Home ଜିଲ୍ଲା ପରିକ୍ରମା ମଦଭର୍ତ୍ତି କାର ଜବତ୍‌ – ୩ ଗିରଫ

ମଦଭର୍ତ୍ତି କାର ଜବତ୍‌ – ୩ ଗିରଫ

70

ବାଲେଶ୍ୱର, ୬ା୯(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ ହୋଇ ଚୋରା ଦେଶୀମଦ ଭର୍ତ୍ତି କାର ସହ ୩ ଜଣ ଅଭିଯୁକ୍ତଙ୍କୁ ଆଜି ଗିରଫ କରାଯାଇଛି। ଗିରଫ ଯୁବକମାନେ ହେଲେ ସଦର ଥାନା ଅନ୍ତର୍ଗତ ମଧୁସୂଦନପୁର ଅଞ୍ଚଳର ନାରାୟଣ ଦାସଙ୍କ ପୁତ୍ର ବିକ୍ରମ ଦାସ(୧୯), ରେମୁଣା ଥାନା ଅନ୍‌ର୍ଗତ ସିରେଇପୁର ଗ୍ରାମର ଚଗୁଲ ମିସ୍ତ୍ରୀର ପଚୁଅ ସନ୍ତୁ ମିସ୍ତ୍ରୀ(୨୭) ଓ କାର ଡ୍ରାଇଭର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଗୋପାଳପୁର ଅଞ୍ଚଳର ଅଶୋକ ଦାସଙ୍କ ପୁତ୍ର ବସନ୍ତ ଦାସ(୩୮)। ସେମାନଙ୍କଠାରୁ ୬ ଲିଟରରୁ ଊର୍ଦ୍ଧ୍ୱ ଦେଶୀମଦ ସହିତ ଏକ ପଲସର ବାଇକ୍ ଓ ଏକ ଅଲଟୋ କାର ଜବତ କରାଯାଇଛି। ପୁରୁଣା ବାଲେଶ୍ୱରରୁ ମଦନେଇ ସେମାନେ ସୋର, ବାହାନଗା, ସିମୁଳିଆ ଓ ଭଦ୍ରକ ଅଞ୍ଚଳର ବେପାରୀଙ୍କୁ ଦେବାକୁ ଯାଉଥିବା ବେଳେ ଅବକାରୀ ବିଭାଗ ସେମାନଙ୍କୁ ଗିରଫ ସହ ମଦ ଓ ଗାଡ଼ି ଜବତ କରିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.