Home ଆମ ସଂସ୍କୃତି, କଳା ଓ ଐତିହ୍ୟ ମନସ୍କାମନା ପୂରଣ ପାଇଁ ଭକ୍ତ ବାନ୍ଧନ୍ତି ଘଣ୍ଟ, ରହିଛି ଭକ୍ତଙ୍କ ବିଶ୍ୱାସ : ପ୍ରତିବର୍ଷ ଭଳି...

ମନସ୍କାମନା ପୂରଣ ପାଇଁ ଭକ୍ତ ବାନ୍ଧନ୍ତି ଘଣ୍ଟ, ରହିଛି ଭକ୍ତଙ୍କ ବିଶ୍ୱାସ : ପ୍ରତିବର୍ଷ ଭଳି ଚଳିତ ବର୍ଷ କୋଭିଡ କଟକଣା ଅନୁଯାୟୀ ଆୟୋଜିତ ହେବ ଦେବୀ ଘଣ୍ଟାଶୁଣିଙ୍କ ଦଶହରା ପର୍ବ

57

ବଲାଙ୍ଗୀର ୦୬-୧୦ : (ଓଡ଼ିଆ ପୁଅ/ସନ୍ତୋଷ କୁମାର ନାୟକ) ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ସହର ସ୍ଥିତ ପ୍ରସିଦ୍ଧ ଦେବୀ ମାଁ ଘଣ୍ଟାଶୁଣି ପୀଠରେ ଚଳିତ ବର୍ଷ ପ୍ରତିବର୍ଷ ଭଳି ଯଥା ରୀତିନୀତି ଅନୁଯାୟୀ ଦଶହରା ପୂଜା ଆୟୋଜନ କରାଯିବ। ଟିଟିଲାଗଡ଼ ସହର ହାଟପଦା ପଡ଼ା ରେ ସ୍ଥିତ ଏହି ମନ୍ଦିର ରେ ନିଜ ମନସ୍କାମନା ପୂରଣ ପାଇଁ ଘଣ୍ଟ ବାନ୍ଧିବା ପରମ୍ପରା ରହିଛି। ଓଡ଼ିଶାର ଅନ୍ୟତମ ତନ୍ତ୍ର ପୀଠ ରାଣୀପୁର ଝରିଆଲ ସହ ଏହି ଟିଟିଲାଗଡ଼ ର ଧବଳେଶ୍ବର ଶୈବ ପୀଠ ର ସମ୍ପର୍କ ରହିଥିବା ଐତିହାସିକ ତଥ୍ୟ ରହିଛି। ପ୍ରତିବର୍ଷ ଓଡିଶା ଓ ପଡ଼ୋଶୀ ରାଜ୍ୟ ରୁ ଅନେକ ସଂଖ୍ୟାରେ ଘଣ୍ଟ ବାନ୍ଧିବା ନିମନ୍ତେ ଭକ୍ତ ଙ୍କ ର ସମାଗମ ଘଟିଥାଏ। ଚଳିତ ବର୍ଷ ଯଥା ରୀତି କୋଭିଡ କଟକଣା ଅନୁଯାୟୀ ପରମ୍ପରା ଅନୁଯାୟୀ ପୂଜା କରିବା ମୁଖ୍ୟ ପୂଜକ ରାୟ ସିଂହ ପାତ୍ର ଙ୍କ ନିକଟ ରୁ ସୂଚନା ମିଳିଛି। ଏହି ଅବସରରେ ବହୁ ମାତ୍ରାରେ କୁକୁଡ଼ା, ଛେଳି, ମେଣ୍ଢା, ଆଦି ବଳି ଦିଆଯାଇଅସୁଛି। ସାମ୍ପ୍ରତିକ ସମୟରେ ବର୍ତ୍ତମାନ ସୁଦ୍ଧା ଏହି ବଳି ପ୍ରଥା ଚାଲିବା ନେଇ ଏ ପ୍ରଥା ବନ୍ଦ ପାଇଁ ବଳି ପ୍ରଥା ବନ୍ଦ ସମିତି ପକ୍ଷରୁ ପ୍ରଚାର, ପ୍ରସାର ଚଲାଇ ଆସୁଛି। ଚଳିତ ସମୟରେ ପ୍ରଥା ବନ୍ଦ ନେଇ ସଚେତନତା କରିଥିବା ବେଳେ ଯଥେଷ୍ଟ ମାତ୍ରା ରେ ବଳି କମି ଆସୁଥିବା ଦେଖାଯାଉଛି। ସେହିପରି ଏ ମନ୍ଦିର ନିକଟସ୍ଥ ହାଟପଦା ରେ ଦୁର୍ଗା ପୂଜା ମନ୍ଦିର ରୁ ଯଥାରୀତି ମାଟି ନେଇ ଦୁର୍ଗାପୂଜା କମିଟି ତରଫରୁ ଯଥାରୀତି ପୂଜା ଆୟୋଜନ ହୋଇଥାଏ। ସ୍ୱତନ୍ତ୍ର ବୈଶିଷ୍ଟ୍ୟ ଥିବା ଏହି ଦୁର୍ଗାପୂଜା କମିଟି ଦ୍ୱାରା ଉକ୍ତ ପାର୍ବଣ ପାରମ୍ପରିକ ରୀତି ରେ ଆୟୋଜନ କରାଯିବା କମିଟି ତରଫରୁ ଏକ ବୈଠକ ଅନୁଷ୍ଠିତ କରି ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.