Home ଜିଲ୍ଲା ପରିକ୍ରମା ମଧ୍ୟସ୍ଥତା କେନ୍ଦ୍ର ମାଧ୍ୟମରେ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ପାଇବେ କ୍ଷତି ପୂରଣ

ମଧ୍ୟସ୍ଥତା କେନ୍ଦ୍ର ମାଧ୍ୟମରେ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ପାଇବେ କ୍ଷତି ପୂରଣ

65

ପୁରୀ, ୨୭/୨(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)-ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଇନଜୀବୀ ଓ ପାରାଲିଗାଲ ସ୍ୱେଛାସେବୀଙ୍କୁ ନେଇ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ପ୍ରାଧିକରଣ ସଭା ଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ଦୁର୍ଘଟଣା ପରେ କ୍ଷତିଗ୍ରସ୍ତ କିଭଳି ଯଥା ଶୀଘ୍ର କ୍ଷତି ପୂରଣ ପାଇପାରିବେ ସେ ନେଇ ଆଲୋଚନା ହୋଇଥିଲା। ମୋଦି ଫାଇଡ କ୍ଲେମ ଟ୍ରିବ୍ୟୁନାଲ ଏ ଗ୍ରିଡ ପ୍ରୋର୍ସିଜିଓର ସଂପର୍କରେ ପ୍ରାଧିକରଣ ସଚିବ ଅମରେଷ ମହାପାତ୍ର ବକ୍ତବ୍ୟ ରଖିଥିଲେ। ସେ କହିଲେ ଯେ ଦୁର୍ଘଟଣା ର ଶିକାର ଜଣେ କ୍ଷତିଗ୍ରସ୍ତ କ୍ରିଷ୍ଣାମୁର୍ତି ବନାମ ଦି ନିୟୁ ଇଣ୍ଡିଆ ଆସ୍ୟୁରାନ୍ସ କମ୍ପାନି ଲିମିଟେଡ ମଧ୍ୟରେ ଏକ ମାମଲା ର ରାୟ ଦେଇଛନ୍ତି ସୁପ୍ରିମ କୋର୍ଟ। ଏହି ରାୟ ଅନୁସାରେ ଦୁର୍ଘଟଣା ରେ କ୍ଷତିଗ୍ରସ୍ତ ଆଇନସେବା ପ୍ରାଧିକରଣ ଅଧିନରେ ଥିବା ମଧ୍ୟସ୍ଥତା କେନ୍ଦ୍ର ମାଧ୍ୟମରେ ଯଥା ଶୀଘ୍ର ଇନସୁରାନ୍ସ କମ୍ପାନୀ ଠାରୁ କ୍ଷତି ପୁରଣ ପାଇପରିବେ ଅର୍ଥାତ୍ ଦୁର୍ଘଟଣା ମାମଲାର ତଦନ୍ତ କାରୀ ଅଧିକାରୀ ୪୮ ଘଂଟା ମଧ୍ୟରେ ସର୍ଜବିନ ତଦନ୍ତ କରି ପ୍ରାଧିକରଣ ରେ ସଂପୂର୍ଣ୍ଣ ରିପୋର୍ଟ ଦେବେ। ସେହିପରି ବ୍ୟବଛେଦ ରିପୋର୍ଟ ହେଉ କିମ୍ବା ଡାକ୍ତରୀ କାଗଜ ପତ୍ରକୁ ଡାକ୍ତର ୧୫ଦିନ ମଧ୍ୟରେ ପ୍ରଦାନ କରିବେ। ଏହା ମଧ୍ୟସ୍ଥତା କେନ୍ଦ୍ର ପକ୍ଷରୁ କ୍ଷତିଗ୍ରସ୍ତ ଓ ଇନସୁରାନ୍ସ କମ୍ପାନିକୁ ନୋଟିସ ଜାରି କରି ଏହାର ସମାଧାନ କରାଯିବ। ଏହାର ସମାଧାନ ହୋଇନପାରିଲେ ମାମଲା କୁ ସଂପୃକ୍ତ କୋର୍ଟକୁ ପଠାଯିବ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ସିଡବ୍ଲୁସି ଅଧ୍ୟକ୍ଷ ମହାବୀର ରୁଦ୍ର ନାରାୟଣ ସାହୁ କମିଟି ସଦସ୍ୟ ରମାଶଙ୍କର ପାତ୍ର ପ୍ରୋବେସନ ଅଫିସର ସନ୍ତୋଷ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ପ୍ରାଧିକରଣର କର୍ମକର୍ତା ଅଧିକାରି ମହାପାତ୍ର ସାଗରିକା ମହାନ୍ତି ମନୋରଞ୍ଜନ ଦାସ ପ୍ରଜ୍ଞାଶ୍ରୀ ଦାସ ପୂର୍ଣ୍ଣଚନ୍ଦ୍ର ଚଇନି ପ୍ରମୁଖ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.