Home ଓଡ଼ିଶା ମନରେଗା ଯୋଜନା ରେ କମ୍ ମଜୁରୀ ଯୋଗୁଁ ବାଟବଣା ହିଟାଚି ଖୋଲୁଛି ପୋଖରୀ

ମନରେଗା ଯୋଜନା ରେ କମ୍ ମଜୁରୀ ଯୋଗୁଁ ବାଟବଣା ହିଟାଚି ଖୋଲୁଛି ପୋଖରୀ

78

ନୟାଗଡ/୧୨/୦୪(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- କେନ୍ଦ୍ର ସରକାର କାହାକୁ ଭୋକରେ ରହିବାକୁ ଦିଆଯିବ ନାହିଁ ବୋଲି ବିଭିନ୍ନ ଯୋଜନା କରିଛନ୍ତି । ପ୍ରତେକ ବ୍ୟକ୍ତି କୁ ବର୍ଷକୁ  ୧୫୦ ଦିନ କର୍ମ ନିଯୁକ୍ତି ଦିଆଯିବ ବୋଲି ଆଇନ ପ୍ରଣୟନ କରିଛନ୍ତି । ସେହି ଆଇନ କୁ ଜାତିର ଜନକ କୁହାଯାଉଥିବା ମହାତ୍ମା ଗାନ୍ଧୀ ଙ୍କ ନାମରେ ନାମିତ କରି ରଖାଯାଇଅଛି ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଆଇନ୍ । ଯାହାକି ମନରେଗା ନାମରେ ପରିଚିତ । ଜାତିର ଜନକ ଙ୍କୁ ସମ୍ମାନ ଦେବାପାଇଁ ଏହା କରାଯାଇଥିବା ବେଳେ ବାଟବଣା କରାଯାଇ ଅସମ୍ମାନିତ କରାଯାଉଥିବା ଅଭିଯୋଗ ହେଉଛି । ସେଭଳି ଘଟଣା ଦେଖିବାକୁ ମିଳୁଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅଂଚଳ ରେ । ଜବ୍‌କାର୍ଡଧାରୀ ଙ୍କ ସଂଖ୍ୟା ଅନେକ କିନ୍ତୁ ଜବ୍ କାର୍ଡ ରେ କାର୍ଯ୍ୟ କରିବାକୁ ଲୋକେ ନାରାଜ । କାରଣ ଜବ୍ କାର୍ଡ ରେ କାର୍ଯ୍ୟ କରୁଥିବା ଶ୍ରମିକ ର ଦିନ କୁ ମଜୁରୀ ୨୦୭ ଟଙ୍କା ଯାହାଫଳରେ ଜଣେ ଶ୍ରମିକ ପରିବାର ପେଟକୁ ଦାନା ଦେବା ସହ ପିଲା ଛୁଆ ଙ୍କୁ ପାଠ ପଢାଇବାରେ ଅକ୍ଷମ ।

ତେଣୁ ଶ୍ରମିକ ମାନେ ଜବ୍ କାର୍ଡ ରେ କାର୍ଯ୍ୟ ନକରି ଦାଦାନ ଖଟିବାକୁ କେରଳ , ଜାମ୍ମୁକାଶ୍ମୀର ଓ ସୁରତ୍ ଅଂଚଳ କୁ ଯିବାକୁ  ଆଗ୍ରହ ପ୍ରକାଶ କରୁଛନ୍ତି । ଅନ୍ୟ ପଟରେ ସରକାର ପ୍ରତି ପଞ୍ଚାୟତ ରେ ମନରେଗା କାର୍ଯ୍ୟ କରିବା ପାଇଁ ପସରା ମେଲାଇଛନ୍ତି । ଫଳରେ ଗାଁ ଟାଉଟର ମାନେ ଏହାର ସୁଯୋଗ ନେଉଛନ୍ତି । ରାତି ରେ ହିଟାଚି ଓ ଜେସିବି ମେସିନ୍ ରେ କାର୍ଯ୍ୟ କରାଇ ଜବ୍ କାର୍ଡ ଧାରୀ ମାନଙ୍କ ଠାରୁ ଜବ୍ କାର୍ଡ ସଂଗ୍ରହ କରି ସେମାନଙ୍କ ନାମରେ ମିଛ ବିଲ୍ କରାଇ ଦେଉଛନ୍ତି । ଜବ୍ କାର୍ଡ ଧାରୀଙ୍କୁ କିଛି ହାତଗୁଞ୍ଜା ଦେଇ ସେମାନଙ୍କ ନାମରେ ବ୍ୟାଙ୍କ ଆକାଉଣ୍ଟ କୁ ଯାଉଥିବା ଅର୍ଥ ସଂଗ୍ରହ କରି ନେଉଛନ୍ତି । ଏଭଳି ଘଟଣା ରଣପୁର ବ୍ଲକ ର ବଳଭଦ୍ରପୁର ଠାରୁ ଆରମ୍ଭ କରି ଲୋଧାଚୁଆ ଆଦି ୩୭ ଗୋଟି ଗ୍ରାମ ପଞ୍ଚାୟତରେ ଦେଖିବାକୁ ମିଳୁଛି । ଏ ସର୍ମ୍ପକେ ରଣପୁର ବ୍ଲକ ସହକାରୀ ଯନ୍ତ୍ରୀ ରବିନ୍ଦ୍ରନାଥ ସାହୁ ଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ଆମ ପାଖକୁ ଏଭଳି ଅଭିଯୋଗ ଆସିନାହିଁ ଆସିଲେ ପଦକ୍ଷେପ ନିଆଯିବ । ଜବ୍‌କାର୍ଡ ଧାରୀ କୁହନ୍ତି ସରକାର ମଜୁରୀ ବଢାଇଲେ ଯୋଜନା ସଠିକ୍ ବାଟରେ ଯିବ  । ଶ୍ରମିକ ମାନେ ଆଉ ଦାଦନ ଖଟିବା ପାଇଁ ପଡିବ ନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.