Home ଜିଲ୍ଲା ପରିକ୍ରମା ଭଦ୍ରକରେ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ

ଭଦ୍ରକରେ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ

24

ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ମତ୍ସ୍ୟ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ ହୋଇଯାଇଛି। ଏଥିରେ ଜିଲା ମତ୍ସ୍ୟ ଅଧିକାରୀ ମାନସ ରଂଜନ ସାହୁ ଅଧ୍ୟକ୍ଷତା କରିଥିବାବେଳେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ଡା. ଅରବିନ୍ଦ ଦାସ, ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଶୁଭ୍ରେନ୍ଦୁ ମିଶ୍ର ଓ କୃଷି ବିଭାଗର ସହକାରୀ କୃଷି ନିର୍ଦ୍ଦେଶକ ତଥା ମୁଖ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ଭଦ୍ରକ ଜିଲାର ବିଭିନ୍ନ ବ୍ଲକ୍‌ରୁ ୫୦ ଜଣ ମତ୍ସ୍ୟ ଚାଷୀ ଉପସ୍ଥିତ ଥିଲେ। ମତ୍ସ୍ୟ ବିଭାଗ ତରଫରୁ ଅନୁମୋଦିତ ଯୋଜନାଗୁଡିକ ବିଷୟରେ ମତ୍ସ୍ୟଚାଷୀଙ୍କୁ ଅବଗତ କରାଯାଇଥିଲା ଏବଂ ଅନ୍ୟାନ୍ୟ ଜିଲା ଅଧିକାରୀମାନେ ତାଙ୍କ ଯୋଜନା ବିଷୟରେ ଚାଷୀଙ୍କୁ ମଧ୍ୟ ଅବଗତ କରାଇଥିଲେ। ଉପସ୍ଥିତ ଥିବା ବିଭିନ୍ନ ବ୍ଲକ୍‌ର ୪ ଜଣ ଅଗ୍ରଣୀ ମତ୍ସ୍ୟ ଚାଷୀଙ୍କୁ ଏବଂ ଗୋଟିଏ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ମୋମେଣ୍ଟୋ ଏବଂ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ଏହି ସମାରୋହରେ ସମସ୍ତ ବ୍ଲକ୍‌ର ସହକାରୀ ମତ୍ସ୍ୟ ଅଧିକାରୀ ଏବଂ ଜିଲାର ଅତିରିକ୍ତ ମତ୍ସ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.