Home ଜିଲ୍ଲା ପରିକ୍ରମା ମଦ୍ୟପ ଶିକ୍ଷକଙ୍କ ଉନ୍ମତକାଣ୍ଡ, ଛାତ୍ରୀଙ୍କୁ ଅସଦାଚରଣ କରି ହରଡ଼ଘଣାରେ!

ମଦ୍ୟପ ଶିକ୍ଷକଙ୍କ ଉନ୍ମତକାଣ୍ଡ, ଛାତ୍ରୀଙ୍କୁ ଅସଦାଚରଣ କରି ହରଡ଼ଘଣାରେ!

47

ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗୁରୁଶିଷ୍ୟର ଯେଉଁ ପବିତ୍ର ସମ୍ପର୍କ ଏବେ ଦିନକୁ ଦିନ କଳୁସିତ ହେବାରେ ଲାଗିଛି। ଏପରି ଏକ ଅପ୍ରିିତିକର ପରିସ୍ଥିତି ସୃଷ୍ଟିହେବା ଦ୍ୱାରା ସମାଜରେ ଶିକ୍ଷକମାନଙ୍କ ପ୍ରତି ଘୃଣା ଏବଂ ଅସମ୍ମାନ ବୃଦ୍ଧିପାଇବାରେ ଲାଗିଛି। ଏପରି ଏକ ଘଟଣା ଘଟିଛି ଧାମନଗର ବ୍ଳକ ଧୂଷୁରୀ ଥାନା ଅଂଚଳର। ସୂଚନା ଥାଉକି ଧୂଷୁରୀଥାନା ଅଧିନସ୍ଥ ପାଳସାହି ପଂଚାୟତର ପାଳସାହି ହରିଜନସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତପନ କୁମାର ମହାନ୍ତି ଅଧିକାଂଶ ସମୟରେ ନିଶାଶକ୍ତ ଅବସ୍ଥାରେ ବିଦ୍ୟାଳୟକୁ ଆସିଥାନ୍ତି। କେତେବେଳେ ବି ଛାତ୍ରଛାତ୍ରୀ ମାନଙ୍କୁ ପାଠ ନପଢାଇ ଅଧିକାଂଶ ସମୟରେ ବାହାରେ ବୁଲାବୁଲି କରନ୍ତି। ତେବେ ବୁଧବାର ଦିନ ପ୍ରଧାନ ଶିକ୍ଷକ ଶ୍ରୀ ମହାନ୍ତି ନିଶାଶକ୍ତ ଅବସ୍ଥାରେ ବିଦ୍ୟାଳୟକୁ ଆସିଥିବାବେଳେ ଜୈନିକ ଏକ ଶ୍ରେଣୀ ଛାତ୍ରୀଙ୍କୁ ଅଶାଳୀନ ବ୍ୟବହାର କରିଥିଲେ।

ଏ ସମ୍ପର୍କରେ ପରିବାରଲୋକ ଜାଣିବା ପରେ ବିଦ୍ୟାଳୟକୁ ଆସି ହୋହାଲ୍ଳା କରିଥିଲେ। ଖବରପାଇ ସିଆରସିସି ପ୍ରଦୀପ କୁମାର ଦାସ ଓ ସ୍ଥାନୀୟ ଅଂଚଳର ଅବିଭାବକମାନେ ଘଟଣାର ତଦନ୍ତ କରିଥିଲେ ଏବଂ ତୁରନ୍ତ ଉକ୍ତ ମଦ୍ୟପ ପ୍ରଧାନଶିକ୍ଷକଙ୍କୁ ଏଠାରୁ ହଟାଇବାପାଇଁ ଜିଦ୍‌ଧରି ବସିଥିଲେ ଏବଂ ଅଭିଭାବକମାନେ ପ୍ରଧାନଶିକ୍ଷକଙ୍କ ବିରୁଦ୍ଧରେ ଲିଖିତଅଭିଯୋଗ ସିଆରସିସିଙ୍କ ମାଧ୍ୟମରେ ବ୍ଲକ ଶିକ୍ଷାଧିକାରୀଙ୍କୁ ପ୍ରଦାନ କରାଯାଇଥିଲା। ତେବେ ଗୁରୁବାର ବ୍ଲକ ଶିକ୍ଷାଧିକାରୀ ସରକାରୀ କାର୍ଯ୍ୟରେ ଭୁବନେଶ୍ୱର ଯାଇଥିବାରୁ ଉକ୍ତ ପ୍ରଧାନଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଶିକ୍ଷାଧିକାରୀ ଫେରିଲାପରେ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବବୋଲି ବିଆରସିସି ଭୀମସେନ ହୋ ସୂଚନା ଦେଇଥିଲେ। ପ୍ରକାଶ ଥାଉକି ଉକ୍ତ ଶିକ୍ଷକ ଏକବର୍ଷ ତଳେ ମଧ୍ୟ ଉକ୍ତ ବିଦ୍ୟାଳୟର ଏପରି ଅପ୍ରିତିକର ପରିସ୍ଥିତି ସୃଷ୍ଟିକରିଥିବାବେଳେ ଧରାଧରି କରି ଘଟଣାକୁ ଚାପିଦେଇଥିବାବେଳେ ପୁଣି ଉକ୍ତ ଶିକ୍ଷକଙ୍କ ଏପରି ଉନ୍ମକ୍ତକାଣ୍ଡକୁ ନାପସନ୍ଦ କରାଯାଇଛି। ତେବେ ଏପରି ଘଟଣା ଘଟିନାହିଁ ମୋତେ ବଦନାମ କରିବାପାଇଁ ଚକ୍ରାନ୍ତ କରାଯାଉଛି ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ମହାନ୍ତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ତେବେ ପ୍ରଧାନ ଶିକ୍ଷକ ଏବେ ଛୁଟିରେ ଥିବାରୁ ସହକାରୀ ଶିକ୍ଷୟିତ୍ରୀ ବିଦ୍ୟାଳୟର ଦାୟିତ୍ୱ ତୁଲାଉଛନ୍ତି। ତେବେ ଅଧିକାଂଶ ସମୟରେ ଉକ୍ତ ଶିକ୍ଷକ ବିଦ୍ୟାଳୟରେ ଅନୁପସ୍ଥିତ ରହିବା ନିଶାଶକ୍ତ ଅବସ୍ଥାରେ ଗାଳିଗୁଲଜ କରିବା ଇତ୍ୟାଦିକୁ ସିଆରସିସି କାହିଁକି ନିରବରେ ରହୁଥିଲେ ତାହା ସାଧାରଣରେ ଆଲୋଚ୍ୟ ବିଷୟ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.