Home କେନ୍ଦ୍ରାପଡ଼ା ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ବେଙ୍ଗ ମୁତିଲେ ପାଣି

ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ବେଙ୍ଗ ମୁତିଲେ ପାଣି

115

ତିର୍ତ୍ତୋଲ ୩୦/୪ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କଟକ-ପାରାଦ୍ୱିପ ରାସ୍ତାର ମଣିଜଙ୍ଗା ଠାରେ ରହିଛି ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର। ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ତିର୍ତ୍ତୋଲ ବ୍ଲକର ୨୯ଟି ପଞ୍ଚାୟତ ଓ କୁଜଙ୍ଗ ବ୍ଲକର ୮ ଟି ପଞ୍ଚାୟତ ର ଜନସାଧାରଣ ସ୍ୱାସ୍ଥ୍ୟ ସୁବିଧା ପାଇବାପାଇଁ ନିର୍ଭର କରିଆସିଥାଆନ୍ତି। ଅପରପକ୍ଷରେ ଏହି ସ୍ୱାସ୍ଥ୍ୟକେନ୍ଦ୍ରର ପରିବେଶକୁ ସଜାଡ଼ିବାପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ସାମାନ୍ୟ ବର୍ଷାରେ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଜମି ରହୁଛି ବର୍ଷାଜଳ। ଏହି ବର୍ଷା ଜଳରେ ସ୍ୱାସ୍ଥ୍ୟୃ ସେବା ପାଇଁ ଆସୁଥିବା ରୋଗି ଓ ସେମାନଙ୍କ ସମ୍ପର୍କୀୟ ପାଣିରେ ପଶି ଯାତାୟତ କରିବାକୁ ବାଧ୍ୟ ହେଉଛନ୍ତି। ଏହି ବର୍ଷା ଜଳ ଜମି ରହି ବିଭିନ୍ନ ରୋଗ ବୃଦ୍ଧିର କାରଣ ସାଜିଛି। କରୋନା ପରିସ୍ଥିତିକୁ ମୁକାବିଲା କରିବାପାଇଁ ସରକାରଙ୍କ ପକ୍ଷରୁ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ମାନ କରାଯାଇ ବ୍ୟାପକ ଅର୍ଥ ବ୍ୟୟ କରାଯାଉଥିବାବେଳେ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜଳାର୍ଣ୍ଣବ ପରିସ୍ଥିତିକୁ ସୁଧାରିବା ଦିଗରେ ସେଭଳି ଖାସ ପଦକ୍ଷେପ ନିଆଯାଉନଥିବାରୁ ଜନଅସନ୍ତୋଷ ଦେଖାଦେଇଛି। କରୋନା ମୁକାବିଲା ପାଇଁ ଏହି ମେଡ଼ିକାଲକୁ ସରକାରଙ୍କ ପକ୍ଷରୁ ଲକ୍ଷାଧିକ ଟଙ୍କା ମଞ୍ଜୁର କରାଯାଇଥିବାବେଳେ କିଭଳିଭାବରେ ଏହି ଅର୍ଥକ ବିନିଯୋଗ କରାଯାଉଛି ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଗତ ଦିନରେ ବର୍ଷା ହେଲେ ଏହି ପରିସର ଜଳାର୍ଣ୍ଣବ ହୋଇଥାଏ। ଏହି ଜଳ ନିଷ୍କାସନ ପାଇଁ ବିଭିନ୍ନ ଆଳରେ ଅର୍ଥ ଖର୍ଚ୍ଚ କରାଯାଉଥିବାବେଳେ ସ୍ଥାୟୀ ସମାଧାନ ଦିଗରେ ବିଭାଗୀ ଅଧିକାରୀଙ୍କ ନଜର ପଡ଼ୁନଥିବା ଚର୍ଚ୍ଚା ହେଉଛି। ଏବେ ଲାଗିରହିଥିବା କାଳବୌଶାଖି ବର୍ଷାରେ ଏହି ପରିସର ଜଳ ପୂର୍ଣ୍ଣ ହୋଇ ରହିଅଛି। ମେଡ଼ିକାଲର ମୁଖ୍ୟଦ୍ୱାର ଓ ନିରାମୟ ଔଷଧ ବିତରଣ କେନ୍ଦ୍ର ନିକଟରେ ପ୍ରବଳ ମାତ୍ରାରେ ବର୍ଷା ପାଣି ଜମି ରହି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିଛି। ଏଥିପ୍ରତି ଜିଲ୍ଲାପ୍ରଶାସନ ଦୃଷ୍ଟି ଦେବାପାଇଁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.