Home ଜିଲ୍ଲା ପରିକ୍ରମା ମଧୁପୁର ଜଳେଶ୍ୱର ନୋଡାଲ ଉପ୍ରା ସ୍କୁଲରେ ୧୪୦ ପିଲାଙ୍କୁ ୩ ଶିକ୍ଷକ, ୬ ଶିକ୍ଷକ ନିଯୁକ୍ତି...

ମଧୁପୁର ଜଳେଶ୍ୱର ନୋଡାଲ ଉପ୍ରା ସ୍କୁଲରେ ୧୪୦ ପିଲାଙ୍କୁ ୩ ଶିକ୍ଷକ, ୬ ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ଚାବି ପକାଇ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ

13

ଭଦ୍ରକ, ୧୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅଧୀନ ମଧୁପୁର ଜଳେଶ୍ୱର ନୋଡାଲ ଉପ୍ରା ବିଦ୍ୟାଳୟରେ ୧୪୦ ଛାତ୍ରଛାତ୍ରୀଙ୍କ ପାଇଁ ୩ଜଣ ଶିକ୍ଷକ । ସେମାନଙ୍କ ମଧ୍ୟରୁ ଦୁଇଜଣ ଶିକ୍ଷକ ଅନୁପସ୍ଥିତ ରହୁଛନ୍ତି । ଯାହାଫଳରେ ଶିକ୍ଷାଦାନରେ ବାଧା ସୃଷ୍ଟି ହେବାରୁ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ସେମାନେ ଏ ସମ୍ପର୍କରେ ଜିଲାପାଳ ଓ ବ୍ଲକ ଶିକ୍ଷାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଇତି ମଧ୍ୟରେ କିଛିଦିନ ବିତି ଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ନଯିବାରୁ ସୋମବାର ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଥିବା ଜଣାଯାଇଛି । ଅଭିଯୋଗରୁ ପ୍ରକାଶ ଯେ, ମଧୁପୁର ଜଳେଶ୍ୱର ନୋଡାଲ ଉପ୍ରା ବିଦ୍ୟାଳୟର ପ୍ରଥମରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ବିଦ୍ୟାଳୟରେ ୧୪୦ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲା ବେଳେ ମାତ୍ର ୩ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ସମୟରେ ୨ଜଣ ଶିକ୍ଷକ ଅନୁପସ୍ଥିତ ରହୁଥିବାରୁ ଜଣେ ଶିକ୍ଷକ ଶିକ୍ଷାଦାନ କରିବା ସମ୍ଭବ ହୋଇପାରୁନାହିଁ । ବିଦ୍ୟାଳୟର ପିଲା ସଂଖ୍ୟା ଅନୁସାରେ ୬ଜଣ ଶିକ୍ଷକ ନିଯୁକ୍ତି ଦିଆଯିବାକୁ ଅଭିଭାବକମାନେ ପ୍ରଶାସନ ନିକଟରେ ଦାବି କରିଥିଲେ । ମାତ୍ର ଏଥିରେ କୌଣସି ସୁଫଳ ନମିଳିବାରୁ ପରିଚାଳନା କମିଟି ସଭାପତି ଦୟାନିଧି ବେହେରାଙ୍କ ସମେତ ଉପେନ୍ଦ୍ର ବାରିକ, ସନ୍ତୋଷ ବିଶ୍ୱାଳ, ବୈଲୋଚନ ବାରିକ, ବଟକୃଷ୍ଣ ବାରିକ, ବିଷ୍ଣୁପ୍ରିୟା ବାରିକ, ସୁମିତ୍ରା ବାରିକ, ବାସନ୍ତୀ ଧଳ, ମିତାରାଣୀ ବାରିକ, ରୁକ୍‌ମଣି ନାୟକ, ଅଜୟ ନାୟକ, ଅକ୍ଷୟ ନାୟକ, ଅଶ୍ୱନି ବଳ, ନିରଂଜନ ବାରିକ, ପ୍ରଫୁଲ ବାରିକ, ବାଇଧର ନାୟକ, ପକିର ନାୟକ ପ୍ରମୁଖ ଅଭିଭାବକ ଅଭିଭାବିକାମାନେ ସ୍କୁଲ ସମ୍ମୁଖରେ ଧାରଣାରେ ବସିଥିଲେ । ଏ ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ ମଧୁସୂଦନ ସେଣ୍ଢଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଯଥାଶୀଘ୍ର ଶିକ୍ଷକ ନଯୁକ୍ତି ପାଇଁ ପଦକ୍ଷେପ ନିଆଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.