Home କୋରାପୁଟ ମଇନାମାଳ ସ୍କୁଲ ଇକୋ କ୍ଲବ ପକ୍ଷରୁ ଚାରା ରୋପଣ

ମଇନାମାଳ ସ୍କୁଲ ଇକୋ କ୍ଲବ ପକ୍ଷରୁ ଚାରା ରୋପଣ

191

କୋରାପୁଟ;ତା୧୯-୦୭-୧୯(ଓଡିଆପୁଅ /ରଂଜନ କୁମାର ଦାସ) ଦଶମନ୍ତପୁର ବ୍ଲକ ପାଇକଫୁଲବେଡା ପଂଚାୟତ ମଇନାମାଳ ସରକାରୀ ଉନ୍ନୀତ ଉଚ ବିଦ୍ୟାଳୟ ଇକୋକ୍ଲବ ପକ୍ଷରୁ ସ୍କୁଲ ପରିସରରେ ଚାରା ରୋପଣ କରାଯାଇଛି । ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ନାଥ ଷଡଙ୍ଗୀଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀ ୟସରପଂଚ ହୀରାମଣି ଗାଦବା ଏବଂ ସମିତି ସଭ୍ୟ ମହେଶ୍ୱର ଗାଦବା ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପୃଥବୀ ଚାହୁଁଛି ସବୁଜ ଶାଢୀ ଗଛ ଲଗାଇବା ଧାଡିକି ଧାଡି ନାରା ଦେଇ ଛାତ୍ରଛାତ୍ରୀ ଗ୍ରାମ ପରିକ୍ରମା କରିବା ସହ ବିଦ୍ୟାଳୟର ୨ ଏକର ଜମିରେ ବିଭିନ୍ନ କିସମର ୨୦୦ ଚାରା ଲଗାଇ ସେଗୁଡିକର ଯତ୍ନ ନେବାକୁ ଶପଥ ଗ୍ରହଣ କରିଥିଲେ । ଫରେଷ୍ଟର ସୁନୀତା କୁମାରୀ ସ୍ୱାଇଁ ଯୋଗ ଦେଇ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କ ପଦକ୍ଷେପକୁ ପ୍ରଶଂସା କରିବା ସହ ନୂତନ ବନୀ କରଣ ନିମନ୍ତେ ବିଭାଗ ତରଫରୁ ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ । ସହକାରୀ ଶିକ୍ଷକ ରମେଶ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ସହାୟତା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.