Home ଓଡ଼ିଶା ମଟର ସାଇକେଲ ରୁ ପଡି ମହିଳା ଙ୍କ ମୃତ୍ୟୁ

ମଟର ସାଇକେଲ ରୁ ପଡି ମହିଳା ଙ୍କ ମୃତ୍ୟୁ

138

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୦/୧୦ – ନୟାଗଡ ଜିଲ୍ଲା ରଣପୁର ଥାନା ରାମଚନ୍ଦ୍ରପୁର ଗତି ରୋଧକ ଢିପ ଠାରେ ପଡି ଜଣେ ମହିଳା ଙ୍କ ମୃତ୍ୟୁ ହୋଇଥିବା ରଣପୁର ଥାନା ରେ ଅଭିଯୋଗ ହୋଇଛି । ଘଟଣା ରୁ ପ୍ରକାଶ ମହତପଲ୍ଲା ଗ୍ରାମ ର ସାବିତ୍ରୀ ସାହୁ (୩୨) ନିଜ ବାପା ଙ୍କର ବର୍ଷ ପୁରଣି ଶ୍ରାଦ୍ଧ ପାଇଁ ସଂନ୍ଧ୍ୟା ୬ ଘଟିକା ସମୟରେ ବେଗୁନିଆଁ ଥାନା ଛତରପଡା ଗ୍ରାମ ରୁ ନିଜ ଗ୍ରାମ ମହତପଲ୍ଲା କୁ ମଟର ସାଇକେଲ ଯୋଗେ ଫେରୁଥିଲେ । ରାମଚନ୍ଦ୍ରପୁର ଗତି ରୋଧକ ଢିପ ଠାରେ ଭାରସାମ୍ୟ ହରାଇ ହଠାତ୍ ପଛକୁ ଟଳିପଡିଲେ ।

ଫଳରେ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା । ପାଖ ଲୋକମାନେ ୧୦୮ ଆମ୍ବୁଲାନ୍ସ ଯୋଗେ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ । ଡାକ୍ତର ମୃତ ଘୋଷଣା କରିବା ପରେ ରଣପୁର ଥାନା ପୋଲିସ ଶବ ଜବତ କରିଛି । ଶବ ପଞ୍ଚନାମା ପାଇଁ ପଞ୍ଚନାମା ଗୃହେ ରଖାଯାଇଥିବା ଜଣାପଡିଛି । ପ୍ରକାଶ ଥାଉ କି ମୃତ ମହିଳା ଜଣଙ୍କର ଦୁଇଟି ଛୋଟ ଛୋଟ ପୁଅ ଝିଅ ଅଛନ୍ତି । ସାବିତ୍ରୀ ସାହୁ ଙ୍କ ଦୃର୍ଘଟଣା ଜନିତ ମୃତ୍ୟୁ ରେ ଅଂଚଳ ରେ ଶୋକ ର ଛାୟା ଖେଳି ଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.