Home Top News ଆନ୍ତଃ ରାଜ୍ୟ ବାଇକ ଚୋରି ମାମଲାରେ ତିନି ମୁଖ୍ୟ ଅଭିଯୁକ୍ତ ଗିରଫ

ଆନ୍ତଃ ରାଜ୍ୟ ବାଇକ ଚୋରି ମାମଲାରେ ତିନି ମୁଖ୍ୟ ଅଭିଯୁକ୍ତ ଗିରଫ

37

ବଲାଙ୍ଗୀର ୧୦ -୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) : ବଲାଙ୍ଗିର ସଦର ପୋଲିସକୁ ବଡ଼ ସଫଳତା ମିଳିଛି। ଚୋରି, ଡକାୟତି, ଗାଡ଼ି ଡିକି ଭାଙ୍ଗି ଲୁଟ୍ ଭଳି ଘଟଣାରେ ୩ ଜଣ ଆନ୍ତଃଜିଲ୍ଲା ଚୋରଙ୍କୁ ଗିରଫ କରିଛି ବଲାଙ୍ଗିର ସଦର ପୋଲିସ। ଏନେଇ ସଦର ଏସଡିପିଓ ତୋଫାନ ବାଗ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗିରଫ ହୋଇଥିବା ୩ ଡକାୟତ ହେଲେ ରାଜା ଦାସ, ଦୟାସାଗର ଛତ୍ରିଆ ଓ ସାରଥି ବାଗ।

ଏମାନ ଙ୍କ ମଧ୍ୟରୁ ରାଜା ଦାସ ଗଞ୍ଜାମ ଜିଲ୍ଲାର ହୋଇଥିବାବେଳେ ଦୟାସାଗର ଛତ୍ରିଆ ଓ ସାରଥି ବାଗ ସୋନପୁର ଜିଲ୍ଲା ଝୁପୁଡିପଡାର ବୋଲି ଜଣା ପଡିଛି। ଏମାନଙ୍କ ପାଖରୁ ୯ ଟି ନମ୍ବର୍ ପ୍ଲେଟ୍, ୯ ଟି ମୋବାଇଲ ଫୋନ, ପ୍ରାୟ ୩ଲକ୍ଷ ଟଙ୍କା ସୁନା ଗହଣା, ମୋବାଇଲ ସିମ୍ କାର୍ଡ, ପର୍ସ, ଗାଡ଼ି ନମ୍ବର ପ୍ଲେଟ ବଦଳାଇବା ପାଇଁ ବ୍ୟବହାର ହେଉଥିବା ଯନ୍ତ୍ରାଂଶ ଆଦି ଜବତ ହୋଇଛି। ପୂର୍ବରୁ ଏମାନଙ୍କ ନାମରେ ବିଭିନ୍ନ ଜିଲ୍ଲାର ଥାନାରେ ପ୍ରାୟ ୨୧ଟି ମାମଲା ରହିଥିବା ଏସଡ଼ିପିଓ ଶ୍ରୀବାଗ ସୂଚନା ଦେଇଛନ୍ତି। ସୋମବାର ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.