Home କେନ୍ଦ୍ରାପଡ଼ା ମଧୁଶାସନ ପଂଚାୟତରେ ଦୁର୍ନିତୀ ଅଭିଯୋଗରେ ନିଜପକ୍ଷ ରଖିବାକୁ ଗରଦପୁର ବିଡିଓ ଓ ଅନ୍ୟ ଅଧିକାରୀଙ୍କୁ ଲୋକାୟୁକ୍ତଙ୍କ...

ମଧୁଶାସନ ପଂଚାୟତରେ ଦୁର୍ନିତୀ ଅଭିଯୋଗରେ ନିଜପକ୍ଷ ରଖିବାକୁ ଗରଦପୁର ବିଡିଓ ଓ ଅନ୍ୟ ଅଧିକାରୀଙ୍କୁ ଲୋକାୟୁକ୍ତଙ୍କ ନୋଟିସ

50

କେନ୍ଦ୍ରାପଡା, ୧୫/୨(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ମଧୁଶାସନ ଗ୍ରାମପଂଚାୟତରେ ହୋଇଥିବା ଉନ୍ନୟନ କାର୍ଯ୍ୟରେ ଦୁର୍ନିତୀ ଓ ବେଆଇନ କାର୍ଯ୍ୟ ଉପରେ ନିଜ ନିଜର ପକ୍ଷ ରଖିବାକୁ ଓଡିଶା ଲୋକାୟୁକ୍ତ ଗରଦପୁର ବ୍ଲକର ବିଡିଓ, ସହକାରୀ ନିର୍ବାହୀ ଯନ୍ତ୍ରୀ, ମଧୁଶାସନ ଗ୍ରାମପଂଚାୟତର ସରପଂଚ, ପଂଚାୟତ ନିର୍ବାହୀ ଅଧିକାରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ନିର୍ଦେଶ ଦେଇଥିବା ସୂଚନା ମିଳିଛି। ଦୁର୍ନିତୀ ଓ ବେଆଇନ କାର୍ଯ୍ୟ ସମ୍ପର୍କରେ କୁଦାନଗରୀ ଗ୍ରାମର କାର୍ତ୍ତିକ ସେଠୀ ଓଡିଶା ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ। ସେହି ଅଭିଯୋଗ ଉପରେ କେଶ ନମ୍ବର ଏଲ ୱାଇ – ୭୮୨/୨୦୨୦ରେ ଲୋକାୟୁକ୍ତ ଏହି ମାମଲାକୁ ଗ୍ରହଣ କରି ସେସବୁର ତଦନ୍ତ କରାଇବା ସହ ଅଭିଯୋଗକାରୀଙ୍କୁ ନିର୍ଦ୍ଦିଷ୍ଟ ଭାବରେ ତାଙ୍କ ଅଭିଯୋଗର ବୀବରଣୀ ପ୍ରଦାନ କରିବାକୁ ନିର୍ଦେଶ ଦେଇଥିଲେ। ସେହି ଅନୁଯାଇ ଲୋକାୟୁକ୍ତଙ୍କ ନିର୍ଦେଶ ମତେ ଅଭିଯୋଗକାରୀ ଶ୍ରୀ ସେଠୀ ଦାଖଲ କରିଥିବା ଅଭିଯୋଗ ହେଉଛି ୨ଲକ୍ଷ ୫୦ହଜାର ଟଙ୍କା ବ୍ୟୟ ଅଟ୍ଟକଳରେ ନାଗଣପୁର ଗ୍ରାମ କାଠଚୁଆ ପୋଖରୀର ଗାଧୁଆ ଘାଟ ନିର୍ମାଣ ପାଇଁ ନିରଞ୍ଜନ ଦାସଙ୍କ ନାମରେ କାର୍ଯ୍ୟାଦ୍ଦେଶ ପ୍ରଦାନ କରାଯାଇଥିବା ବେଳେ ସେ କାର୍ଯ୍ୟନିର୍ବାହୀ ଚୟନ ପାଇଁ ଅନୁଷ୍ଠିତ ପଲ୍ଲୀସଭାରେ ଅନୁପସ୍ଥିତ ଥିଲେ। ଏଥିସହିତ ସେହି କାର୍ଯ୍ୟ ମଧ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅଧିକାର ଆଇନ ଅନୁଯାଇ ମିଳିଥିବା ତଥ୍ୟରୁ ଜଣାପଡେ ଯେ କାର୍ଯ୍ୟନିର୍ବାହୀଙ୍କ ଅନୁପସ୍ଥିତିରେ ଅନୁଷ୍ଠିତ ପଲ୍ଲୀସଭାରେ ସଂପୃକ୍ତ ବ୍ୟକ୍ତି