Home କୋରାପୁଟ କୋରାପୁଟ ଜିଲ୍ଲାପାଳଙ୍କୁ ସୈାଜନ୍ୟମୁଳକ ସାକ୍ଷାତ କଲେ ପ୍ରେସକ୍ଲବ ସଦସ୍ୟମାନେ- କୋରାପୁଟ ଜିଲ୍ଲାରେ ରହିଥିବା ସମସ୍୍ୟାଉପରେ ଆଲୋଚନା...

କୋରାପୁଟ ଜିଲ୍ଲାପାଳଙ୍କୁ ସୈାଜନ୍ୟମୁଳକ ସାକ୍ଷାତ କଲେ ପ୍ରେସକ୍ଲବ ସଦସ୍ୟମାନେ- କୋରାପୁଟ ଜିଲ୍ଲାରେ ରହିଥିବା ସମସ୍୍ୟାଉପରେ ଆଲୋଚନା ; ସମାଧାନ ପାଇଁ ପଦକ୍ଷେପ ନିଆଯିବ-ଜିଲ୍ଲାପାଳ

117

କୋରାପୁଟ ; ତା୧୯-୦୭-୧୯(ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାର ନୂତନ ଜିଲ୍ଲାପାଳ ଡାକ୍ତର ପୋମା ଟୁଡୁଙ୍କୁ କୋରାପୁଟ ପ୍ରେସ କ୍ଲବର ସଦସ୍ୟମାନେ ସୈାଜନ୍ୟମୂଲକ ସାକ୍ଷାତ କରିଥିଲେ ବୋଲି ଜଣାପଡିଛି ।କୋରାପୁଟ ପ୍ରେସକ୍ଲବ ସଭାପତି ଭବାନୀ ଶଙ୍କର ମିଶ୍ର ନୂତନ ଜିଲ୍ଲାପାଳଙ୍କୁ ପୁଷ୍ପଗୁଛଦେଇ ସ୍ୱାଗତ କରିଥିଲେ ।କୋରାପୁଟ ସହରରେ ଲୋକସଂଖ୍ୟା ବୃଦ୍ଧି ସହ ଗାଡି ସଂଖ୍ୟା ମଧ୍ୟ ବୃଦ୍ଧି ପାଉଥିବାରୁ ଏକ ବାଇପାସ ନିର୍ମାଣ ପାଇଁ ଦାବି କରାଯାଇଥିଲା ଓ ଏଥି ନିମନ୍ତେ ଅର୍ଥ ମଧ୍ୟ ଆସିଥିଲା କିନ୍ତୁ ଏ ପର୍ଯ୍ୟନ୍ତ ବାଇପାସ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇ ନ ଥିବା ସଦସ୍ୟମାନେ ଜିଲ୍ଲାପାଳ ଡା. ଟୁଡୁଙ୍କୁ ଆଲୋଚନା ସମୟରେ ଅବଗତ କରିଥିଲେ ।କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସପିଟାଲରେ ଦିନକୁ ଦିନ ସମସ୍ୟା ବୃଦ୍ଧି ପାଉଥିବା ବେଳେ ପରିମଳ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡି ଯାଇଥିବା ଜଣାଇଥିଲେ ।ହସପିଟାଲ ସମସ୍୍ୟା ପ୍ରତି ସେ ନିଜେ ଦୃଷ୍ଟି ଦେଇ ସମାଧାନ କରିବେ ବୋଲି ଜିଲ୍ଲାପାଳ ଡା.ଟୁଡୁ ପ୍ରକାଶ କରିଥିଲେ ।ରାଜ୍ୟ ସରକାର କୋଟିଆ ଅଂଚଳର ବିକାଶ ନିମନ୍ତେ ଗୁରୁତ୍ୱ ଦେଇ ଏକ ସ୍ୱତନ୍ତ୍ର ପ୍ୟାକେଜ ମାଧ୍ୟମରେ ଯେଉଁ ସବୁ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଉଛି ତାହା ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରାଯିବ ବୋଲି ଜିଲ୍ଲାପାଳ ଡା.ଟୁଡୁ ପ୍ରକାଶ କରିଥିଲେ ।କୋଟିଆକୁ ସେ ଗସ୍ତ କରିବେ ବୋଲି ସୂଚନା ଦେଇଥିଲେ ।ଜିଲ୍ଲାର ବିକାଶ ନିମନ୍ତେ ପ୍ରେସକ୍ଲବର ସଦସ୍ୟମାନେ ସହଯୋଗ କରିବାକୁ ସେ ନିବେଦନ କରିଥିଲେ ।ପ୍ରେସକ୍ଲବର ବରିଷ୍ଠ ସଦସ୍ୟ ଡି.ଶଙ୍କର ରାଓ , ରଂଜନ କୁମାର ଦାସ ଓ ସିଏଚ.ସାନ୍ତାକାର , ସଂପାଦକ ଅମିତାଭ ବେହେରା , ଉପସଭାପତି ପ୍ରଶାନ୍ତ କୁମାର ସାମନ୍ତରାୟ , କୋଷାଧକ୍ଷ ଘନଶ୍ୟାମ ରଥ ,ସଦସ୍ୟ ଅରୁଣ ଦାଶ , ସୂର୍ଯ୍ୟନାରାୟଣ ପଣ୍ଡା ଓ ବିଦ୍ୟାଧର ଚୈାଧୁରୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.