Home ଜିଲ୍ଲା ପରିକ୍ରମା ଦୋବଲ ବସଷ୍ଟାଣ୍ଡ ସୀମାନିର୍ଦ୍ଧାରଣ ଘଟଣାର ଜିଲ୍ଳାପ୍ରଶାସନଙ୍କ ହସ୍ତକ୍ଷେପ

ଦୋବଲ ବସଷ୍ଟାଣ୍ଡ ସୀମାନିର୍ଦ୍ଧାରଣ ଘଟଣାର ଜିଲ୍ଳାପ୍ରଶାସନଙ୍କ ହସ୍ତକ୍ଷେପ

45

ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକର ଦୋବଲ ଠାରେ ଥିବା ବସଷ୍ଟାଣ୍ଡର ସୀମା ନିର୍ଦ୍ଧାରଣ ଓ ମାପଚୁପକୁ ନେଇ କିଛିଦିନ ହେବ ବିବାଦୀୟ ପରିସ୍ଥିତି ଉପୁଜିଥିବାବେଳେ ଆଜି ଜିଲ୍ଳାପ୍ରଶାସନ ହସ୍ତକ୍ଷେପକରି ଉଭୟ ସମ୍ପ୍ରଦାୟର ଲୋକମାନଙ୍କୁ ନେଇ ଧାମନଗର ତହସିଲ କାର୍ଯ୍ୟାଳୟ ପରିସରରେ ଆଲୋଚନା କରିଛନ୍ତି। ପ୍ରକାଶ ଥାଉକି ଦୋବଲ ଠାରେ ପୁରାତନ ବସଷ୍ଟାଣ୍ଡ ୩୧ଡ଼ିସିମିଲ୍ ପରିସରରେ ଥିବାବେଳେ ଏହାର କିଛି ପାଶ୍ୱର୍ରେ ଜବରଦଖଲ ସହ ବସଷ୍ଟାଣ୍ଡ ପରିସରରେ ଦିନଦିନ ଧରି ବଡ଼ବଡ଼ ଟ୍ରକ୍‌, ଟ୍ରାକ୍ଟର ଓ ପିକଅପ୍ ଭ୍ୟାନ ଆଦି ରଖାଯାଉଥିବାବେଳେ କିଛି ଉଠା ଦୋକାନି ମଧ୍ୟ ଏହି ବସଷ୍ଟାଣ୍ଡକୁ ଜବରଦଖଲ କରିଛନ୍ତି। ଏନେଇ ସ୍ଥାନୀୟ ଅଂଚଳବାସୀମାନେ ବାରମ୍ବାର ପ୍ରଶାସନ ନିକଟରେ ଦାବି କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନଥିଲା। ହେଲେ ଧାମନଗର ପଂଚାୟତସମିତି ପରିସରରେ ଜିଲ୍ଳାପାଳଙ୍କ ଜନସୁଣାଣି ବେଳେ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା। ଜିଲ୍ଳାପାଳ ତତ୍‌କ୍ଷଣାତ୍ ବସ୍‌ଷ୍ଟାଣ୍ଡକୁ ମାପଚୁପ ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଚଳିତ ମାସ ୨୦ତାରିଖ ଦିନ ବ୍ୟାପକ ପୋଲିସ ଫୋର୍ସ ମଧ୍ୟରେ ତହସିଲଦାରଙ୍କ ଉପସ୍ଥିତିରେ ବସଷ୍ଟାଣ୍ଡର ସୀମାନିର୍ଦ୍ଧାରଣ ଓ ମାପଚୁପ କରୁଥିବାବେଳେ ହଠାତ୍ କୌଣସି ପରିସ୍ଥିତି ନେଇ ଅଧାରୁ ତହସିଲଦାର ମାପ ବନ୍ଦକରି ପଳାଇ ଆସିଥିଲେ।

ଯାହା ଫଳରେ ଅଭିଯୋଗ କରିଥିବା ଜନସାଧାରଣଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଏନେଇ ଉକ୍ତ ବସଷ୍ଟାଣ୍ଡ ଉପରେ ନିର୍ଭର କରୁଥିବା ୭ଗୋଟି ପଂଚାୟତର ଛାମୁଆ ଲୋକମାନଙ୍କୁ ନେଇ ଏକ ବୈଠକ କରିବା ସହ ୭ଦିନ ମଧ୍ୟରେ ବସଷ୍ଟାଣ୍ଡ ସୀମାନିର୍ଦ୍ଧାରଣ କରାନଗଲେ ଆନ୍ଦୋଳନାତ୍ମକ ପନ୍ଥ ଗ୍ରହଣ କରାଯିବବୋଲି ଚେତାବନି ଦେଇଥିଲେ। ତେବେ ଏହି ପରିସ୍ଥିତିକୁ ନେଇ ଆଜି ଦିନ ୧୦ଘଟିକା ସମୟରେ ଭଦ୍ରକ ଉପ-ଜିଲ୍ଳାପାଳ ମନୋଜ କୁମାର ପାତ୍ର ଅଧ୍ୟକ୍ଷତାରେ ତହସିଲ କାର୍ଯ୍ୟାଳୟ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ତହସିଲଦାର କ୍ଷୀରୋଦ ପଣ୍ଡା, ପୋଲିସ ଏସ୍‌ଡ଼ିପିଓ ବିଜକୃଷ୍ଣ ମହାପାତ୍ର, ଥାନାଅଧିକାରୀ ବନମାଳି ବାରିକଙ୍କ ସମେତ ଉଭୟ ସମ୍ପ୍ରଦାୟର ସିମିତ ଲୋକଙ୍କୁ ନେଇ ଏକ ବୈଠକ କରାଯାଇଥିଲା। ସୋମବାର ଦିନ ଉଭୟ ପକ୍ଷରୁ କାଗଜପତ୍ର ତହସିଲରେ ଦାଖଲ କରିବା ପରେ ଉକ୍ତ କାଗଜପତ୍ରକୁ ନେଇ ସମୀକ୍ଷା କରାଯିବ। ଆସନ୍ତା ଅଗଷ୍ଟ ୧୫ ସୁଦ୍ଧା ବସଷ୍ଟାଣ୍ଡର ସୀମାନିର୍ଦ୍ଧାରଣ କରାଯିବ ଏବଂ ସେ ପର୍ଯ୍ୟନ୍ତ ଭାଇଚାରା ରକ୍ଷା କରିବା ସହ ପ୍ରଶାସନକୁ ସହଯୋଗ କରିବା ପାଇଁ ଉପ-ଜିଲ୍ଳାପାଳ ଶ୍ରୀ ପାତ୍ର ନିବେଦନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.