କାର୍ଯ୍ୟନିର୍ବାହୀ ଭାବେ ଚୟନ ହୋଇପାରିବେ ନାହିଁ। ଦ୍ୱିତୀୟରେ କୈାଣସି ଅନୁମୋଦିତ ପ୍ରକଳ୍ପର ସ୍ଥାନ ବଦଳି ପାରିବ ନାହିଁ ବୋଲି ନିୟମ ଥିବା ବେଳେ ୨ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ଅରଖକୁଦ କେଉଟସାହି କଲଭର୍ଟ ନିର୍ମାଣ କାର୍ଯ୍ୟ ପାଇଁ ମୂରଲୀଧର ପାତ୍ରଙ୍କ ନାମରେ କାର୍ଯ୍ୟାଦ୍ଦେଶ ପ୍ରଦାନ କରାଯାଇଥିବା ବେଳେ ସେ ସଂପୃକ୍ତ ପଲ୍ଲୀସଭାରେ ଉପସ୍ଥିତ ନଥିଲେ ଏବଂ କଲଭର୍ଟକୁ ଅରଖକୁଦ ଗ୍ରାମରେ ନିର୍ମାଣ କରାଯିବା ବଦଳରେ ମକନ୍ଦର ଗ୍ରାମରେ ନିର୍ମାଣ କରି ବିଲ ପାଇଥିବା ଅଭିଯୋଗ ହୋଇଛି। ଏଥିସହିତ ସେହି କାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ଏହାବ୍ୟତିତ ଗତ ୨୦୧୮ମସିହା ଜାନୁଆରୀମାସ ୧୯ତାରିଖରେ ସେହି ପଂଚାୟତର ସାନବେତରା ଗ୍ରାମରେ ଏକ ଜାଲ ପଲ୍ଲୀ ସଭା ହୋଇଥିବା କାଗଜପତ୍ରରେ ଦର୍ଶାଇ ୧୬ଟି ପ୍ରକଳ୍ପ କାର୍ଯ୍ୟ ପାଇଁ ପ୍ରସ୍ତାବ ଗ୍ରହଣ ଓ କାର୍ଯ୍ୟନିର୍ବାହୀ ଚୟନ କରାଯାଇଥିଲା। କିନ୍ତୁ ସେହି ପଲ୍ଲୀସଭାରେ ଅନୁପସ୍ଥିତ ଥିବା ୬ଜଣଙ୍କ ନାମରେ ପ୍ରକଳ୍ପର କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ସାନବେତରା ଗ୍ରାମର ବାଲିଗରଡା ଖେଳପଡିଆର ଉନ୍ନତିକରଣ ପାଇଁ ଆନୁଆଲ ଆକ୍ସନ ପ୍ଲାନରେ ୨ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳ ରଖାଯାଇ ଶରତ ଚନ୍ଦ୍ର ବେହେରାଙ୍କ ନାମରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା ଓ ସୂଚନା ଫଳକରେ ମଧ୍ୟ କାର୍ଯ୍ୟନିର୍ବାହୀଙ୍କ ନାମ ଲେଖାଯାଇଥିଲା। କିନ୍ତୁ ପରବର୍ତ୍ତି ସମୟରେ ସେହି କାର୍ଯ୍ୟକୁ ଡିପାର୍ଟମେଂଟାଲୀ କରାଯାଇ ପ୍ରକଳ୍ପର ଅଟ୍ଟକଳ ମୂଲ୍ୟ ୨ଲକ୍ଷରୁ ୨ଲକ୍ଷ ୭୫ହଜାର ଟଙ୍କାକୁ ବଢାଇ ଦିଆଯାଇଥିବା ବେଳେ ଏକ ଗୋଚର ଜମିରେ କରାଯାଇଛି ଓ ସେହି କାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ସେହିପରି ନାରଣ ଅନ୍ତୁରି ଗଡିଆ ଗାଧୁଆ ତୁଠ ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା, ସାନବେତରା ମୈାଜାର ଖାତା