Home ଜିଲ୍ଲା ପରିକ୍ରମା ମଦ ମାଫିଆଙ୍କ ଆକ୍ରମଣରେ ୭ ଅବକାରୀ କର୍ମଚାରୀ ଆହତ, ୨ ଅଭିଯୁକ୍ତ ସହ ମଦକୁ ଛଡାଇନେଲେ...

ମଦ ମାଫିଆଙ୍କ ଆକ୍ରମଣରେ ୭ ଅବକାରୀ କର୍ମଚାରୀ ଆହତ, ୨ ଅଭିଯୁକ୍ତ ସହ ମଦକୁ ଛଡାଇନେଲେ ମଦ ମାଫିଆ

74

ଭଦ୍ରକ, ୧୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ପୁରୁଣାବଜାର ଥାନା ଅଂଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ମଦ ମାଫିଆଙ୍କୁ ଧରିବାକୁ ଯାଇ ଦୁଇଜଣକୁ କାବୁ କରି ସେମାନଙ୍କ ଠାରୁ ବିପୁଳ ପରିମାଣରେ ମଦ ଜବତ କରିଥିବା ଅବକାରୀ ପୁଲିସ୍‌କୁ ମାଫିଆଙ୍କର ପ୍ରାୟ ୧୫/୨୦ ଜଣ ସହଯୋଗୀ ବିଭିନ୍ନ ମାରଣାସ୍ତ୍ର ଦେଖାଇ ମାଡ ମାରି ଖସାଇ ନେବା ସହ ଜବତ ମଦକୁ ମଧ୍ୟ ଛଡାଇ ନେଇଛନ୍ତି । ସେମାନଙ୍କ ଆକ୍ରମଣରେ ଆହତ ହୋଇ ଅବକାରୀ କର୍ମଚାରୀମାନେ ଏବେ ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଛି । ଖବରରୁ ପ୍ରକାଶ ପୁରୁଣାବଜାର ଥାନା ମିର୍ଜାପୁର ଅଂଚଳରେ ଅବାଧ ମଦ କାରବାର ବଢିଚାଲିଛି । ବାରମ୍ବାର ଅବକାରୀ ଓ ପୁଲିସ୍ ବିଭାଗ ଚଢାଉ କରି ମଦ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରୁଛି । ହେଲେ ସେମାନଙ୍କର ଏହି କଳା କାରନାମାର ଅନ୍ତଃ ଘଟୁନାହିଁ । ଆଜି ମଧ୍ୟ ଭଦ୍ରକ ଅବକାରୀ ବିଭାଗର ୭ ଜଣିଆ ଏକ ଟିମ୍ ମିର୍ଜାପୁର ଅଂଚଳକୁ ଯାଇ ମଦ ଜବତ କରିବା ସହ ୨ ଅଭିଯୁକ୍ତଙ୍କୁ ଧରିଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ମାଫିଆମାନେ ଅବକାରୀ ବିଭାଗର ୭ ଜଣ କର୍ମଚାରୀଙ୍କୁ ଯେଭଳି ମାଡ ମାରି ମଦ ସହ ଅଭିଯୁକ୍ତମାନଙ୍କୁ ଖସାଇନେଲେ, ତାହା ସେମାନଙ୍କର ଔଦ୍ଧତ୍ୟର ପରିଚୟ ଦିଏ । ମଦ ମାଫିଆମାନେ ଅବକାରୀ ବିଭାଗର ଏହି ୭ ଜଣ କର୍ମଚାରୀଙ୍କୁ ଗାଁରେ ଅଟକାଇ ରଖିବା ପରେ ପୁରୁଣାବଜାର ଥାନା ପୁଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ôଚ ସେମାନଙ୍କୁ ଉଦ୍ଧାର କରିଥିଲା । ଏହି ଘଟଣାରେ ଅଭିଯୁକ୍ତମାନଙ୍କ ନାମରେ ପୁରୁଣାବଜାର ଥାନାରେ ଏକ ମାମଲା ରୁଜୁ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.