Home କେନ୍ଦୁଝର ଦୁର୍ନିତିର ଗନ୍ତାଘର ପାଲଟିଛି ଇଞ୍ଚୋଳ ପଞ୍ଚାୟତ, କାର୍ଯ୍ୟାନୁଷ୍ଠାନ ଦାବି

ଦୁର୍ନିତିର ଗନ୍ତାଘର ପାଲଟିଛି ଇଞ୍ଚୋଳ ପଞ୍ଚାୟତ, କାର୍ଯ୍ୟାନୁଷ୍ଠାନ ଦାବି

29

ହାଟଡ଼ିହି, ୧୨ । ୧୦ (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ଇଞ୍ଚୋଳ ପଞ୍ଚାୟତଟି ଦୁର୍ନିତୀର ଗନ୍ତାଘର ପାଲଟିଛି । ସରକାର ସାଧାରଣ ଜନତାଙ୍କ ପାଇଁ ବିଭିନ୍ନ ଜନହିତକର ଯୋଜନା କରି ପାଣିଭଳି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ତୃଣମୁଳ ସ୍ଥରରେ ତାହାର ସଫଳ ରୁପାୟନ ହୋଇ ନପାରିବା ପ୍ରଶ୍ନବାଚୀ ସୃଷ୍ଟି କରିଛି । ମନରେଗା ଅଧିନରେ ଗମନା ଗମନ ପାଇଁ ହେଉଥିବା ରାସ୍ତା ଗୁଡିକ ଅତ୍ୟନ୍ତ ନିମ୍ନମାନର ହେଉଛି । ମୋ ପୋଖରୀ ଠାରୁ ଆରମ୍ଭ କରି ଆବାସ ଓ ମୋ ଉପକାରୀ ବଗିଚାରେ ବ୍ୟାପକ ଜାଲିଆତି ହେଉଥିବାର ଅଭିଯୋଗ ହୋଇଛି । ବିଗତ ବର୍ଷ ମାନଙ୍କରେ ସରକାରୀ ସୁବିଧା ନେଇଥିବା ବ୍ୟକ୍ତି ବିଶେଷଙ୍କ ପରିବାରରେ ବିଭିନ୍ନ ସଦସ୍ୟଙ୍କ ନାମରେ ଅଲଗା ଅଲଗା କରି ହିତାଧିକାରୀ କରାଯାଉଛି । କିନ୍ତୁ ଆଦୌ ସରକାରଙ୍କ ସୁବିଧା ସୁଯୋଗ ପାଇନଥିବା ବ୍ୟକ୍ତି ବିଶେଷ ପୁର୍ବଭଳି ପଡି ରହିଛନ୍ତି । କେବଳ ଦଳୀୟ ଭିତ୍ତିରେ ହିତାଧିକାରୀ ଚୟନ ହେଉଥିବାବେଳେ ପଞ୍ଚାୟତରାଜ ନିୟମର ଖୋଲା ଉଲଙ୍ଘନ କରାଯାଉଛି । ପଲ୍ଲୀସଭା କିମ୍ବା ଗ୍ରାମସଭାରେ ଆଲୋଚନା କରି ସର୍ବସମ୍ମତିକ୍ରମେ ହିତାଧିକାରୀ ଚୟନ ନିୟମ ରହିଥିବାବେଳେ ଏଠାରେ ଏହାର ବ୍ୟତିକ୍ରମ ଦେଖା ଦେଇଛି । କିଛି ମୁଷ୍ଟିମେୟ ମୁନାଫାଖୋର ଲୋକମାନେ ସମସ୍ତଙ୍କୁ ଭୁଆଁ ବୁଲାଇ ଫାଇଦା ନେବାରେ ବ୍ୟସ୍ତ ରହିଛନ୍ତି । ଯାହା ଫଳରେ ଗରିବ ଶ୍ରମଜିବୀ ସାଧାରଣ ଜନତାଟିଏ ତାର ହକ ପାଇବାରୁ ବଞ୍ଚିତ ହେଉଛି । ତେଣୁ ଜିଲ୍ଲାପାଳ ଓ ବିଭାଗୀୟ କର୍ତ୍ତୁପକ୍ଷ ଏହାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.