Home Top News ମଣିନାଗ ପାହାଡରୁ କାର ଓଲଟିଲା ୨ ଗୁରୁତର ୪ ଆହତ

ମଣିନାଗ ପାହାଡରୁ କାର ଓଲଟିଲା ୨ ଗୁରୁତର ୪ ଆହତ

75

ନୟାଗଡ ୨୦/୦୨ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ରଣପୁର ତଳ ମଣିନାଗ ଠାରୁ ଉପର ମଣିନାଗ ପିଚୁ ରାସ୍ତା ନିର୍ମାଣ ହୋଇଛି। ରାସ୍ତାଟି ବିପଦ ଶଙ୍କୁଳ ଥିଲେମଧ୍ୟ ବିଭାଗୀୟ ଅଧିକାରୀ କୈାଣସି ଦୃଷ୍ଟି ଦେଉନାହାଁନ୍ତି। ରାସ୍ତାରେ ସୁରକ୍ଷା ପ୍ରାଚୀର ଓ ବର୍ଷାଜଳ ନିଷ୍କାସନ ପାଇଁ କୈାଣସି ବ୍ୟବସ୍ଥା ନାହିଁ। ପ୍ରତିଦିନ ତଳ ମଣିନାଗରୁ ଉପର ମଣିନାଗ ଶହ ଶହ ଶ୍ରଦ୍ଧାଳୁ ଭକ୍ତ ଯାତ୍ରୀ ଯାତାୟତ କରିଥାନ୍ତି। ଫେବୃୟାରୀ ୨୦ ତାରିଖ ଅପରାହ୍ନ ୪ ଘଟିକା ସମୟରେ ଏକ ସୁପ୍ଟି ଡିଜାର୍ କାର୍ ଯାହାର ନମ୍ବର ଓ ଡି ୦୨ ବି ଏନ୍ ୬୦୯୫ ୬ଜଣ ଯାତ୍ରୀ ଙ୍କୁ ନେଇ ଉପର ମଣିନାଗ ଯାଇଥିଲା। ଫେରିବା ସମୟରେ ଭାରସାମ୍ୟ ହରାଇ କାର୍ ଟି ଓଲଟି ପଡିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.