Home Top News ମତ୍ସ୍ୟଜୀବିଙ୍କ ଜାଲରେ ପଡିଲା ତେଲିଆ ମାଛ, ୩.୧୦ ଲକ୍ଷରେ ବିକ୍ରି

ମତ୍ସ୍ୟଜୀବିଙ୍କ ଜାଲରେ ପଡିଲା ତେଲିଆ ମାଛ, ୩.୧୦ ଲକ୍ଷରେ ବିକ୍ରି

109

ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା ତେଲିଆ ମାଛ। ଯାହାର ଦାମ୍ ୩.୧୦ ଲକ୍ଷ ଟଙ୍କା। ହଁ ଆଜ୍ଞା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିପାରେ ହେଲେ ଘଟଣାଟି ସତ୍ୟ। ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ୍ ଧାମରା ଚନ୍ଦିନୀପାଳ ଜେଠୀରେ ଜଣେ ମତ୍ସ୍ୟଜୀବୀଙ୍କ ଜାଲରେ ପଡିଛି ଗୋଟିଏ ତେଲିଆ ମାଛ। ଓଜନରେ ଏହା ୩୨ କିଲୋଗ୍ରାମ ହୋଇଥିବାବେଳେ ୩.୧୦ ଲକ୍ଷ ଟଙ୍କାରେ ତାହା ବିକ୍ରି ହୋଇଥିବା ସୂଚନା ମିଳିଛି। ତାଳଚୁଆ ଅଂଚଳର ହାପିଜି ଉଲ୍ଲାଙ୍କ ମାଛଧରା ବୋଟରେ ଏପରି ମାଛ ପଡିଥିଲା। ଯାହାକୁ ନିଲାମ କଲାପରେ କୋଲକାତାର ଏକ କଂପାନୀ ୩.୧୦ ଲକ୍ଷ ଟଙ୍କାରେ କିଣିଥିବା ଜଣାଯାଇଛି। ଏହି ମାଛରେ ଔଷଧୀୟ ଗୁଣବତ୍ତା ଥିବାରୁ କଂପାନୀମାନେ ଚଢା ଦରରେ କିଣିଥାନ୍ତି। ଯାହାକୁ ନେଇ ମତ୍ସ୍ୟଜୀବୀଙ୍କ ମହଲରେ ଖୁସିର ଲହରି ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.