Home ଜିଲ୍ଲା ପରିକ୍ରମା ମଠସାହି ଠାରେ ମା’ଗଜଲକ୍ଷ୍ମୀ ପୂଜା : ଧରାବତରଣ କଲେ ମା’ଗଜଲକ୍ଷ୍ମୀ

ମଠସାହି ଠାରେ ମା’ଗଜଲକ୍ଷ୍ମୀ ପୂଜା : ଧରାବତରଣ କଲେ ମା’ଗଜଲକ୍ଷ୍ମୀ

46

ଭଦ୍ରକ, ୩୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧରାବତରଣ କରିଛନ୍ତି ମା’ଗଜଲକ୍ଷ୍ମୀ । କଟକଣାକୁ ମାନି ମା’ଧନଦାତ୍ରୀଙ୍କର ଆବାହନକୁ ନେଇ ଭକ୍ତଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି । ଭଦ୍ରକସ୍ଥ ମଠସାହିଠାରେ ଥିବା ମା’ଗଜଲକ୍ଷ୍ମୀଙ୍କର ମନ୍ଦିରରେ ପାଳିତ ହେଉଛି ମା’ଙ୍କ ପୂଜା । କୋଭିଡ କଟକଣା ଯୋଗୁଁ ଅଳ୍ପ ସଂଖ୍ୟକ ପୂଜକ ଓ କର୍ତ୍ତାଙ୍କ ମଧ୍ୟରେ ମା’ଙ୍କର ରୀତିନୀତି କରାଯାଉଛି । କେବଳ ବିଧିରକ୍ଷା ପାଇଁ ଘଣ୍ଟା ବଜାଇ ସ୍ୱଳ୍ପ କର୍ମକର୍ତ୍ତା ଓ ପୂଜକଙ୍କୁ ନେଇ ସନ୍ଧ୍ୟାରେ କଳସ ବିଜେ କାର୍ଯ୍ୟକ୍ରମ ସମାପନ ହୋଇଛି । ମଠସାହି ଅଂଚଳର ଏହି ପୂଜା ବହୁ ପୁରାତନ ସମୟରୁ ପାଳିତ ହୋଇ ଆସୁଛି । କର୍ମକର୍ତ୍ତା ମାନଙ୍କର ପ୍ରଚେଷ୍ଟାରେ ଏଠାରେ ମା’ଙ୍କର ସ୍ଥାୟୀ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା କରାଯାଇ ଦୈନନ୍ଦିନ ପୂଜାର୍ଚ୍ଚନା କରାଯାଉଛି । ଭଦ୍ରକ ସହରର ପାଖାପାଖି ହାତଗଣତି କିଛି ସ୍ଥାୟୀ ମନ୍ଦିର ମଧ୍ୟରୁ ଏହା ପ୍ରମୁଖ । ଏଠାରେ ପ୍ରତିବର୍ଷ ମା’ଙ୍କର ପୂଜାର୍ଚ୍ଚନା ୩ଦିନ ଧରି ମହାଆଡ଼ମ୍ବର ଭାବେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପାଳିତ ହେଉଥିବା ବେଳେ ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ଏହା ସମ୍ପୂର୍ଣ୍ଣ ଫିକା ପଡ଼ିଛି । ତେବେ ପ୍ରତିବର୍ଷ ପରି ମା’ଙ୍କ ମଣ୍ଡପରେ ଦର୍ଶନରୁ ବଂଚିତ ହେଉଥିବାରୁ ଭକ୍ତଙ୍କ ମନରେ ଦୁଃଖ ଆସିଛି । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପଣ୍ଡିତ ନାରାୟଣ ଚନ୍ଦ୍ର ପଣ୍ଡା,ପଣ୍ଡିତ ଚକ୍ରଧର ପଣ୍ଡା ଓ ମଠସାହି ସାମାଜିକ ସାଂସ୍କୃତିକ କମିଟିର କର୍ମକର୍ତ୍ତା ମାନଙ୍କ ଉଦ୍ୟମରେ ୩ ଦିନ ବ୍ୟାପୀ ଏହି ପୂଜା ନିରଡ଼ାମ୍ବର ଭାବେ ପାଳିତ ହେବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.