ନମ୍ବର ୩୪୫, ପ୍ଲଟ ନମ୍ବର ୭୧୭, ୭୫୩, ୧୧୯୫ ଓ ୧୨୦୨ର କିଷମ ସ୍ମଶାନ ଥିବା ସ୍ଥଳେ ଶବଦାହ ଗୃହ ସେଠାରେ ନିର୍ମାଣ କରାନଯାଇ ବେଆଇନ ଭାବେ ଗୋଚର ଜମିରେ କରାଯାଇଥିବା, ବାଲିକୁଦା ଚାଟରା ଖେଳପଡିଆ ଉନ୍ନତିକରଣ ପାଇଁ ବ୍ୟୟ ଅଟ୍ଟକଳ ୨ଲକ୍ଷ ଟଙ୍କା ରଖାଯାଇଥିବା ବେଳେ ଏକ ଜାଲ ପଲ୍ଲୀସଭାରେ ପ୍ରଥମେ ୨ଲକ୍ଷ ୫୦ହଜାର ଓ ପରେ ୩ଲକ୍ଷ ଟଙ୍କାକୁ ବଢାଇ ଦିଆଯାଇ ଏକ ଗୋଚର ଜମିରେ ବିନା ଅନୁମତିରେ କରାଯାଇଥିବା ଏବଂ ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଛି। ପଂଚାୟତର ହେଲୁମହଲା ଠାରେ ଡ୍ରେନେଜ ନିର୍ମାଣ ପାଇଁ ୪ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ପଲ୍ଲୀସଭାରେ ଅନୁପସ୍ଥିତ ଥିବା ସଦାକତ ଅଲ୍ଲୀଙ୍କ ନାମରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିବା ଓ ସେହି କାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ମଧୁଶାସନ ଯାତ୍ରୀରହଣୀ ସ୍ଥଳ ନିର୍ମାଣ ପାଇଁ ୩ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ଏକ ଜାଲ ପଲ୍ଲୀସଭାରେ ଭିକାରୀ ଭୋଇଙ୍କ ନାମରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିବା ବେଳେ ସଂପୃକ୍ତ କାର୍ଯ୍ୟର ଏଗ୍ରୀମେଂଟରେ କାର୍ଯ୍ୟନିର୍ବାହୀଙ୍କ ସ୍ୱାକ୍ଷର ନଥିବା ଅଭିଯୋଗ ହୋଇଛି। ଏସମ୍ପର୍କରେ ଗରଦପୁର ବିଡିଓ ଏବଂ ଅନ୍ୟଅଧିକାରୀମାନଙ୍କ ନିକଟରେ ଅଭିଯୋଗ ପରେବି ସେମାନେ ଅନୁଗୃହିତ ହୋଇ ବିଲ ପେମେଂଟ କରିଥିବା ଅଭିଯୋଗ ହୋଇଛି। ଏସମ୍ପର୍କରେ ସୂଚନା ମାଗିବା ଓ ଅଭିଯୋଗ କରିବାରେ ସଂପୃକ୍ତ ପଂଚାୟତର ସରପଂଚ ଅଭିଯୋଗକାରୀଙ୍କ ବିରୋଧରେ ଥାନାରେ ମିଥ୍ୟା ମକ୍କୋଦ୍ଦମା କରାଇଥିବା ମଧ୍ୟ ଅଭିଯୋଗ ହୋଇଛି। ଏହି ଅଭିଯୋଗ ପାଇବା ପରେ ଲୋକାୟୁକ୍ତ ଗରଦପୁର ବିଡିଓ, ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ପଂଚାୟତ ନିର୍ବାହୀ ଅଧିକାରୀ ଓ ସରପଂଚଙ୍କୁ ନିଜର ପକ୍ଷ ରଖିବାକୁ ନୋଟିସ କରିଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.