Home କେନ୍ଦୁଝର ମନରେଗା ଯୋଜନାରେ କାମକରି ମଜୁରୀ ପାଉନାହାନ୍ତି ଶ୍ରମିକ

ମନରେଗା ଯୋଜନାରେ କାମକରି ମଜୁରୀ ପାଉନାହାନ୍ତି ଶ୍ରମିକ

37

ହାଟଡିହି, ୨୩ । ୯ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୁଲଣ ପଞ୍ଚାୟତର ବିରିଡି ଗ୍ରାମରେ ମନରେଗା ଯୋଜନାରେ କାମକରି ମଜୁରୀ ପାଉନାହାନ୍ତି ଶ୍ରମିକ । ଏନେଇ ସେମାନେ ବାରମ୍ବାର ଅଭିଯୋଗ କରିଆସୁଥିଲେବି କେହି ତାଙ୍କ ଅଭିଯୋଗ ଶୁନୁନଥିବା ଅଭିଯୋଗ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ ବିରିଡି ଗ୍ରାମର ହରିଜନ ସାହିରୁ ଢ଼େଙ୍କାନାଳ ପର୍ଯ୍ୟନ୍ତ ୩ଲକ୍ଷ ୧୫ହଜାର ଓ ଦେଶପୋଖରୀରୁ ବ୍ରାହ୍ମଣୀଦେବୀ ପର୍ଯ୍ୟନ୍ତ ୩ଲକ୍ଷ ୧୫ହଜାର ଟଙ୍କା ବ୍ୟୟରେ ପ୍ଲାଣ୍ଟେସନ ନିର୍ମାଣ କରାଯାଇଥିଲା । ଏହାର ଜଗାରଖା ଓ ପାଣିଦେବା ଲାଗି ଉଭୟ ପ୍ରକଳ୍ପ ପାଇଁ ୬ଜଣ ଶ୍ରମିକଙ୍କୁ ନିଯୁକ୍ତି ଦିଆଯାଇଥିଲା । ସେମାନେ ଏପ୍ରିଲ ମାସରୁ ଆଜି ପର୍ଯ୍ୟନ୍ତ ଏହି ପ୍ଲାଣ୍ଟେସନ ପାଇଁ କାମକରି ଗଛଗୁଡିକୁ ସୁରକ୍ଷିତ ରଖିିଥିଲେ । ମନରେଗା ଯୋଜନାରେ ସେମାନଙ୍କ ଯବକାର୍ଡ ମାଧ୍ୟରେ ଏକାଉଣ୍ଟକୁ ଟଙ୍କା ଯିବ ବୋଲି କୁହାଯାଇଥିଲା । ମାତ୍ର ମାସ ମାସ କାମକରି ମଜୁରୀ ଟଙ୍କା ନପାଇବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏପରିକି ବର୍ଷେ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଗଛଲଗାରେ ବ୍ୟବହୃତ ହୋଇଥିବା ପାତିଆ, ଜାଲି ଓ ଗଛ ବାବଦକୁ ମିଳିବାକୁ ଥିବା ଟଙ୍କା ଆଜି ପର୍ଯ୍ୟନ୍ତ ମିଳିପାରିଲାନି । ଫଳରେ ଏହି କାମକରିଥିବା ଗ୍ରାମର ଯୁବକମାନେ ଆଜି ପର୍ଯ୍ୟନ୍ତ ଅନୁଦାନ ଟଙ୍କା ପାଇନଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ସେମାନେ ଜିଲ୍ଲାପାଳ ଓ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଲିଖିତ ଭାବେ ଜଣାଇ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.