Home ଅପରାଧ ଚନ୍ଦନକାଠ ଚୋରା ଚାଲାଣ ବେଳେ ଅଟୋରିକ୍ସା ଜବତ, ଜଣେ ଗିରଫ

ଚନ୍ଦନକାଠ ଚୋରା ଚାଲାଣ ବେଳେ ଅଟୋରିକ୍ସା ଜବତ, ଜଣେ ଗିରଫ

47

ପାଟଣା,ତା ୧୦ ଅଗଷ୍ଟ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଅନ୍ତର୍ଗତ ଭାଲିଆଡିହା ଗ୍ରାମ ନିକଟରେ ଏକ ଅଟୋରିକ୍ସା ଯୋଗେ ଗୋଟିଏ ବସ୍ତାରେ ଭର୍ତ୍ତି ହୋଇ ଚନ୍ଦନକାଠ ଚୋରା ଚାଲାଣ କରାଯାଉଥିଲା । କୌଣସି ସୂତ୍ରରୁ ଖବର ପାଇ ପାଟଣା ବନବିଭାଗ ଉକ୍ତ ଅଟୋ ରିକ୍ସାକୁ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ବ୍ୟକ୍ତି ଜଣଙ୍କ ଟିକେଶ୍ୱର ମହାକୁଡ଼ ବୋଲି ବନବିଭାଗ ପକ୍ଷରୁ ଜଣାପଡିଛି । ଚଢ଼ାଉ ସମୟରେ ବନ କର୍ମଚାରୀଙ୍କୁ ଦେଖି ଅଟୋରିକ୍ସା ମଧ୍ୟରୁ ଆଉ ଜଣେ ମାଫିଆ ଦୌଡ଼ି ପଳାଇଥିବା ଜଣାପଡିଛି । ପାଟଣା ବନାଞ୍ଚଳ ଅଧିକାରୀ ଟିକେଶ୍ୱର ମହାନ୍ତ ଓ ପାଟଣା ବନପାଳ ମୋହିନୀ ମହାନ୍ତଙ୍କ ସମେତ ଅନ୍ୟ ବନ କର୍ମଚାରୀଙ୍କ ସହଯୋଗରେ ଏହି ଚଢାଉ ସଫଳ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.