Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲାରେ କୁମାର ପୂର୍ଣ୍ଣିମା ପାଳିତ

ଭଦ୍ରକ ଜିଲାରେ କୁମାର ପୂର୍ଣ୍ଣିମା ପାଳିତ

45

ଭଦ୍ରକ, ୩୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାରେ ଆଜି କୁମାର ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି । ଭଦ୍ରକର ସମସ୍ତ ବ୍ଲକ ଅଞ୍ଚଳରେ କୁମାରପୂର୍ଣ୍ଣିମା ପର୍ବ କୁମାରୀ କନ୍ୟାମାନେ ପାଳନ କରିଛନ୍ତି । ଏଥିପାଇଁ ଘର ଅଗଣାରେ ଥିବା ତୁଳସୀ ଚଉରାକୁ ସଜାଇ ଆକର୍ଷଣୀୟ ରୂପ ଦିଆଯାଇଥିଲା । ଜହ୍ନି ଓ ନାଲି, ନୀଳ ଓ ଧଳା ରଙ୍ଗର କଇଁ ଆଦି ଫୁଲରେ ଚଉରାକୁ ସଜ୍ଜିତ କରି ଥିଲେ । କୁମାରୀ କନ୍ୟାମାନେ ଦିନ ତମାମ ଉପାସ ରହି ସନ୍ଧ୍ୟାରେ ନବବସ୍ତ୍ର ପରିଧାନ କରି କଳସ ପୂଜା ସହ ନବଉଦିତ ଜହ୍ନମାମୁଁକୁ ଆବାହନ କରି ପୂଜାର୍ଚ୍ଚନା କରିଥିଲେ । ଖଇ, ତାଳଗଜାର ଭୋଗରେ ଚନ୍ଦ୍ରାକୃତି କରାଯାଇ ଜହ୍ନମାମୁଁଙ୍କୁ ବନ୍ଦାପନା କରାଯାଇ ମଣ୍ଡାପିଠା ଭୋଗ ଲାଗି କରାଯାଇଥିଲା । ଚଳିତ ବର୍ଷ କୋଭିଡ କଟକଣା ଥିବାରୁ କୁମାର ପୂର୍ଣ୍ଣିମା ସଙ୍ଗୀତ ଗାନ କରାଯାଇ ନଥିଲା କି କୁଆରୀମାନେ ନଗରଭ୍ରମଣ କରି ନଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.