Home ଜିଲ୍ଲା ପରିକ୍ରମା ଅଙ୍ଗଦାନ ଏକ ମହତ ଦାନ

ଅଙ୍ଗଦାନ ଏକ ମହତ ଦାନ

78

ପୁରୀ, ୨୭/୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଅଙ୍ଗଦାନ ଏକ ମହତ ଦାନ ଜଣେ ମୃତ ବ୍ୟକ୍ତିଙ୍କ ଅଙ୍ଗରେ ଅନ୍ୟ ଜଣେ ନୁଆ ଜୀବନ ପାଇପାରିବେ। ଭିନ୍ନକ୍ଷମଙ୍କୁ ସକ୍ଷମ କରାଯାଇପାରିବ। ଜଣେ ଦୃଷ୍ଟିହୀନ ଦୁନିଆ ଦେଖିବାର ସୁଯୋଗ ପାଇବେ। ପ୍ରତ୍ୟେକ ବ୍ୟକ୍ତି ମୃତ୍ୟୁ ପରେ ଅଙ୍ଗ ଦାନ ପାଇଁ ଏବେ ଠାରୁ ସଂକଳ୍ପ ବଦ୍ଧ ହେବାକୁ ସର୍ବଭାରତୀୟ ଶରୀର ଓ ଅଙ୍ଗଦାନ ସଂଗଠନ ରାଜ୍ୟ ସଭାପତି ଡଃପ୍ରଭାସ ଆଚାର୍ଯ୍ୟ ପରାମର୍ଶ ଦେଇଛନ୍ତି। ରୋଟାରୀ କ୍ଲବ ସାଗର ପକ୍ଷରୁ ରବିବାର ଅଙ୍ଗଦାନ ସଚେତନତା କାର୍ଯ୍ୟକ୍ରମ ପୁରୀରେ ଅନୁଷ୍ଠିତ ହୋଇଯାଇଛି। ସିଂହ ଦ୍ୱାର ଠାରୁ ଆୟୋଜିତ ଶୋଭାଯାତ୍ରାରେ ବିଭିନ୍ନ ସଂଗଠନର କର୍ମକର୍ତା ଅଂଶ ଗ୍ରହଣ କରିଥିଲେ। କ୍ଲବ ଅଧ୍ୟକ୍ଷ ହିମାଂଶୁ ମୋହନ ମହାନ୍ତି ସଭାପତି ଅଶୋକ କୁମାର ପାତ୍ର ସଂପାଦକ ଧବଳେସ ମହାପାତ୍ର ରୋଟାରିଆନ ପ୍ରବୁଦତ ସୁବୁଧି ସହକାରୀ ରୋଟାରୀ ଗର୍ଭନର ମଙ୍ଗୀଲାଲ ବଲଦେବା ଜିଲା ଅଧ୍ୟକ୍ଷ ବିକ୍ରମାଦିତ୍ୟ ନାୟକ ଯୋଗଦେଇ ଅଙ୍ଗଦାନ ପାଇଁ ଲୋକଙ୍କୁ ସଚେତନ କରାଇଥିଲେ। ସେବକ ମହାବୀର ଖୁଂଟିଆ ଅଙ୍ଗଦାନ ପାଇଁ ଘୋଷଣା କରିଥିଲେ। ସମାଜସେବୀ ସ୍ନେହ ମନ୍ଦ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଭିତରଛ ଭବାନୀ ଶଙ୍କର ମହାପାତ୍ର ପତାକା ଦେଖାଇ ଶୋଭାଯାତ୍ରା ଉଦଘାଟନ କରିଥିଲେ। ରାଣୀସତୀ ଭବନରେ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ରୋଟାରିଆନ ଚନ୍ଦନ ପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ସରୋଜ କୁମାର ପାଣୀଗ୍ରାହୀ ଧନ୍ୟବାଦ ଦେଇଥିଲେ। ସେହିପରି ସେଂଟଜନ ଆମ୍ବୁଲାନ୍ସ ପକ୍ଷରୁ ଅଙ୍ଗଦାନ ସଚେତନତା ଶୋଭାଯାତ୍ରା ସିଂହଦ୍ୱାର ଠାରେ ଅନୁଷ୍ଠିତ ହୋଇଥିଲା। ଲାଲା ଅନନ୍ତ କୁମାର ସିଂହ ମଧୂସୁଦନ ମିଶ୍ର ବିମଳ ମହାନ୍ତି, ନିରଞ୍ଜନ ମହାପାତ୍ର, ସନ୍ଦୀପ କୁମାର କର୍ମକାର ସେଥିରେ ଅଂଶ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.