Home ଜିଲ୍ଲା ପରିକ୍ରମା ମଧ୍ୟମା ପରୀକ୍ଷାରେ ଲିପାରାଣୀ ତ୍ରିପାଠୀ ଜିଲ୍ଲା ଟପର

ମଧ୍ୟମା ପରୀକ୍ଷାରେ ଲିପାରାଣୀ ତ୍ରିପାଠୀ ଜିଲ୍ଲା ଟପର

59

ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ବଡବନସ୍ତା ସଂସ୍କୃତ ବିଦ୍ୟାଳୟ ଛାତ୍ରୀ ଲିପାରାଣୀ ତ୍ରିପାଠୀ ଚଳିତ ବର୍ଷ ମଧ୍ୟମା ପରୀକ୍ଷାରେ ଜିଲ୍ଲାସ୍ତରରେ ଟପର ହୋଇଛନ୍ତି। ଲିପାରାଣୀ ୯୮.୬୭% (୫୯୨) ନମ୍ବର ହାସଲ କରି ଗୌରବର ଅଧିକାରିଣୀ ହୋଇଛନ୍ତି। ଝୁଟୁଣା ଗ୍ରାମର ପଦ୍ମନାଭ ତ୍ରିପାଠୀ ଓ ବାସନ୍ତି ତ୍ରିପାଠୀଙ୍କ କନ୍ୟା ଲିପାରାଣୀ ସଫଳତାର ଶ୍ରେୟ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ଦେଇଛନ୍ତି। ଉଚ୍ଚଶିକ୍ଷା ଗ୍ରହଣ କରି ଚିକିତ୍ସିକ ହେବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ଲିପାରାଣୀ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.