Home ଜିଲ୍ଲା ପରିକ୍ରମା ମଣ୍ଡିରୁ ଚାଷୀଙ୍କ ଧାନ ଉଠାଇବା ଓ ଟାର୍ଗେଟ ବୃଦ୍ଧିକରିବା ଦାବିନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହଲେ ଚାଷୀ

ମଣ୍ଡିରୁ ଚାଷୀଙ୍କ ଧାନ ଉଠାଇବା ଓ ଟାର୍ଗେଟ ବୃଦ୍ଧିକରିବା ଦାବିନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହଲେ ଚାଷୀ

33

ମାଲକାନଗିରି, ୧୮ା୧ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାର ବିଭିନ୍ନ ମଣ୍ଡିରେ ପଡିରହିଥିବା ଚାଷୀଙ୍କ ଧାନଗୁଡିକୁ ତୁରନ୍ତ ଉଠାଇବା ଓ ଜିଲ୍ଲାରେ ଧାନ କ୍ରୟର ଟାର୍ଗେଟ ବୃଦ୍ଧିକରିବା ସହିତ ଧାନ ମଣ୍ଡିଗୁଡିକରେ ଧାନ କ୍ରୟକୁ ନେଇ ଲାଗିରହିଥିବା ବିଭିନ୍ନ ସମସ୍ୟା କୁ ନେଇ ବିଭିନ୍ନ ଅଚଂଳର ଚାଷୀମାନେ ଜିଲ୍ଲାପାଳଙ୍କ ଦ୍ୱାରାସ୍ଥ ହୋଇଛନ୍ତି। ଚାଲାଣ ଗୁଡା ପଚାଂୟତର ଧାନମଣ୍ଡିଟିକୁ ଏକ ମହିଳା ସ୍ୱୟଂ ସହାୟକା ଗୋଷ୍ଟି ପରିଚାଳନା କରୁଥିବା ବେଳେ ଏହି ମଣ୍ଡିଉପରେ ଚାଲାଣଗୁଡା ଓ ତଣ୍ଡିକି ଦୁଇଟି ପଚାଂୟତର ଚାଷୀ ଙ୍କ ଧାନ କ୍ରୟହେବାର ବ୍ୟବସ୍ଥା କରାଯାଇଚି। ଏହି ମଣ୍ଡିରେ ଧାନ କ୍ରୟ କରିବା ପାଇଁ ୭୯୩ଜଣ ଚାଷୀ ଙ୍କ ନେମପଜିଂକୃତ ହୋଇ ସେମାନଙ୍କୁ ଟୋକେନ ଇସୁ କରାଯାଇଛି, ଏହି ମଣ୍ଡିରେ ମାତ୍ର ୪୧୦ଜଣ ଚାଷୀଙ୍କ ଠାରୁ ୧୮, ୧୪୭ କ୍ୱିଟାଂଲ ଧାନକ୍ରୟ ହୋଇଛି। ବଳାକା ଚାଷୀ ମାନଙ୍କ ଧାନ ମଣ୍ଡି ଓ ଖଳାରେ ଖୋଲାଆକାଶ ତଳେ ପଡିରହିଛି। ଏହି ମଣ୍ଡିରୁ ଧାନ ଉଠାଯିବା ସହିତ ଅଧିକ ଦୁଇହଜାର କ୍ୱିଟାଂଲ ଧାନକ୍ରୟର ଟାର୍ଗେଟ ବଢାଇବା ସହିତ ଜିଲ୍ଲାରେ ଥିବା ୍‌ଅନ୍ୟା ଧାନ ମଣ୍ଡିଗୁଡିକରୁ ଧାନ ଉଠାଯାଉ ଓ ଅଧିକ ଟାର୍ଗେଟ ବଢାଯାଉ ବୋଲି ଦାବିକରି ଆଜି ସକାଳେ ଚାଲାଣଗୁଡା ସରପଚଂ ପୁସ୍ପାରାଣୀ ପଡିଆମୀ, ପୁବ ର୍ତନ ସରପଚଂ ଇର୍ମା ପଡିଆମି, ଆଦିବାସୀ ସମାଜ, କୃଷକ ସମାଜ ଘେନୁମୁଦୁଲି, ଅଖିଲ ମଣ୍ଡଳ, ତିଲମା ପାଙ୍ଗି, ଇନ୍ଦ୍ରପଣ୍ଡା, ମଙ୍ଗରାଜ ମଣ୍ଡଳ, ପରେଶ ଦେବନାଥ, ରାମଚନ୍ଦ୍ର ଦୁରୁଆ, ପମୁଖ ମହିଳା ଓ ପୁରଷ ଚାଷୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନକରିଛନ୍ତି। ମାଲକାନଗିରି ଜିଲ୍ଲାର ବିଭିନ୍ନ ଧାନ ମଣ୍ଡିରେ ଚାଷୀଙ୍କ ଶହଶହ କ୍ୱିଟାଂଲ ଧାନ ଖୋଲା ଆକାଶତଳେ ପଡିରହିଥିଲେ ମଧ୍ୟ ଲ୍ୟାମ୍ପସ ପକ୍ଷରୁ ଧାନ କ୍ରୟ କରାଯାଉନାହିଁ କି ମିଲରମାନେ ଧାନ ଉଠାଉନାହଁନ୍ତି, ଟାର୍ଗେଟ ପରୁଣ ହୋଇଯାଇଥିବା କହି ମଣ୍ଡିରେ ପଡିରହିଥିବା ଧାନକୁ କ୍ରୟ କରାଯାଉନାହିଁ ଟୋକେନ ପାଇଥିବା ଚାଷୀଙ୍କ ଧାନକୁ ତୁରନ୍ତ କ୍ରୟକରାଯାଉ, ମଣ୍ଡିରେ ଧାନ କ୍ରୟର ଟାର୍ଗେଟ ବଢାଯାଉ, ଧାନ ମାନ ନିରୁପଣ କେନ୍ଦ୍ରରେ ଦୁଇଟି ମେସିନ ରଖାଯାଉ ବୋଲି ଚାଷୀ ମାନେ ଦାବିକରିଛନ୍ତି। ମାଲକାନଗିରି ଜିଲ୍ଲାରେ ଖରିପ ଧାନମଣ୍ଡି ଗତ ୩୦ତାରିଖ ଠାରୁ ଆରମ୍ଭ ହୋଇ ଅଦ୍ୟାବଦି ୬୫ଟି ଧାନ ମଣ୍ଡିରୁ ୨୩୭୩୦ଜଣ ଚାଷୀଙ୍କ ଠାରୁ ୧୦ଲକ୍ଷ ୩୦ହଜାର ୯୪୭ କ୍ୱୁଟାଂଲ ଧାନ କ୍ରୟ କରାଯାଇଛି। ଜିଲ୍ଲାର କାଲିମେଳା ପଡିଆ, ମାଲକାନଗିରି, ଶିଖପାଲି, କୁଡୁମୁଲୁଗୁମ୍ମା, ମାଥିଲି, କୋରକୁଣ୍ଡା, ଖଇରପୁଟ ବଣ୍ଡା ଲ୍ୟାମ୍ପସ ମୋଟ ୮ଟି ଲ୍ୟାମ୍ପସ୍ ଅଧିନରେ ୬୫ଟି ଧାନ ମଣ୍ଡି ଗୋଟିଏ ଉପମଣ୍ଡି.ଦୁଇଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠି ପକ୍ଷରୁ ଖୋଲା ଯାଇଥିବା ମଣ୍ଡିରୁ ଚାଷୀ ମାନଙ୍କ ଠାରୁ ଧାନକ୍ରୟ ହୋଇସାରିଛି, ଇତି ମଧ୍ୟରେ ୧୯୧୬୪ଜଣ ଚାଷୀ ମଣ୍ଡିରେ ସେମାନଙ୍କ ଧାନ ବିକ୍ରୟ କରି ୧୪୩କୋଟି୨୧ଲକ୍ଷ ୧୦ହଜାର ୯୬୦ ଟଙ୍କା ପାଇସାରିଲେଣି, ଜିଲ୍ଲାରେ ଧାନକ୍ରୟର ଟାର୍ଗେଟ ପୁରଣ ହୋଇସାରିଛି, ଅଧିକ ଟାର୍ଗେଟ ଦେବା ପାଇଁ ରାଜ୍ୟସରକାରଙ୍କୁ ଅନୁରୋଧ କରାଯାଇଛି, ଅଧିକ ଟାର୍ଗେଟ ଆସିଲେ ଚାଷୀମାନଙ୍କ ଠାରୁ ଧାନକ୍ରୟ ହେବ ବୋଲି ଜିଲ୍ଲାଯୋଗଣ ଅଧିକାରୀ ଅଜୟକୁମାର ରଥ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.