇବସ୍ତିକୁ ଯାଇ ମଧ୍ୟ ପ୍ରଚାର ଆରମ୍ଭ କରିଦେଲେଣି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.