Home ଓଡ଼ିଶା ମଣିନାଗ ପୀଠ ରେ ରଣପୁର ନିର୍ବାଚନ ମଣ୍ଡଳୀ ବିଜେଡି ର ସମୀକ୍ଷା ବୈଠକ

ମଣିନାଗ ପୀଠ ରେ ରଣପୁର ନିର୍ବାଚନ ମଣ୍ଡଳୀ ବିଜେଡି ର ସମୀକ୍ଷା ବୈଠକ

56

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୦/୦୮ – ନୟାଗଡ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀ ରେ ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ଲକ୍ଷ ରଖି ରଣପୁର ବିଜୁ ଜନତା ଦଳ ର ଏକ ସମୀକ୍ଷା ବୈଠକ ମା ମଣିନାଗ କଲ୍ୟାଣ ମଣ୍ଡପ ରେ ଅଗଷ୍ଟ ୧୦ ତାରିଖ ମଧ୍ୟାନ୍ନ ରେ ଅନୁଷ୍ଠିତ ହୋଇଯାଇଅଛି । ଗତ ବିଧାନସଭା ନିର୍ବାଚନ ରେ ଭାଜପା ଦଳ ଠାରୁ ବିଜୁ ଜନତା ଦଳ ର ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ମାତ୍ର ୪ ହଜାର ୯ ଶହ ପାଖାପାଖି ଭୋଟ ବ୍ୟବଧାନ ରେ ଜିତିଥିଲେ । ବହୁ ବିକାଶ ଧାରା ଜାରିରଖି କାର୍ଯ୍ୟ କରିଥିଲେ ମଧ୍ୟ ଦଳ ବହୁବର୍ଷ କ୍ଷମତା ରେ ରହିବା ଯୋଗୁଁ ବିରୋଧାଭାଷ ମଧ୍ୟ ବଢିବାରେ ଲାଗିଛି । ଯାହାଫଳ ରେ ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଦଳୀୟ ଅବସ୍ଥା ପଛରେ ଥିବା ଅନୁଭବ କରାଯାଉଅଛି । ରଣପୁର ନିର୍ବାଚନ ମଣ୍ଡଳୀ ରେ ଦଳୀୟ ପର୍ଯ୍ୟବେକ୍ଷକ ଭାବେ ମାନ୍ୟବର ପରିବହନ ଓ ଯୋଜନା ସମନ୍ୱୟ ମନ୍ତ୍ରୀ ପଦ୍ମନାଭ ବେହେରା ରଣପୁର ରେ କର୍ମୀ ମାନଙ୍କୁ ନେଇ ଏକ ପ୍ରଥମ ସମୀକ୍ଷା ବୈଠକ କରିଥିବା ଜଣାପଡିଛି । ରଣପୁର ବ୍ଲକ ସଭାପତି ପାଣ୍ଡବ ସେଠୀ ଙ୍କର ଅଧ୍ୟକ୍ଷତା ରେ ଏହି କର୍ମୀ ସମ୍ମିଳନୀ ଓ ସମୀକ୍ଷା ବୈଠକ ପରିଚାଳିତ ହୋଇଥିଲା  । ଏଥିରେ ନୟାଗଡ ଜିଲ୍ଲା ବିଜେଡି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ବେହେରା ଯୋଗ ଦେଇଥିଲେ ।

ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନ ଯୋଗ ଦେବା ସହ ସମୀକ୍ଷା ବୈଠକ କୁ ଶୃଙ୍ଖଳିତ କରିଥିଲେ । ଉପସ୍ଥିତ ରଣପୁର ନିର୍ବାଚନ ମଣ୍ଡଳୀ ର ବିଜୁ ଜନତା ଦଳ ର ଜିତିଥିବା ସମସ୍ତ ସରପଞ୍ଚ  , ସମିତି ସଭ୍ୟ ମାନେ ଯୋଗ ଦେଇ ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଦଳ କୁ ମଜଭୁତ୍ କରିବା ସହ ସମସ୍ତ ଜିଲ୍ଲା ପରିଷଦ ଆସନ ସରପଞ୍ଚ ଓ ସମିତିସଭ୍ୟ ଆସନ ଦଖଲ କରିବେ ବୋଲି ପ୍ରତିଜ୍ଞା କରିଥିଲେ । ବିଜୁ ଜନତା ଦଳ ର ରାଜ୍ୟ ପ୍ରବକ୍ତା ଡ. ସନ୍ତୋଷ ଲେଙ୍କା ଯୋଗ ଦେଇ ବିକାଶର ଧାରା କୁ ଗାଁ ଗାଁ ରେ ପହଞ୍ଚାଇବା ପାଇଁ ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଙ୍କୁ ଅନୁରୋଧ କରିଥିଲେ । ସେହିଭଳି ଭାବରେ ଦଳୀୟ ବରିଷ୍ଠ ନେତା ପୁରୀ ଜିଲ୍ଲା ସାଂସଦ ପ୍ରତିନିଧି ପ୍ରଭାତ କୁମାର ଦଳବେହେରା  , ଇଂ ଦେବାଶିଷ ପଟ୍ଟନାୟକ ,  ବରିଷ୍ଠ ନେତା ସଚ୍ଚିକାନ୍ତ ସଡଙ୍ଗୀ , ସ୍ୱର୍ଣ୍ଣ ପ୍ରକାଶ ରାଉତରାୟ ,ବନମାଳୀ ପ୍ରଧାନ , ଲିଙ୍ଗରାଜ ନାୟକ ,  ଯୁବନେତା ରଞ୍ଜନ ଦାସ , ରଣପୁର ବ୍ଲକ ଅଧକ୍ଷା ନିରୁପମା ପ୍ରଧାନ , ପ୍ରତିଭା ମହାନ୍ତି , ସବିତା ଦାସ , ଜୟନ୍ତି ମହାରଣା , ନର୍ମଦା ରାୟ ଓ ପ୍ରାୟ ୨୦୦ବରିଷ୍ଠ କର୍ମୀମାନେ ଯୋଗ ଦେଇଥିଲେ । କୋଭିଡ୍ କଟକଣା ଭିତରେ ୧୦୦ କର୍ମୀ ଡକାଯାଇଥିବା ବେଳେ ପ୍ରାୟ ୨୦୦ କର୍ମୀ ଆଗ୍ରହ ର ସହ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.