Home କେନ୍ଦୁଝର ଭୋଟର ଲିଷ୍ଟରୁ ନାଁ ଉଭାନ, ଭୋଟ ଦେବାରୁ ବଞ୍ଚିତ ହେବେ ଗ୍ରାମବାସୀ

ଭୋଟର ଲିଷ୍ଟରୁ ନାଁ ଉଭାନ, ଭୋଟ ଦେବାରୁ ବଞ୍ଚିତ ହେବେ ଗ୍ରାମବାସୀ

80

ହାଟଡ଼ିହି, ୩୧/୧ : (ଓଡିଆ ପୁଅ/ବିକାଶ ବିଶ୍ୱାଳ) ଭୋଟର ଲିଷ୍ଟରୁ ନାଁ ଉଭାନ ହୋଇଗଲା। କେହି ବି ଜାଣିପାରିଲେନି। ଏବେ ଭୋଟର ତାଲିକା ଦେଖିବାରୁ ଗାଁ ଟା ସାରାର ନାଁ ନାହିଁ। ଏହାକୁ ନେଇ ଚିନ୍ତାରେ ପଡି ଯାଇଛନ୍ତି ଭୋଟର। ଖବରରୁ ଜଣାଯାଇଛି ଯେ କଳିଗାଁ ପଞ୍ଚାୟତର ୧୦ନଂ ୱାର୍ଡ। କନକମ୍ପା ଓ ରଘୁନାଥପୁର ଗାଁକୁ ନେଇ ଏହି ୱାର୍ଡଟି ଗଠିତ। ଏଥିରେ କନକମ୍ପା ଗ୍ରାମର ୧୪୫ ଓ ରଘୁନାଥପୁର ଗ୍ରାମର ୧୭୧ଭୋଟର ଅଛନ୍ତି। ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ସମସ୍ତ ଭୋଟରଲିଷ୍ଟ ଠିକ୍ ଥିବାବେଳେ ଗତ ସାଧାରଣ ନିର୍ବାଚନରେ ମଧ୍ୟ ଏମାନେ ଭୋଟ ଦେଇଛନ୍ତି। କିନ୍ତୁ ଚଳିତ ନିର୍ବାଚନରେ ରଘୁନାଥପୁର ଗ୍ରାମର ୧୭୧ଜଣ ଭୋଟରଙ୍କ ନାମ ଥିବାବେଳେ କନକମ୍ପା ଗ୍ରାମର ଭୋଟର ମାନଙ୍କ ନାଁ ତାଲିକାରେ ନାହିଁ। ୧୪୫ଜଣ ଭୋଟରଙ୍କ ମଧ୍ୟରୁ ମାତ୍ର ଦୁଇଜଣଙ୍କ ନାମ ରହିଛି। ଯାହାକୁନେଇ ଗ୍ରାମରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ସେମାନଙ୍କ ଭୋଟଦାନ ଭଳି ମୌଳିକ ଅଧିକାରକୁ ଛଡାଇ ନିଆଯାଇଛି ବୋଲି ଗ୍ରାମର ଭାବଗ୍ରାହୀ ପାଢ଼ୀ, ଶଶିକାନ୍ତ ଘଡେଇ, ହରେକୃଷ୍ଣ ପାଢ଼ୀ, ଦୀନବନ୍ଧୁ ସା, ଜଗବନ୍ଧୁ ପାଢ଼ୀ, ବଳରାମ ଘଡେଇ, ସହଦେବ ପାଢ଼ୀ, ରମାକାନ୍ତ ପାଢ଼ୀ, ମଦନ ମୋହନ ଘଡେଇ, ଅନିତା ସା, ବିମଳା ସା, ସତ୍ୟଭାମା ପାଢ଼ୀ, ଜଳଧର ଘଡେଇ, ଦୀପକ ଘଡେଇ, ପ୍ରାଣବଲ୍ଲବ ସା ପ୍ରମୁଖ ଅଭିଯୋଗ କରିଛନ୍ତି। ଆମ ନାଁ ସବୁ ଭୋଟର ତାଲିକାରେ ଥିବାବେଳେ କିପରି ଓ କିଏ କାଟିଲା ତାହାର ତଦନ୍ତ କରି ଦୋଷୀ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ବିଡିଓ ବିନୀତା ବିଜୟିନୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ ବର୍ତ୍ତମାନ ଆମ ହାତରେ ଆଉ କିଛି ନାହିଁ, ଆମେ ଏନେଇ ପ୍ରତି ପଞ୍ଚାୟତ କାର୍ଯ୍ୟାଳୟରେ ଭୋଟର ତାଲିକା ମାରିଲୁ, ସେତେବେଳେ ତ କେହି ଅଭିଯୋଗ କଲେନି, ତେଣୁ ଏବେ ଏ ସମ୍ପର୍କରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କଲାପରେ ଯାହା ନିର୍ଦ୍ଦେଶ ଆସିବ ସେହି ଅନୁସାରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.