Home ଜିଲ୍ଲା ପରିକ୍ରମା ଟୋଲଗେଟରୁ ବେଆଇନ ଗୋରୁଗାଡି ଜବତ କଲା ବଜରଙ୍ଗ ଦଳ

ଟୋଲଗେଟରୁ ବେଆଇନ ଗୋରୁଗାଡି ଜବତ କଲା ବଜରଙ୍ଗ ଦଳ

51

ଭଦ୍ରକ, ୧୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ନେଉଳିଆ ଟୋଲଗେଟରୁ ମଧ୍ୟ ରାତ୍ରରେ ବେଆଇନ ଗୋରୁଗାଡିକୁ ବଜରଙ୍ଗୀ ଦଳ ଜବତ କରିଥିବା ଜଣାଯାଇଛି । କଟକରୁ ବେଆଇନ ଗୋରୁ ବୋଝେଇ କରି ବାଲେଶ୍ୱର ଯାଉଥିବା ଡବ୍ଲୁ ବି ୨୯ ଏ ୧୪୧୯ନଂ ଆଇଚର ଗାଡିକୁ ବଜରଙ୍ଗ ଦଳ ସ୍ତାନୀୟ ସଂଯୋଜକ ଚନ୍ଦ୍ରଶେଖର ରାଉତ ଓ ବିଶ୍ୱହିନ୍ଦୁ ପରିଷଦ ସଭାପତି ରଥକିଶୋର ସାମଲଙ୍କ ନେତୃତ୍ୱରେ ଶତାଧିକ କର୍ମୀ ରାତ୍ର ୧୨ ଟା ବେଳେ ଚଡାଉ କରିଥିଲେ । ଅନ୍ଧାର ସୁଯୋଗ ନେଇ ଚାଳକ ଓ ସହାୟକ ଖସି ପଳାଇଥିଲେ । ପରିବହନ କରାଯାଉଥିବା ୨୮ଟି ଗୋରୁକୁ ଦୟନୀୟ ଅବସ୍ଥାରେ ଉଦ୍ଧାର କରିଥିଲେ । ସୂଚନା ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ôଚ ଗୋରୁଗୁଡିକୁ ମଇତାପୁର ଗୋଶାଳାକୁ ପଠାଇଥିଲେ ହେଁ ସ୍ଥାନାଭାବ ରୁ ଗୋରୁଗୁଡିକୁ ସେଠାରୁ ନିଆଯାଇ ନିକଟ ଗୋଶାଳା ଗୋଜ୍ଞାନ ଫାଉଣ୍ଡେସନରେ ଛଡାଯାଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.